ବ୍ରହ୍ମପୁର ଅଫିସ,୫ା୧୧-ଗଞ୍ଜାମ ଜିଲା ଉପଭୋକ୍ତା ବିକାଶ ସମାଧାନ ମଞ୍ଚ ପକ୍ଷରୁ ୬ ଜଣ ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରସ୍ତ ପାଇଁ ଡାଟୁମ ଚିଟ୍ଫଣ୍ଡ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଜମାକାରୀଙ୍କୁ ତାଙ୍କ ମାଚ୍ୟୁରିଟି ରାଶି ସହିତ କ୍ଷତି ପୂରଣ ଓ ମମାଲାର ଖର୍ଚ୍ଚ ପ୍ରଦାନ କରିବାକୁ ମଞ୍ଚ ନିର୍ଦ୍ଦେଶ ଦେଇଛି ବୋଲି ଉପଭୋକ୍ତା ସୁରକ୍ଷା କେନ୍ଦ୍ର ଓକିଲ ସତୀଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୨୦୦୯ରେ ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ସାମନ୍ତିଆପଲି ଗ୍ରାମର କେ.ଯଶୋଦା, ଜି.ଅଜୁରାମ, ଏନ୍.କମାମ୍ମା, କେ.ବାପଣମ୍ମା, ଡ଼ି. ସନ୍ତାମ୍ମା ଓ କେ. ଜମାଲୁ ଗୋଳନ୍ଥରା ଥାନା ଅଞ୍ଚଳରେ ଥିବା ଡାଟୁମ ଅର୍ଥ ଲଗାଣକାରୀ ସଂସ୍ଥାରେ ଟଙ୍କା ଜମା କରିଥିଲେ। ନିର୍ଦ୍ଧାରିତ ସମୟରେ ସଂସ୍ଥା ଜମାକାରୀଙ୍କ ଟଙ୍କା ଫେରସ୍ତ କରି ନ ଥିଲା। ପରେ ଜମାକାରୀମାନେ ବୈଦିକ ଅନୁଷ୍ଠାନର ସହାୟତା ନେଇଥିଲେ। ୨୦୧୭ରେ ଉପରୋକ୍ତ ମଞ୍ଚରେ ଏନେଇ ମାମଲା ରୁଜୁୁ ହୋଇଥିଲା। ମଞ୍ଚ ପକ୍ଷରୁ ଡାଟୁମ ସଂସ୍ଥାକୁ ହାଜର ପାଇଁ ନୋଟିସ ଜାରି ହୋଇଥିଲା। ହେଲେ ସଂସ୍ଥା ପକ୍ଷରୁ ପକ୍ଷ ରଖାଯାଇ ନ ଥିଲା। ଫଳରେ ମଞ୍ଚ ଏହି ମାମଲାର ଶୁଣାଣି କରି ଉକ୍ତ ଜମାକାରୀମାନଙ୍କୁ ତାଙ୍କ ମୂଳ ୨୭୦୦ ଟଙ୍କା ସହ ୮ ପ୍ରତିଶତ ସୁଧ, ୧ ହଜାର ଟଙ୍କା କ୍ଷତିପୂରଣ ଏବଂ ମାମଲା ପରିଚାଳନା ବାବଦକୁ ୫ ଶହ ଟଙ୍କା ପ୍ରଦାନ କରିବାକୁ ସଂସ୍ଥାର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇନଜୀବୀ ପାଣିଗ୍ରାହୀ କହିଛନ୍ତି। ଯଦି ଏହାର ଖିଲାପ ହୁଏ ତେବେ ମୋଟ ଟଙ୍କାର ବାର୍ଷିକ ୧୨ ପ୍ରତିଶତ ସୁଧ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ସେ କହିଛନ୍ତି।

ଭଞ୍ଜନଗର ସହରରେ ଜବରଦଖଲ ଉଚ୍ଛେଦ
ଭଞ୍ଜନଗର,୩୦।୮(ଡି.ଏନ.ଏ)- ବହୁ ପ୍ରତିକ୍ଷିତ ଭଞ୍ଜନଗର ଏନ୍ଏସିର ଖଲାସି ସାହିରୁ ଗୁରୁବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉଚ୍ଛେଦ ଆରମ୍ଭ ସମୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।...

ସୁସ୍ଥ ହେଲେ ଓଡ୍ରାଫ୍ର ୧୩ କର୍ମଚାରୀ
ଛତ୍ରପୁର,୫ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ଥିବା ଅଷ୍ଟମ ବାଟାଲିୟନ ଅଧୀନ ଓଡ୍ରାଫ୍ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସର ୧୩ କର୍ମଚାରୀ କରୋନାରୁ ସୁସ୍ଥ...

ଦର ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ବିଫଳତାର ପ୍ରତିବାଦ: ସିପିଏମ୍ ଆଞ୍ଚଳିକ କମିଟିର ବିକ୍ଷୋଭ, ଗଣଧାରଣା
ବ୍ରହ୍ମପୁର ଅଫିସ,୨୬ା୧୧-ସିପିଏମ୍ ବ୍ରହ୍ମପୁର ଆଞ୍ଚଳିକ କମିଟି ପକ୍ଷରୁ ସୋମବାର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ...

‘ସରକାରୀ ଯୋଜନା ଲୋକଙ୍କ ପାଖେ ପହଞ୍ଚାଇବି’
ଗଞ୍ଜାମ, ୨୧।୩(ଡି.ଏନ୍.ଏ.): ଗଞ୍ଜାମ ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ଅବସରରେ ସେ ଅଞ୍ଚଳର ସହ...

ସୁରଜଙ୍କ ପରେ ସୁରଟରେ ଅଙ୍ଗଦାନ କଲେ ବିପିନ
ଭଞ୍ଜନଗର,୧୫।୩(ଡି.ଏନ.ଏ.) – ସୁରଜଙ୍କ ପରେ ଆଉ ଜଣେ ଓଡିଆ ବିପିନ ପ୍ରଧାନଙ୍କ ବିଭିନ୍ନ ଅଙ୍ଗକୁ ସୁରଟରେ ଶନିବାର ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଦାନ କରିଛନ୍ତି।...

ଗଞ୍ଜାମରେ ସମୁଦ୍ର ପଥ ମୁକୁଳା, ସୁରକ୍ଷା ଚିନ୍ତା
ଛତ୍ରପୁର,୭ା୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇଯାଇଥିବା ସମୁଦ୍ର ପଥ ମୁକୁଳା ରହିଛି। ଏନେଇ ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି। ସାମୁଦ୍ରିକ ଥାନା ବୋଟ୍ରେ ସମୁଦ୍ରରେ ପାଟ୍ରୋଲିଂ ହୋଇପାରୁନି।...

କାମ ଯୋଗାଇବାରେ ଛତ୍ରପୁର ବ୍ଲକ ବିଫଳ: ପୁଣି ବିରକ୍ତି ହେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୦।୭(ଡି.ଏନ୍.ଏ.): କରୋନା ସମୟରେ ଜୀବନ ଜୀବିକା ଉପରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପ୍ରଶାସନ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ଏମ୍ଜିଏନ୍ଆରଜିଏସ୍ରେ ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରତି...

ସହାୟତା ପାଇଁ ମୋଟର ଚାଳକ ସଂଘର ଦାବିପତ୍ର
ଦିଗପହଣ୍ଡି,୧୫ା୪(ଡି.ଏନ୍.ଏ.)- ଲକ୍ଡାଉନ ଯୋଗୁ ଟ୍ୟାକ୍ସି ଚାଳକଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଛି। ଏପ୍ରିଲ ୧୫ରୁ ସ୍ଥିତି ସ୍ବାଭାବିକ ହେବା ନେଇ ସେମାନେ ଆଶା ରଖିଥିବାବେଳେ ପୁଣି ମେ’...