Posted inଖେଳ

ଡେନ୍‌ମାର୍କ ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନାଙ୍କ ବିଦାୟ

ଓଡେନସେ, ୧୭।୧୦ (ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନ୍‌ମାର୍କ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସାଇନା ୧୫-୨୧, ୨୧-୨୩ ସିଧାସଳଖ ଗେମ୍‌ରେ ବିଶ୍ୱ ମାନ୍ୟତାର ୧୧ତମ ସ୍ଥାନରେ ରହିଥିବା ଜାପାନର ସାୟାକା ତାକାହାଶିଙ୍କ ନିକଟରୁ ହାରିଯାଇଛନ୍ତି। ତେବେ ପୁରୁଷ ସିଙ୍ଗଲ୍ସରେ ସମୀର ବର୍ମା ୨ୟ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ସମୀର ୨୧-୧୧, ୨୧-୧୧ ଗେମ୍‌ରେ ବିଶ୍ୱ ମାନ୍ୟତାର ୧୬ତମ ସ୍ଥାନରେ ରହିଥିବା କାଣ୍ଟା ସୁନେୟାମାଙ୍କୁ ମାତ୍‌ ଦେଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସମୀରଙ୍କ ମୁକାବିଲା ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିୟନ ଚେନ୍‌ ଲଙ୍ଗ୍‌ଙ୍କ ସହ ହେବ। ମିକ୍ସଡ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପାଙ୍କୁ ପ୍ରଥମ ରାଉଣ୍ଡରେ ଓ୍ବାକ୍‌ ଓଭର ମିଳିଛି। ପୂର୍ବରୁ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଏକ କଷ୍ଟସାଧ୍ୟ ବିଜୟ ସହ ୨ୟ ରାଉଣ୍ଡରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଗଷ୍ଟ ପହିଲାରେ ବେଲଜିଆନ୍‌ କପ୍‌ ଫାଇନାଲ

ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍‌ କପ୍‌ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍‌ର ନୂଆ ସେସନ ଆରମ୍ଭ ହେବାର...

ମହମ୍ମଡାନ ସ୍ପୋର୍ଟିଂର ଦ୍ୱିତୀୟ ବିଜୟ

କୋଲକାତା, ୧୨ା୧୦ (ପି.ଟି.)-ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ କ୍ୱାଲିଫାୟର୍ସ ମ୍ୟାଚ୍‌ରେ ମହମ୍ମଡାନ ସ୍ପୋର୍ଟିଂ ୪-୧ ଗୋଲ୍‌ରେ ଆରା ଏଫ୍‌ସିକୁ ପରାସ୍ତ କରିଛି।...

ଚପଲ, ଠେଙ୍ଗାରେ ମାଡ ଖାଇଥିଲେ ଏହି ବିସ୍ଫୋରକ କ୍ରିକେଟର, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ପଡିଆରେ ସବୁ ବୋଲରଙ୍କୁ ଆକ୍ରମଣାତ୍ମକ ପ୍ରହାର କରିଥାନ୍ତି। ଖୁବ୍‌ କମ୍‌ ଲୋକ ଜାଣିଥିବେ ସେହ୍ବାଗ୍‌...

ହାର୍ଦ୍ଦିକ ନୁହେଁ, ଉର୍ବଶୀଙ୍କ ସହ ଚାଲିଛି ଅନ୍ୟ କ୍ରିକେଟରଙ୍କ ଚକ୍କର

ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ଅନ୍ୟ ଜଣେ କ୍ରିକେଟରଙ୍କ ସହ ଚକ୍କର ଚାଲିଛି। ସେହି କ୍ରିକେଟର ହେଉଛନ୍ତି...

କ୍ୱାଲିଫାୟାର-୨: ଟସ୍‌ ଜିତିଲା ରାଜସ୍ଥାନ, ବାଙ୍ଗାଲୋରର ଜବରଦସ୍ତ ବ୍ୟାଟିଂ

ମୁମ୍ବାଇ,୨୭।୫: ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶୁକ୍ରବାର କ୍ୱାଲିଫାୟାର-୨ ମୁକାବିଲା ଖେଳାଯାଉଛି। ଏଥିରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି...

ପିଙ୍କ୍‌ ବଲ ଟେଷ୍ଟ: ଟିକେଟ ଅର୍ଥ ଫେରାଇବ ସିଏବି

କୋଲକତା,୨୫।୧୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନରୁ କମ୍‌ ସମୟରେ ଜିତି ନେଇଥିଲା। ମ୍ୟାଚ୍‌ର...

ମାତ୍ର ୩ ମ୍ୟାଚ୍‌ରେ ୨ ତ୍ରିଶତକ, ଗୋଟିଏ ଶତକ ମାରି ଇତିହାସ ରଚିଲେ ୧୪ ବର୍ଷୀୟ ବାଳକ

ରାୟପୁର,୧୫।୧୨:୧୪ ବର୍ଷୀୟ ୟଶ କୁମାର ୱାର୍ଦ୍ଧା ତାଙ୍କ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛତିଶଗଡ ରାଜ୍ୟ କ୍ରିକେଟ ଆସୋସିଏସନ (ସିଏସ୍‌ସିଏସ୍‌) ଦ୍ୱାରା ଆୟୋଜିତ...

ପଡ଼ିଲା ରୋହିତଙ୍କ ଉଇକେଟ

ଟ୍ରେଣ୍ଟ ବ୍ରିଜ,୫।୮:ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲରଙ୍କୁ ମିଳିଛି ପ୍ରଥମ ସଫଳତା। ଭାରତୀୟ ଓପନର ରୋହିତ ଶର୍ମା ୩୬...

Advertisement
Archives

Model This Week