ଠିକାଦାରଙ୍କୁ ଅପହରଣ: ସୁନା ଗହଣା ଦେଇ ମୁକୁଳାଇଲେ ସ୍ତ୍ରୀ

ଆସିକା,୨୭ା୪(ଡି.ଏନ୍‌.ଏ.)- ଆସିକା ଥାନାର ଆଲିପୁର ଗ୍ରାମଠାରେ ଗୁରୁବାର ରାତି ପ୍ରାୟ ୮ଟାରେ ଜଣେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ। ଅପହୃତ ଠିକାଦାର ଜଣକ କୋଟିବାଡି ଗ୍ରାମର ପ୍ରଶାନ୍ତ ଗୌଡ (୪୭) ଓ ତାଙ୍କ ସହଯୋଗୀ ଆଲିପୁର ଗ୍ରାମର କାଳିଆ ଜେନା (୧୮)। ଅପହରଣକାରୀମାନେ ପ୍ରଶାନ୍ତ ଓ କାଳିଆଙ୍କୁ ମାଡମାରିବା ସହ ପ୍ରଶାନ୍ତଙ୍କ ନିକଟରେ ଥିବା ୧୦ ହଜାର ଟଙ୍କା ନେଇଯାଇଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀଙ୍କୁ ଟେଲିଫୋନ କରି ଟଙ୍କା ଓ ସୁନା ନଦେଲେ ପ୍ରଶାନ୍ତଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଦୁର୍ବୃତ୍ତମାନେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଆଲିପୁର-ବାବନପୁର ଗ୍ରାମ୍ୟ ରାସ୍ତା କଡରେ ଥିବା ଏକ ବଡ ପୋଖରୀ ନିକଟ ଖାଲୁଆ ଚାଷ ଜମିରେ ନେଇ ଅଟକ ରଖିଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚତ୍ ୭ଭରି ଓଜନର ୨ଟି ରାଣୀହାର, ଗୋଟିଏ ନାନୁ ଓ ଗୋଟିଏ ମୁଦି ସହ ନଗଦ ୧୦ ହଜାର ଟଙ୍କା ଅପହରଣକାରୀଙ୍କୁ ଦେଇ ସ୍ବାମୀଙ୍କୁ ମୁକୁଳାଇଥିବା ଜଣାଯାଇଛି। ଅପରପକ୍ଷେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ଅପହରଣକାରୀଙ୍କ କବଳରୁ ମୁକ୍ତ ପ୍ରଶାନ୍ତ ଓ ତାଙ୍କ ସହଯୋଗୀଙ୍କୁ ରାତି ପ୍ରାୟ ସାଢେ ୧୨ଟାବେଳେ ଥାନାକୁ ଆଣିଥିବା ଜଣାଯାଇଛି। ପୋଲିସ ପକ୍ଷରୁ ପ୍ରଶାନ୍ତ ଓ କାଳିଆଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଘଟଣା ସମ୍ପର୍କରେ ପ୍ରଶାନ୍ତ ଆସିକା ପୋଲିସରେ ଅଭିଯୋଗ କରିଛନ୍ତି। ଅପହରଣକାରୀମାନେ ମୁଖା ପିନ୍ଧିଥିବା ଯୋଗୁ ସେ କାହାରିକୁ ଚିହ୍ନିପାରି ନ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ୩ଟି ବାଇକରେ ୮ଜଣ ଦୁର୍ବୃତ୍ତ ଆସିଥିବା ଓ ସାଥିରେ ଗୋଟିଏ କାର ମଧ୍ୟ ଆଣିଥିବା ସେ କହିଛନ୍ତି। ପ୍ରଶାନ୍ତ ଓ କାଳିଆ ଗୋଟିଏ ବାଇକରେ ଯାଉଥିବା ବେଳେ ଅନ୍ୟ ଜଣେ ସହଯୋଗୀ ନାରାୟଣ ପାତ୍ର ମଧ୍ୟ ସାଥିରେ ଥିଲେ। ଦୁର୍ବୃତ୍ତମାନେ ଆଲିପୁର ସ୍କୁଲ ନିକଟରେ ସେମାନଙ୍କୁ ଅଟକାଇ ଅପହରଣ କରିନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅପରପକ୍ଷେ ପୋଲିସ ପ୍ରାଥମିକ ତଦନ୍ତରୁ ବଟିକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଇଛି। ପ୍ରଶାନ୍ତ ୨ମାସ ହେଲା ବଟି ନଦେବାରୁ ଦୁର୍ବୃତ୍ତମାନେ ଏଭଳି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କ ଅଭିଯୋଗ କ୍ରମେ ନଂ.୧୩୫/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ହାତୀ ଉପଦ୍ରବ: ଲୋକେ ଆତଙ୍କିତ

ବୁଗୁଡ଼ା,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳର ଠଣାପଲ୍ଲୀ ବିଟ୍‌ରେ ଏକ ଦନ୍ତାହାତୀ ପ୍ରବେଶ କରି ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି। କୁଞ୍ଜବନ ଗ୍ରାମର ଧାନ ଖାଇ...

ଫୁଲଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଗଞ୍ଜାମ ମହିଳା

ସନ୍ତୋଷ ପାଢୀ ଛତ୍ରପୁର,୨୦ା୩(ଡି.ଏନ୍‌.ଏ.) – ମହିଳା ସବୁ କ୍ଷେତ୍ରରେ ଆଗକୁ ଯାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି।  ଏପରିକି ପୁରୁଷଙ୍କୁ ମଧ୍ୟ କେତେକ...

 ଜମିମାଫିଆଙ୍କ କବଜାରେ ରାଧାକୃଷ୍ଣଙ୍କ ଜମିକୁ ନେଇ ଅଭିଯୋଗ  

ପୁରୁଷୋତ୍ତମପୁର,୨୭/୧୨(ଡିଏନ୍ଏ) ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ସହର ଉପକଣ୍ଠରେ ରାଧାକୃଷ୍ଣ ମହାପ୍ରଭୁବିଜେ ନାମରେ ଥିବା ପ୍ରାୟ ଏକ ଏକରରୁ ଉର୍ଦ୍ଧ ଜମିକୁ ଜମି ମାଫିଆ ମାନେ...

ତାରାତାରିଣୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ପୁରୁଷୋତ୍ତମପୁର,୧୧ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠଟି ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ହୋଇଥିବା ହେତୁ...

ତ୍ରିରଙ୍ଗା ପ୍ରସ୍ତୁତିରେ ସାମିଲ ଏସ୍‌ଏଚ୍‌ଜି

ଛତ୍ରପୁର,୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି।...

ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି କରି ବନ୍ଧା ହେଲେ ୪ ଅଭିଯୁକ୍ତ

ହିଞ୍ଜିଳିକାଟୁ,୧୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ଓ ସାପୁଆପଲୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଟିଭି, କମ୍ପ୍ୟୁଟର ଡେସ୍କଟପ୍‌, ଇନ୍‌ଭର୍ଟର ଆଦି ଚୋରି ସହ ଗଣ୍ଡଳା ଛକରେ...

ବାଲି ବ୍ୟବସାୟୀ ୨ ଭାଇ ଗିରଫ, ଟ୍ରାକ୍ଟର ଜବତ

ପୁରୁଷୋତ୍ତମପୁର,୨୪।୪ (ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ହିଞ୍ଜିଳି ତହସିଲ ଅନ୍ତର୍ଗତ ଦୟାନିଧିପୁର ଗ୍ରାମରେ ୨ ଜଣ ଆର୍‌ଆଇଙ୍କୁ ଆକ୍ରମଣ ସହ ଗାଡି ଚଢାଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ...

ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ, ବଢୁଛି ଜନଅସନ୍ତୋଷ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଚିନ୍ତା ବଢ଼ାଉଛି ଜାତୀୟ ରାଜପଥ ହୁମ୍ମା ଓଭରବ୍ରିଜ୍‌।ଏନ.ଏଚ୍‌ -୧୬ ହୁମ୍ମା ଛକଠାରେ ନିର୍ମାଣାଧୀନ ଓଭର ବ୍ରିଜ କାମ ଆରମ୍ଭ ହେବାର...

Advertisement
Archives

Model This Week