ଡାକ୍ତର, କର୍ମଚାରୀଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୭ା୪- ବ୍ରହ୍ମପୁର  ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ରୋଗୀଙ୍କୁ ମାଡ଼ ମରାଯିବା ସହ ତାଙ୍କ ସୁନାଚେନ ଛଡ଼ାଇ ନିଆଯାଇଥିବା ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନୟାଗଡ଼ରୁ ଚିିକିତ୍ସା ପାଇଁ ଆସିଥିବା ସୀମାଞ୍ଚଳ ତ୍ରିପାଠୀ ଏହି ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ନଂ. ୮୬/୧୯ରେ ଡାକ୍ତର ଓ ନର୍ସିଂହୋମ କର୍ମଚାରୀଙ୍କ ବିରୋଧରେ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।    ପ୍ରକାଶ ଯେ, ସୀମାଞ୍ଚଳ ଗୁରୁବାର ସକାଳେ ଚିକିତ୍ସା ପାଇଁ ମିଶ୍ର ନର୍ସିଂହୋମକୁ ଆସିଥିଲେ। ୪୦୦ ଟଙ୍କା ପୈଠ କରି ନର୍ସିଂହୋମରୁ ଏକ ଟିକେଟ ନେଇଥିଲେ। ସନ୍ଧ୍ୟା ୫ଟାରେ ଡ଼ାକ୍ତର ଦେଖିବେ ବୋଲି ସମୟ ଦିଆଯାଇଥିଲା। ହେଲେ କୌଣସି ଅସୁବିଧା ଯୋଗୁ ସୀମାଞ୍ଚଳ ବିଳମ୍ବରେ ଅର୍ଥାତ୍‌ ସନ୍ଧ୍ୟା ୭ଟାରେ ଆସିବାରୁ ନର୍ସିଂହୋମରେ କାମ କରୁଥିବା ଆଟେଣ୍ଡାଣ୍ଟ୍‌ ଜଣକ ଡାକ୍ତର ଆଉ ଦେଖିପାରିବେନି ବୋଲି ତାଗିଦ୍‌ କରିଥିଲେ। ମୁଁ ଦୂରରୁ ଆସିଥିବା କହି ସୀମାଞ୍ଚଳ ଡ଼ାକ୍ତରଙ୍କୁ ସାକ୍ଷାତ କରିବାକୁ ଜିଦ୍‌ ଧରି ଚାମ୍ବର ଭିତରେ ପଶିଥିଲେ। ଡାକ୍ତର ମିଶ୍ର ତାଙ୍କୁ ଗାଳିଗୁଲଜ କରିବା ସହ କର୍ମଚାରୀମାନେ ମାରପିଟ୍‌ କରିଥିଲେ ବୋଲି ସୀମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କର ଏକ ସୁନା ଚେନ୍‌ ମଧ୍ୟ ଝାମ୍ପି ନେଇଛନ୍ତି ବୋଲି ସେ ଏତଲାରେ ଦର୍ଶାଇଛନ୍ତି।   ଉମା ଶଙ୍କର ମିଶ୍ରଙ୍କୁ ପଚାରିବାରୁ ଥାନାରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା।  ନର୍ସିଂହୋମରେ ଅନ୍ୟ ଜଣେ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ସୀମାଞ୍ଚଳ ଚାମ୍ବର ଭିତରକୁ ଜୋରଜବରଦସ୍ତ ପଶି ଆସି ଗାଳିଗୁଲଜ କରିଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଦିଗପହଣ୍ଡି ବ୍ୟାପୁଛି ଝାଡାବାନ୍ତି: ୧୧ ଅସୁସ୍ଥ, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଦିଗପହଣ୍ଡି,୭।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତ ଜନଜାତି ବହୁଳ ଦୁର୍ଗମ ଉସ୍ତପଲ୍ଲୀ ଗ୍ରାମରେ ଗତ ପ୍ରାୟ ୫ ଦିନ ହେଲା...

ଘର ସମ୍ମୁଖରେ ବ୍ୟକ୍ତିଙ୍କୁ ହାଣି ଗଣ୍ଡିମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ଗୋପାଳପୁର,୭ା୭(ନବୀନ ରାଜ ଆଚାରୀ): ଗତ କିଛି ମାସ ହେଲା ଗଞ୍ଜାମ ଜିଲା ଅଶାନ୍ତ ହୋଇପଡ଼ିଛି। କେତେବେଳେ ହତ୍ୟା ଆଉ କେତେବେଳେ ଗଣବଳାତ୍କାର ଘଟଣା ସାରା ରାଜ୍ୟକୁ...

୩୩ ବର୍ଷ ହେଲା ମିଳୁନି କୁଲାଡ଼ ଠାକୁରଙ୍କ ଅଳଙ୍କାର, ଭଣ୍ଡାର ଶୂନ୍ୟ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ରେ ଆଜକୁ ୩୩ ବର୍ଷ ହେବ ଠାକୁରଙ୍କ ସୁନାବେଶ କିଛି ଅଲଗା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ...

ସରିଲା ବାସି ବାହୁଡ଼ା ଯାତ୍ରା

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରବିବାର ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା ସମ୍ପନ୍ନ ହୋଇଛି। ଶନିବାର ଅପରାହ୍ନରେ ଧାଡି ପହଣ୍ଡିରେ ଶ୍ରୀ ଜଗନ୍ନାଥ, ବଳଭଦ୍ର...

୯ରେ ସର୍ବ ଭାରତୀୟ ଧର୍ମଘଟ, ପ୍ରସ୍ତୁତି ଜୋରଦାର

ଗଞ୍ଜାମ,୬।୭(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତ୍ୟାହାର ଦାବି ନେଇ ଜୁଲାଇ ୯ ତାରିଖରେ ସର୍ବ ଭାରତୀୟ ଧର୍ମଘଟ ଡାକରା...

ପୁରୁଷୋତ୍ତମପୁରବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି ଜନସ୍ବାସ୍ଥ୍ୟ ବିଭାଗ, ହଇଜା ବ୍ୟାପିବା ଆଶଙ୍କା

ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଯାଜପୁରରେ ମହାମାରୀ ହଇଜାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥଥିବାାବେଳେ ଏହାକୁ ନେଇ ସରକାର ଓ ପ୍ରଶାସନର ନିଦ ହଜିଯାଇଛି। ଏହି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri