ଫୁଲବାଣୀ ଅଫିସ/ବଲସକୁମ୍ପା, ୭ା୧-ନୂଆବର୍ଷ ଉପଲକ୍ଷେ ଗତ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା ସୁନୀତା ଝାଙ୍କରଙ୍କ ଗଳିତ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ଯେଉଁ ସ୍ଥାନରେ ଡଙ୍ଗା ବୁଡ଼ିଥିଲା ଅଗ୍ନିଶମ ବାହିନୀ ସେହିଠାରୁ ସୁନୀତାଙ୍କ ମୃତଦେହ ପାଇଥିଲେ। ଖଜୁରିପଡ଼ା ଥାନାଧିକାରୀ ରମାକାନ୍ତ ପାତ୍ର, ସଦର ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଖଜୁରିପଡା ତହସିଲଦାର ମନୋଜ କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଏ ନେଇ ଥାନାରେ ନଂ.୧/୨୦ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ପରିବାରବର୍ଗ ନିଜ ଗ୍ରାମ ବନ୍ଧସାହିରେ ସୁନୀତାଙ୍କ ଶେଷକୃତ୍ୟ କରିଛନ୍ତି।
ଦୂତିମେଣ୍ଡି ପଞ୍ଚାୟତ ବନ୍ଧସାହି ଗ୍ରାମର କେତେଜଣ ଯୁବତୀଯୁବକ ୨ ତାରିଖରେ ପିଲା ସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ୨ ଯୁବକ ଏବଂ ୪ ଯୁବତୀ ମତ୍ସ୍ୟଜୀବୀଙ୍କ ପାଇଁ ଥିବା ଡଙ୍ଗାରେ ଡ୍ୟାମରେ ବୁଲୁଥିବା ବେଳେ କୌଣସି କାରଣରୁ ତାହା ବୁଡି ଯାଇଥିଲା। ଯୁବତୀମାନେ ବୁଡି ଯାଉଥିବା ଦେଖି କୂଳରେ ଥିବା ଯୁବକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ସୁନୀତା ବୁଡି ଯାଇଥିଲେ। ତାଙ୍କର କୌଣସି ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ ଅଗ୍ନିଶମ ବାହିନୀ ଓ ପରେ ଗୋଟିଏ ଓଡ୍ରାଫ ଟିମ୍ ଡ୍ୟାମରେ ଖୋଜିଥିଲେ। ୪ ଦିନ ଧରି ଖୋଜା ଚାଲିଥିଲେ ମଧ୍ୟ ସୁନୀତାଙ୍କ ମୃତଦେହ ମିଳି ନ ଥିଲା। ଏହାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରବିବାର ଦୂତିମେଣ୍ଡି ନିକଟରେ ରାଜପଥ ଅବରୋଧ କରିଥିଲେ। ମୃତଦେହ ମିଳିବା ପର୍ଯ୍ୟନ୍ତ ତଲାସି ଜାରି ରହିବ ଏବଂ ୭ ଦିନ ମଧ୍ୟରେ ଯୁବତୀଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସୋମବାର ସକାଳେ ସୁନୀତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

୭ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ମେଡିକାଲ ଅଧିକାରୀ
ଫୁଲବାଣୀ ଅଫିସ,୩୧।୩: କନ୍ଧମାଳ ଜିଲା ଫିରିଙ୍ଗିଆ ମେଡିକାଲର ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନିଶିତ ନିଶାନ୍ତ ମାଲୁ ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମେଡିକାଲରେ କାର୍ଯ୍ୟରତ ପୁରୁଷ...

କନ୍ଧମାଳରେ ଦୁର୍ବଳ ହେଉଛନ୍ତି ମାଓବାଦୀ: ଡିଜିପି
ଫୁଲବାଣୀ ଅଫିସ, ୨୪ା୭- କନ୍ଧମାଳ ଜିଲାରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗତ କିଛି ସପ୍ତାହ ହେବ ଗୁଳି ବିନିମୟ ଜାରି ରହିଛି। ପୂର୍ବରୁ ୫ ମାଓବାଦୀଙ୍କ ମୃତ୍ୟୁପରେ...

ଦାରିଙ୍ଗବାଡ଼ିରେ ଶନିବାର ତାପମାତ୍ରା ୬.୫ ଡିଗ୍ରୀକୁ ଖସିଲା, ରବିବାର ବଢ଼ିପାରେ
ଦାରିଙ୍ଗବାଡ଼ି,୭।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ଶୀତ ବୃଦ୍ଧି ପାଇବା ସହ ତାପମାତ୍ରା ହ୍ରାସ ପାଇ ସକାଳ ୮ଟା ସୁଦ୍ଧା ୬.୫ଡିଗ୍ରୀକୁ ପାରସ...

କୁର୍କୁନପାଲିରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଷ୍
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩ା୧୨-କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍ ୨.୦ କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି ା ଫିରିଙ୍ଗିଆର କୁର୍କୁନପାଲି ଗ୍ରାମରେ ଅନୁଷ୍ଠିତ ଜିଲାସ୍ତରୀୟ ଏହି କାର୍ଯ୍ୟକ୍ରମକୁ...

ଶ୍ରମିକ ବଦଳରେ ମେଶିନ କରୁଛି କାମ
ବାଲିଗୁଡ଼ା,୮ା୬(ଡି.ଏନ୍.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ...

ପୋଲିସ ସାଇରନ୍ ଶୁଣି ଦୌଡ଼ିବା ବେଳେ ତଳେ ପଡ଼ି ଜଣଙ୍କ ଜୀବନ ଗଲା
ବେଗୁନିଆପଡ଼ା,୧୨ା୪(ଡି.ଏନ୍.ଏ.): ବର୍ତ୍ତମାନ ପୋଲିସ ସାଇରନ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି। ଏହି ସାଇରନ୍ ଶୁଣି କନ୍ଧମାଳ ଜିଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତର...

ଅଙ୍ଗନୱାଡିକୁ ଆସୁଥିବା ଚାଉଳ ହେରଫେର ଅଭିଯୋଗ
ବାଲିଗୁଡା,୧୪ା୨(ଡି.ଏନ୍.ଏ.)- ବିଭିନ୍ନ ସମୟରେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଦେଉଥିବା ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଏମିତି ଏକ ଘଟଣା ବାଲିଗୁଡା ଅଞ୍ଚଳରେ ଦେଖିବାକୁ...

ଚକାପାଦ ଘାଟିରୁ ଖସୁଛି ଅତଡା, ପଥର
ଶଙ୍କରାଖୋଲା,୨୫ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ଟିକାବାଲି ଠାରୁ ଚକାପାଦ ପ୍ରାୟ ୧୮ କିମି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଚକାପାଦ ଘାଟି ଶେଷ ଯାଏ ପ୍ରାୟ...