ଠାକୁରଗଡ଼ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଡାକ୍ତର ନିଯୁକ୍ତି ପାଇଁ ବିଧାୟକଙ୍କୁ ଦାବିପତ୍ର

ବଇଣ୍ଡା,୧୫।୬(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଘୋର ସମସ୍ୟା ଦେଇ ଗତି କରୁଛି। ଡାକ୍ତର ପଦବୀ ଖାଲି ପଡ଼ିଥିବା ଯୋଗୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଏକ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି କରିବା ସହ ଏକ ୧୦୮ ଆମ୍ବୁଲାନ୍ସ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବା ପାଇଁ ଠାକୁରଗଡ଼ ଗ୍ରାମବାସୀ ଦାବି କରିଛନ୍ତି। ବୁଧବାର ଏ ନେଇ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ତାଙ୍କ ବାସଭବନଠାରେ ଗ୍ରାମର ଏକ ପ୍ରତିନିଧି ଦଳ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, କିଛି ମାସ ହେବ ଠାକୁରଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଏମ୍‌ବିବିଏସ ଡାକ୍ତର ପଦବୀ ଖାଲି ପଡ଼ିଥିବାବେଳେ ସାଧାରଣ ଲୋକ ସ୍ବାସ୍ଥ୍ୟସେବା ପାଇ ପାରୁନାହାନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବଶରମୁଣ୍ଡା, ଠାକୁରଗଡ଼, ମଇମୁରା, କନ୍ତପଡ଼ା, କୁର୍ତ୍ତିବାସପୁର, କୁରୁମଟାପ, ସାନହୁଲା ଆଦି ୭ଟି ପଞ୍ଚାୟତର ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ହେଲେ ଡାକ୍ତର ନ ଥିବାବେଳେ ସ୍ବାସ୍ଥ୍ୟସେବା ମିଳିପାରୁ ନାହିଁ। ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ଅଞ୍ଚଳ ହୋଇଥିବାବେଳେ ଅନେକ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ଫଳରେ ୧୭ କିମି ଦୂର ଆଠମଲ୍ଲିକ ଉପଖଣ୍ଡ ନଚେତ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଗରିବ ଶ୍ରେଣୀର ଲୋକ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ସେମାନଙ୍କୁ ସଠିକ୍‌ ଭାବେ ମାଗଣା ଔଷଧ ମିଳିନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଲାଗି ରହିଥିବା ସମସ୍ୟା ଗୁଡ଼ିକ ପୂରଣ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ସେହିପରି ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟା ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ବନ୍ଦ ଆନ୍ଦୋଳନରୁ ଓହରିଲା ଭାଜପା

ତାଳଚେର,୧ା୮(ନି.ପ୍ର.) – ପ୍ରଶାସନ ଓ ଏମ୍‌ସିଏଲ୍‌ର ଅନୁରୋଧ କ୍ରମେ ଭାଜପା ପକ୍ଷରୁ ୫ ଦଫା ଦାବି ନେଇ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି...

କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ

ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ...

ପିଜି ଆବେଦନ ଫର୍ମରେ ତ୍ରୁଟି ଅଭିଯୋଗ: ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଛାତ୍ର

ଅନୁଗୋଳ ଅଫିସ, ୧୪।୮-ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି ଫର୍ମରେ ତ୍ରୁଟି ଥିବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା...

ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରାପଡ଼ିଆରୁ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।...

ଦିନକ ପରେ ଧରାବତରଣ କରିବେ ମା’ ଲକ୍ଷ୍ମୀ: ଆଇନଶୃଙ୍ଖଳା ଜଗିବେ ୧୫ ପ୍ଲାଟୁନ ଫୋର୍ସ

ଅନୁଗୋଳ ଅଫିସ, ୧୨।୧୦ – ଦିନକ ପରେ ଅନୁଗୋଳରେ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଏ ନେଇ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଆଇନଶୃଙ୍ଖଳା...

ଜରାଜୀର୍ଣ୍ଣ ଘରେ ଶିକ୍ଷାଦାନ

ପବିତ୍ରନଗର,୧୯।୪(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଏକ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାୟ ୩ ବର୍ଷରୁ ଊଦ୍ଧର୍‌ବ ହେବ ନିର୍ମାଣ...

ଉଚ୍ଛେଦ ନେଇ ଅସନ୍ତୁଷ୍ଟ ଉଠାଦୋକାନୀ

ବଇଣ୍ଡା,୯ା୩(ଡି.ଏନ୍‌.ଏ.) – ରାଜପଥ ସମ୍ପ୍ରସାରଣ ପାଇଁ ୩ ବର୍ଷ ତଳେ ବଜାରରୁ ୫ ଶହ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ସେମାନଙ୍କୁ ଥଇଥାନ କି କ୍ଷତିକପୂରଣ...

ଛେଣ୍ଡିପଦା ବ୍ଲକରେ ୯୯୮ ପ୍ରାର୍ଥୀ: ୮୧ ପ୍ରାର୍ଥିପତ୍ର ପ୍ରତ୍ୟାହାର

ଛେଣ୍ଡିପଦା,୨୬।୧(ସ୍ବ.ପ୍ର.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପକ୍ଷରୁ ମଙ୍ଗଳବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବ୍ଲକରେ ଥିବା ମୋଟ...

Advertisement
Archives

Model This Week