ଠାକୁରାଣୀ ଯାତ୍ରାଦାଣ୍ଡକୁ ଆକର୍ଷିତ କଲା ସମୂହ ଲଣ୍ଡାବେଶ

ବ୍ରହ୍ମପୁର ଅଫିସ,୨୬ା୪- ରେଶମ ନଗରୀ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଚଳିତ ବର୍ଷ ଯାତ୍ରାର ଗୁରୁବାର ୨୭ ଦିନ ପୂରିଛି। ସନ୍ଧ୍ୟାରେ ବାହାରିଥିବା ବିଜିପୁର ଲଣ୍ଡା ବେଶ ଯାତ୍ରାଦାଣ୍ଡକୁ ବେଶ୍‌ ଆକର୍ଷିତ କରିଥିଲା। ଶତାଧିକ ଶିଶୁଠାରୁ ବୟସ୍କ ବ୍ୟକ୍ତି ସମୂହ ମୁଣ୍ଡନ ହୋଇଥିଲେ। ସମସ୍ତେ ବିଭିନ୍ନ ବେଶ ପକାଇ ବିଜିପୁର କାଳୁଆ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରିଥିଲେ।

ବିଜିପୁରର ସମସ୍ତ ସାହି ପରିକ୍ରମା ପରେ ମେନରୋଡସ୍ଥିତ ଗ୍ଲୋବାଲ ସଂସ୍ଥା ଏବଂ ଉମାକାନ୍ତ ପଣ୍ଡା ପରିବାର ପକ୍ଷରୁ ମାନସିକ ବେଶଧାରୀମାନଙ୍କୁ ଆପ୍ୟାୟିତ କରାଯାଇଥିଲା। ସେଠାରୁ ବିଜିପୁର ବଜାର, ଗୋପବନ୍ଧୁ ଛକ, ଖଲ୍ଲିକୋଟ କଲେଜ, ଟାଉନ ହଲ ଛକ, ଟେଲିଫୋନ ଭବନ ରୋଡ, ପୁରୁଣା ବସ୍‌ଷ୍ଟାଣ୍ଡ, ଫାୟାର ଷ୍ଟେଶନ ରୋଡ, ଅନ୍ନପୂର୍ଣ୍ଣା ବଜାର, ଅର୍ବାନ ବ୍ୟାଙ୍କ, ଗିିରିଜା ଛକ, ସତ୍ୟ ନାରାୟଣ ମନ୍ଦିର ଅଞ୍ଚଳ ଦେଇ ଗିରି ମାର୍କେଟରେ ପହଞ୍ଚତ୍ଥିଲେ।  ଲଣ୍ଡା ବେଶ ଉପଭୋଗ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ଉକତ୍ଣ୍ଠାର ସହ ଅପେକ୍ଷା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ହନୁମାନ ବଜାର, ସାନବଜାର, ବଡ଼ବଜାର, ରାଜା ଗୋର୍ଜି, ମହୁରୀ ରାଜବାଟୀ ରୋଡ ଦେଇ ଯାତ୍ରାସ୍ଥଳ ଦେଶୀ ବେହେରା ବଜାରରେ ପହଞ୍ଚତ୍ଥିଲା। ବେଶଧାରୀମାନେ ଅସ୍ଥାୟୀ ପୀଠରେ ମା’ଙ୍କୁ ଦର୍ଶନ କରିଥିଲେ। ଯାତ୍ରା ଅବଧି ଆଉ ମାତ୍ର ୪ ଦିନ ଥିବାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହେଉଛି। ଦୁଇ ବର୍ଷରେ ବାପା ଘରକୁ ଆସିଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଗଞ୍ଜାମ ସମେତ ବିଭିନ୍ନ ଜିଲାରୁ ବିଭିନ୍ନ ଭକ୍ତଙ୍କ ସୁଅ ଛୁଟୁଛି। ବେଶ ସଂଖ୍ୟା ମଧ୍ୟ ବଢ଼ି ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସମୂହ ଲଣ୍ଡା ବେଶ ବେଶ୍‌ ଉପଭୋଗ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ

ଚିକିଟି,୧୯ା୧୧(ଡି.ଏନ୍‌.ଏ.)- ଚିକିଟି ବ୍ଲକ ଗିରିସୋଲା ପଞ୍ଚାୟତ କୃଷ୍ଣନଗର ଗ୍ରାମରେ ସୋମବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ...

ବାବନପୁରରେ ଗୋଷ୍ଠୀସଂଘର୍ଷ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାତ୍ରପୁର,୧୬ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ଖମ୍ବାରୀଗଁା ପଞ୍ଚାୟତ ବାବନପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ଡ୍ୟୁଟିରେ ଥିବାବେଳେ ଛତ୍ରପୁର ବ୍ଲକ ଜେଇଙ୍କୁ କରୋନା: ଜାଣନ୍ତୁ କିପରି ହେଲେ ଆକ୍ରାନ୍ତ

ଛତ୍ରପୁର,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ଜେଇ ଜୟସେନ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନା ମୁକାବିଲା ଡ୍ୟୁଟିରେ ଥିବାବେଳେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି...

ପୁରୁଷୋତ୍ତମପୁରରେ ବିଭିନ୍ନ ବଜାର, ବସ୍‌ଷ୍ଟାଣ୍ଡକୁ ସିଲ କଲା ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର, ୨୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ବିଭିନ୍ନ ବଜାରକୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ସିଲ୍‌...

କଙ୍କଡ଼ା ବିଛା କାମୁଡ଼ିବାରୁ ମହିଳା ମୃତ

ଗୋପାଳପୁର,୧୭ା୯-ଗୋଳନ୍ଥରା ଥାନା ଚାନ୍ଦପୁର ଗ୍ରାମରେ ସୋମବାର କଙ୍କଡ଼ା ବିଛା କାମୁଡ଼ିିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦ୍ରମଣି ବେହେରା (୨୨)। ଚାନ୍ଦପୁର କୁମ୍ଭାର...

ବଜ୍ରଗୁମ୍ମା ଗାଁରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ: ଅସବର୍ଣ୍ଣ ପରିବାରଙ୍କୁ ଗାଁ ବାସନ୍ଦ

ଦିଗପହଣ୍ଡି,୧୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁରେ ଗତ କିଛିଦିନ ହେଲା ସବର୍ଣ୍ଣ- ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଅସବର୍ଣ୍ଣ...

ଅଟକିଲା ଦୁରନ୍ତୋ ଏକ୍ସପ୍ରେସ, କାରଣ ଅସ୍ପଷ୍ଟ

ବ୍ରହ୍ମପୁର ଅଫିସ,୨୩।୮: ବ୍ରହ୍ମପୁର ଦେଇ ଯାଉଥିବା ଦୁରନ୍ତ ଏକ୍ସପ୍ରେସ (ହାଓ୍ବଡା-ବେଙ୍ଗାଲୁର) ଶନିବାର ସନ୍ଧ୍ୟାରେ ଆମ୍ବପୁଆ ଲେବଲ କ୍ରସିଂରେ ହଠାତ୍‌ ଅଟକି ଯାଇଥିଲା। ଯାତ୍ରୀମାନେ କିଛି ବୁଝିପାରି...

ଗଞ୍ଜାମ ବ୍ଲକରେ କରୋନା ସ୍ଥିତି ନିୟନ୍ତ୍ରଣ ଅଛି: ତହସିଲଦାର

ଗଞ୍ଜାମ,୧୧।୭(ଡି.ଏନ୍‌.ଏ.): ମହାମାରୀ କରୋନା ସମଗ୍ର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି l ରାଜ୍ୟର ଅନ୍ୟ ଜିଲାଠାରୁ ଗଞ୍ଜାମ ଜିଲାରେ ସବୁଠାରୁ ଅଧିକ ପ୍ରଭାବ ପକାଇଛି...

Advertisement
Archives

Model This Week