ଡି. ଲିଲିଙ୍କୁ ମିଳିଲା ଆଡ୍‌ମିଟ୍‌ କାର୍ଡ: ଧରିତ୍ରୀ, ଜିଲା ପ୍ରଶାସନକୁ ଜଣାଇଲେ ଧନ୍ୟବାଦ

ଗଞ୍ଜାମ,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମା ବୀରଭଦ୍ର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ଡି. ଲିଲି ରେଡ୍ଡୀ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ଫିଲଅପ କରିଥିଲେ ମଧ୍ୟ ଆଡ୍‌ମିଟ୍‌ କାର୍ଡ ପାଇ ନ ଥିଲେ । ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷକଙ୍କ ଅବହେଳା ଯୋଗୁ ଆଡ୍‌ମିଟ୍‌ କାର୍ଡ ଆସି ନ ଥିବା ନେଇ ଛାତ୍ରୀଙ୍କ ବାପା ଡି. ଭାସ୍କର ରେଡ୍ଡୀ ଧରିତ୍ରୀ ଖବରଦାତାଙ୍କୁ ଜଣାଇଥିଲେ । ଏ ନେଇ ଗତ ୧୩ ତାରିଖରେ ଦୈନିକ ଖବର କାଗଜ ‘ଧରିତ୍ରୀ’ରେ ପ୍ରଥମେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଥିଲ। ପରେ ଭାସ୍କର ଗଞ୍ଜାମ ବିଇଓ, ଏବିଇଓ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏଥିସହିତ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ମଧ୍ୟ ଅବଗତ କରାଇଥିଲେ। ପରେ ସ୍କୁଲ ବିଜ୍ଞାନ ଶିକ୍ଷକ ସୁନୀଲ କୁମାର ବେହେରା ଏ ନେଇ କଟକ ବୋର୍ଡ ମାଧ୍ୟମିକ ପରିଷଦ କାର୍ଯ୍ୟାଳୟ ଯାଇଥିଲେ। ମଙ୍ଗଳବାର ଲିଲିଙ୍କୁ ପରୀକ୍ଷା ଦେବାପାଇଁ ଆଡ୍‌ମିଟ୍‌ କାର୍ଡ ସ୍କୁଲ କର୍ତ୍ତୃପକ୍ଷ ପ୍ରଦାନ କରିଥିବା ଲିଲିଙ୍କ ବାପା ଭାସ୍କର ସୂଚନା ଦେଇଛନ୍ତି । ଆଡ୍‌ମିଟ୍‌ କାର୍ଡ ମିଳିବା ପରେ ଲିଲି ଓ ତାଙ୍କ ପରିବାର ଖୁସି ଥିବା ବେଳେ ଏ ନେଇ ଲିଲି ଧରିତ୍ରୀ ଏବଂ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ଫଣ୍ଡକୁ ଶିଳ୍ପପତି ଦେଲେ ୨ଲକ୍ଷ

ରୂପ୍‌ସା, ୨୦।୪(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶ ଓ ରାଜ୍ୟରେ ବିଭିନ୍ନ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଓ...

ରାଉରକେଲା ଏନ୍‌ଆଇଟି କ୍ୱାଟର୍ସରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା ଅଫିସ, ୧୭।୮: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନ୍‌ଆଇଟି) କ୍ୱାଟର୍ସରୁ ଶନିବାର ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର...

ଯୁବତୀଙ୍କ ଘର ଜାଳିଦେଲେ ଯୁବକ

ଯାଜପୁର ଅଫିସ,୩ା୩: ଏକାଧିକ ଥର ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଯୁବକ। ଏହି ଘଟଣା...

ଓପିଜିସି ଆଶ୍‌ପଣ୍ଡକୁ ନେଇ ଏନ୍‌ଜିଟିରେ ମାମଲା

କଟକ ଅଫିସ, ୬।୧୨:ଝାରସୁଗୁଡ଼ା ଜିଲା ତିଲିଆ ମୌଜାରେ ଥିବା ଓପିଜିସି (ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ)ର ପାଉଁଶ ଗଦା (ଆଶ୍‌ପଣ୍ଡ)କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ...

ଦୋକାନ ସିଲ୍‌ କଲା ପ୍ରଶାସନ

ରାୟଗଡ଼ା ଅଫିସ,୭ା୫: ରାୟଗଡ଼ା ଜିଲା ଏବେ ଗ୍ରୀନ୍‌ ଜୋନରେ ରହିଛି। ଏହାକୁ ନେଇ କିଛି ମାତ୍ରାରେ ସହରରେ ଲଗାଯାଇଥିବା କଟକଣାକୁ କୋହଳ କରାଯାଇଛି। ଫଳରେ ବଜାରରେ...

ଧାମରା ଥାନାରେ ଆଣ୍ଠୁଏ ପାଣି

ଚାନ୍ଦବାଲି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତର ଶିଳ୍ପକ୍ଷେତ୍ର ଆଦାନୀ ପୋର୍ଟ ନିକଟରେ ନବନିର୍ମିତ ଧାମରା ଥାନା ବର୍ଷାଜଳରେ ଉବୁଟୁବୁ...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ସୋମବାର ଯାଜପୁରର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ବେଳେ ମଙ୍ଗଳବାର ଆଉ ୪ଜଣଙ୍କୁ...

ପୂରଣ ହୋଇନି ଏସ୍‌ଡିଏମ୍‌ଆଇଏସ୍‌ ଡାଟା

ପୁରୀ ଅଫିସ, ୨।୮: ଆରମ୍ଭ ହୋଇଛି ୨୦୧୯-୨୦ ଶିକ୍ଷାବର୍ଷ। ହେଲେ ଏ ପର୍ଯ୍ୟନ୍ତ ପୁରୀ ଜିଲାର ଛାତ୍ରୀ ଛାତ୍ରଙ୍କ ସବିଶେଷ ତଥ୍ୟ ବା ଷ୍ଟୁଡେଣ୍ଟ ଡାଟା...

Advertisement


Archives

Model This Week

Why Dharitri