ଡେପୁଟେଶନରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ

ବନ୍ତଳା, ୬ା୩(ଡି.ଏନ.ଏ.) – ରୁଗ୍‌ଣ ହୋଇପଡିଛି ଅନୁଗୋଳ ଜିଲା ବନ୍ତଳା ସରକାରୀ ପ୍ରାଣୀ ଚିକିତ୍ସାଳୟ। ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ ଚାଷୀମାନେ ସେମାନଙ୍କ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା କରାଇପାରୁନାହାନ୍ତି। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ବ୍ଲକର ୨୨ଟି ପଞ୍ଚାୟତକୁ ନେଇ ବନ୍ତଳାରେ ପ୍ରାଣୀ ଚିକିତ୍ସାଳୟ କରାଯାଇଛି। ଏହା ଅଧୀନରେ କୁମୁରିସିଙ୍ଗା, ଇଙ୍କରବନ୍ଧ, କରତପଟା, ତଳଗଡ଼, ବଡକନ୍ତକୁଳ, ଖିଣ୍ଡା, ଜଗନାଥପୁର, ପୁରୁଣାକୋଟ ଆଦି ୮ଟି ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର (ଏଲ ଆଇ ସେଣ୍ଟର) ରହିଛି। ଏଥିସହିତ ଚିକିତ୍ସାଳୟ ଅଧୀନରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟ ରହିଛି। ବନ୍ତଳା ପ୍ରାଣୀ ଚିକିତ୍ସାଳୟରେ ଜଣେ ଡାକ୍ତର, ଜଣେ ଆଟେଣ୍ଡାଣ୍ଟ, ଜଣେ ପିଅନ ଓ ଜଣେ ଚୌକିଦାର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସବୁ ପଦବୀ ଖାଲି ରହିଛି। ଜରପଡା ପ୍ରାଣୀ ଡାକ୍ତର ଡେପୁଟେଶନରେ ସପ୍ତାହକୁ ଦୁଇଦିନ ଆସୁଛନ୍ତି। ସେହିପରି ବଡକନ୍ତକୁଳ, ଜଗନ୍ନାଥପୁର ଏଲଆଇ ବନ୍ତଳାକୁ ଡେପୁଟେଶନରେ ଆସି କାମ କରୁଛନ୍ତି। ଏହାଛଡ଼ା କୁମୁରିସିଙ୍ଗା, ଇଙ୍କରବନ୍ଧ, ବଡ଼କନ୍ତକୁଳ, ଜଗନ୍ନାଥପୁରରେ ବର୍ତ୍ତମାନ ପ୍ରାଣୀ ନିରୀକ୍ଷକ (ଏଲ୍‌ଆଇ) ପଦବୀ ଖାଲି ପଡ଼ିଛି। ସେହିପରି ତଳଗଡ଼, କରତପଟା, ଖିଣ୍ଡା ଓ ପୁରୁଣାକୋଟ କେନ୍ଦ୍ରରେ ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଛି। ଜଣେ ଏଲ୍‌ଆଇ ଓ ଜଣେ ଆଟେଣ୍ଡାଣ୍ଟ ଦୁଇ ଦୁଇଟି କେନ୍ଦ୍ରର ଦାୟିତ୍ୱ ନେଇଛନ୍ତି। ନିକଟରେ ଫାଟୁଆ, ଚର୍ମ ବିଣ୍ଡି ରୋଗରେ ହଜାର ହଜାର ଗୋରୁ ଛେଳି ଆକ୍ରାନ୍ତ ହେବା ସହ ଅନେକଙ୍କ ମୃତ୍ୟୁ ହୋଇଥିଲା। କର୍ମଚାରୀ ଅଭାବରୁ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ହୋଇପାରୁ ନ ଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି। ଏ ଦିଗରେ ତୁରନ୍ତ ଦୃଷ୍ଟି ଦିଆଯାଇ ଚିକିତ୍ସାଳୟରେ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ପୂରଣ କରାଯିବାକୁ ଦାବି ହୋଇଛି।
ଏ ବିଷୟରେ ବନ୍ତଳା ପ୍ରାଣୀ ଚିକିତ୍ସାଳୟ ଦାୟିତ୍ୱରେ ଥିବା ଜରପଡା ପ୍ରାଣୀ ଡାକ୍ତର ରାଜେଶ କୁମାର କବି କୁହନ୍ତି, କର୍ମଚାରୀ ଅଭାବରୁ ଅସୁବିଧା ହେଉଛି। ଦୁଇଟି ଚିକିତ୍ସାଳୟକୁ ଦେଖିବା ସମ୍ଭବ ନୁହେଁ। ଖାଲି ଥିବା ପଦବୀ ପୂରଣ ହେଲେ ସମସ୍ୟା ଦୂର ହେବ। ଜିଲା ପ୍ରାଣୀ ଡାକ୍ତର ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ଫୋନ ନଂ. ୯୪୩୭୨୭୩୨୬୬କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri