ଟ୍ରେନ୍‌ରେ ଡକାୟତି ଯୋଜନା: ଗ୍ୟାଙ୍ଗର ୬ ଗିରଫ

ବ୍ରହ୍ମପୁର ଅଫିସ,୩ା୬ : ବ୍ରହ୍ମପୁର ରେଳବାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ୪ ନମ୍ବର ପ୍ଲାଟଫର୍ମରୁ କୋଣାର୍କ ଏକ୍ସପ୍ରେସରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୬ ଜଣଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ବିହାର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧାର ବୋଲି ରେଳବାଇ ଥାନାଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ମୁଙ୍ଗେର ଜିଲାର ରାହୁଲ ମଣ୍ଡଳ (୨୫), ଛୋଟୁ ସାହା (୨୭), ମୁକେଶ ସାହା (୪୪), ଚିଣ୍ଟୁ କୁମାର (୨୨), ରବନ କୁମାର (୨୦) ଓ ଖୋର୍ଦ୍ଧାର ଅନାଥ ବେହେରା (୩୧) । ସେମାନଙ୍କଠାରୁ ୩ଟି ଛୁରି, ଗୋଟିଏ ଭୁଜାଲି, ୩୦ ହଜାର ୩୫୦ ଟଙ୍କା, ବ୍ରହ୍ମପୁରରୁ ଭୁବନେଶ୍ୱର ଯିବା ପାଇଁ ୬ ଟି ଟ୍ରେନ ଟିକେଟ ଓ ଲଙ୍କା ଗୁଣ୍ଡ ପୋଲିସ ଜବତ କରିଛି ।
ପ୍ରକାଶ ଯେ, ଶନିବାର ରାତି ପ୍ରାୟ ଗୋଟାଏ ବେଳେ ବ୍ରହ୍ମପୁର ରେଳ ଷ୍ଟେଶନ ୪ ନଂ. ପ୍ଲାଟଫର୍ମରେ କେତେକ ଦୁର୍ବୃତ୍ତ ଏକତ୍ରିିତ ହୋଇଥିବା ପୋଲିସ ଖବର ପାଇଥିଲା । ଥାନାଧିକାରୀ ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ାଉ କରି ଉପରୋକ୍ତ ଡକାୟତ ଗ୍ୟାଙ୍ଗକୁ ଧରିଥିଲା । କୋଣାର୍କ ଏକ୍ସପ୍ରେସରେ ଡକାୟତି ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି ଜେରା ବେଳେ ପୋଲିସ ଜାଣିବାକୁ ପାଇଛି । ମାମଲା ନଂ. ୩୯/୧୯ ଅନୁସାରେ ମାଷ୍ଟରମାଇଣ୍ଡ ରାହୁଲଙ୍କ ସମେତ ୬ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି ଯୋଜନା: ଗିରଫ ହେଲେ ୭ ଅଭିଯୁକ୍ତ

ବାରଙ୍ଗ,୨୨ା୭(ଡି.ଏନ୍‌.ଏ.) : ବାରଙ୍ଗ ଥାନା ଅଞ୍ଚଳରେ ଶନିବାର ରାତିରେ ଡକାୟତି ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ହାବୁଡରେ ୭ଜଣ ଧରାପଡିଛି। ରବିବାର ସେମାନଙ୍କ ବିରୋଧରେ ୧୧୮/୧୯ନଂରେ...

ଟିକାକରଣ କେନ୍ଦ୍ରରେ ସେଲ୍‌ଫି ବୁଥ୍‌

ଛତ୍ରପୁର,୮।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଗଞ୍ଜାମ ଜିଲାରେ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ବ୍ରହ୍ମପୁର ଓ...

ମୃତ୍ୟୁ ପ୍ରମାଣପତ୍ର ଦେବାକୁ କିରାଣି ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଭବାନୀପାଟଣା,୨୪ା୮(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ସିଏଚ୍‌ସି କନିଷ୍ଠ କିରାଣି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କନିଷ୍ଠ କିରାଣି ଏମ୍‌ ଦିବ୍ୟଜ୍ୟୋତି ବୁଧବାର ଭିଜିଲାନ୍ସ ଜାଲରେ...

କାଜୁ ଜଙ୍ଗଲକୁ ନେଇ ବିବାଦ: ୫୩ ପରିବାର ଉପ ଜିଲାପାଳଙ୍କ ନିକଟରେ ମାଲିକାନା ଦାବି କଲେ

ଭଞ୍ଜନଗର,୨୪।୭(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ତହସିଲ ମହୁଲପଲ୍ଲୀ, କରଡ଼ାବଣି, ହରଡ଼ାପଦର, ଚୁଡ଼ାଖାଇ ମୌଜାରେ ଥିବା କିଛି କାଜୁଜଙ୍ଗଲ ମାଲିକାନାକୁ ନେଇ ବିବାଦ ଦେଖାଦେଇଛି। କାଜୁ ଚାଷ କରୁଥିବା ଦଳିତ ଆଦିବାସୀ...

ବିଜେଡିର ୩ କାଉନସିଲରଙ୍କ ନାମାଙ୍କନପତ୍ର ଦାଖଲ

ଗଞ୍ଜାମ,୭ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ବିଜେଡିର ଓ୍ବାର୍ଡ ନଂ ୧୦ର ସୁଜାତା କୁମାରୀ ମହାନ୍ତି, ଓ୍ବାର୍ଡ...

କଲ୍‌ଗାର୍ଲ ଲୋଭ ଦେଖାଇ ଖାଲି କରିଦେଲେ ଆକାଉଣ୍ଟ

ଭୁବନେଶ୍ୱର,୯।୧(ବ୍ୟୁରେ) : ସୁନ୍ଦରୀ ତରୁଣୀଙ୍କ ମୋହ ଦେଖାଇ ଫସାଇବା ପରେ ଟଙ୍କା ଲୁଟୁଛନ୍ତି ସାଇବର ଠକ। ରାଜଧାନୀର ଜଣେ ଯୁବକଙ୍କୁ ଏଭଳି ମୋହରା ବନାଇ ତାଙ୍କ...

ବାପାଙ୍କୁ ମାଡ଼ ମାରି ଥାନାରେ ପୁଅ ଅଟକ

ଦିଗପହଣ୍ଡି,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୁଶୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛନ୍ତି। ଥାନାରେ ଅଟକ ରଖାଯାଇଥିବା ଅଭିଯୁକ୍ତ...

ରେକର୍ଡ କଲେ ଶିଳ୍ପୀ ସତ୍ୟ: ୧୨ ଘଣ୍ଟାରେ ନିର୍ମାଣ କଲେ ୧.୫ ଇଞ୍ଚ ଉଚ୍ଚତା ରଥ

ବ୍ରହ୍ମପୁର ଅଫିସ,୧୧ା୭-ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ସତ୍ୟ ଶ୍ରୀଗୁଣ୍ଡିଚା ଅବସରରେ ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାରର ବିଶ୍ୱର...

Advertisement
Archives

Model This Week