ଡେପୁଟେଶନରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ

ବନ୍ତଳା, ୬ା୩(ଡି.ଏନ.ଏ.) – ରୁଗ୍‌ଣ ହୋଇପଡିଛି ଅନୁଗୋଳ ଜିଲା ବନ୍ତଳା ସରକାରୀ ପ୍ରାଣୀ ଚିକିତ୍ସାଳୟ। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ ଚାଷୀମାନେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା କରାଇପାରୁନାହାନ୍ତି। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ବ୍ଲକର ୨୨ଟି ପଞ୍ଚାୟତକୁ ନେଇ ବନ୍ତଳାରେ ପ୍ରାଣୀ ଚିକିତ୍ସାଳୟ କରାଯାଇଛି। ଏହା ଅଧୀନରେ କୁମୁରିସିଙ୍ଗା, ଇଙ୍କରବନ୍ଧ, କରତପଟା, ତଳଗଡ଼, ବଡକନ୍ତକୁଳ, ଖିଣ୍ଡା, ଜଗନାଥପୁର, ପୁରୁଣାକୋଟ ଆଦି ୮ଟି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର (ଏଲ ଆଇ ସେଣ୍ଟର) ରହିଛି। ଏଥିସହିତ ଚିକିତ୍ସାଳୟ ଅଧୀନରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟ ରହିଛି। ବନ୍ତଳା ପ୍ରାଣୀ ଚିକିତ୍ସାଳୟରେ ଜଣେ ଡାକ୍ତର, ଜଣେ ଆଟେଣ୍ଡାଣ୍ଟ, ଜଣେ ପିଅନ ଓ ଜଣେ ଚୌକିଦାର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସବୁ ପଦବୀ ଖାଲି ରହିଛି। ଜରପଡା ପ୍ରାଣୀ ଡାକ୍ତର ଡେପୁଟେଶନରେ ସପ୍ତାହକୁ ଦୁଇଦିନ ଆସୁଛନ୍ତି। ସେହିପରି ବଡକନ୍ତକୁଳ, ଜଗନ୍ନାଥପୁର ଏଲଆଇ ବନ୍ତଳାକୁ ଡେପୁଟେଶନରେ ଆସି କାମ କରୁଛନ୍ତି। ଏହାଛଡ଼ା କୁମୁରିସିଙ୍ଗା, ଇଙ୍କରବନ୍ଧ, ବଡ଼କନ୍ତକୁଳ, ଜଗନ୍ନାଥପୁରରେ ବର୍ତ୍ତମାନ ପ୍ରାଣୀ ନିରୀକ୍ଷକ (ଏଲ୍‌ଆଇ) ପଦବୀ ଖାଲି ପଡ଼ିଛି। ସେହିପରି ତଳଗଡ଼, କରତପଟା, ଖିଣ୍ଡା ଓ ପୁରୁଣାକୋଟ କେନ୍ଦ୍ରରେ ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଛି। ଜଣେ ଏଲ୍‌ଆଇ ଓ ଜଣେ ଆଟେଣ୍ଡାଣ୍ଟ ଦୁଇ ଦୁଇଟି କେନ୍ଦ୍ରର ଦାୟିତ୍ୱ ନେଇଛନ୍ତି। ନିକଟରେ ଫାଟୁଆ, ଚର୍ମ ବିଣ୍ଡି ରୋଗରେ ହଜାର ହଜାର ଗୋରୁ ଛେଳି ଆକ୍ରାନ୍ତ ହେବା ସହ ଅନେକଙ୍କ ମୃତ୍ୟୁ ହୋଇଥିଲା। କର୍ମଚାରୀ ଅଭାବରୁ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ହୋଇପାରୁ ନ ଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି। ଏ ଦିଗରେ ତୁରନ୍ତ ଦୃଷ୍ଟି ଦିଆଯାଇ ଚିକିତ୍ସାଳୟରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ କରାଯିବାକୁ ଦାବି ହୋଇଛି।
ଏ ବିଷୟରେ ବନ୍ତଳା ପ୍ରାଣୀ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଜରପଡା ପ୍ରାଣୀ ଡାକ୍ତର ରାଜେଶ କୁମାର କବି କୁହନ୍ତି, କର୍ମଚାରୀ ଅଭାବରୁ ଅସୁବିଧା ହେଉଛି। ଦୁଇଟି ଚିକିତ୍ସାଳୟକୁ ଦେଖିବା ସମ୍ଭବ ନୁହେଁ। ଖାଲି ଥିବା ପଦବୀ ପୂରଣ ହେଲେ ସମସ୍ୟା ଦୂର ହେବ। ଜିଲା ପ୍ରାଣୀ ଡାକ୍ତର ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ଫୋନ ନଂ. ୯୪୩୭୨୭୩୨୬୬କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଫେରୁଥିଲେ, ଧକ୍କା ଦେଇ ଚମ୍ପଟ ମାରିଲା ବାଇକ୍‌; ଚାଲିଗଲା ଯୁବକଙ୍କ ଜୀବନ, ସଙ୍ଗାତ ମାମୁ…

ଦିଗପହଣ୍ଡି,୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଝରିପଦର ଗ୍ରାମ ନିକଟରେ ଅଜଣା ବାଇକ ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି।ମୃତକ…

ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri