Posted inଜାତୀୟ

ଭାରତର ରାଫାଲ-ଚିନୁକ୍‌-ଆପାଚେ ନେଇ ଚାଇନା ଓ ପାକିସ୍ତାନକୁ ଘାରିଛି ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ, ୩।୬: ଆଗାମୀ ଦିନରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ବେଶ୍‌ ସୁଦୃଢ଼ ହେବାକୁ ଯାଉଛି। କିଛି ମାସ ମଧ୍ୟରେ ଭାରତକୁ ରାଫାଲ୍‌ ଯୁଦ୍ଧ ବିମାନ ମିଳିବ। ୨୦୨୨ ସୁଦ୍ଧା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ୍‌ର ୩୬ଟି ଏଭଳି ବିମାନକୁ ମୁତୟନ କରାଯିବ। ଏହାର ୧୮ଟି ବିମାନକୁ ନେଇ ଗଠିତ ସ୍କାଡ୍ରନ୍‌ ଅମ୍ବାଲା ଏବଂ ହାସିମରାଠାରେ ମୁତୟନ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଉଛି। ସେହିପରି ଆମେରିକା ଭାରତକୁ ୨୨ ଆପାଚେ ହେଲିକପ୍ଟର ଯୋଗାଇ ଦେବ। ଏହା ଭାରତୀୟ ପ୍ରତିରକ୍ଷା କ୍ଷେତ୍ରର କାର୍ଯ୍ୟକୁ ଅଧିକ ସହଜ କରିବାକୁ ସକ୍ଷମ ହେବ। ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ସେନାକୁ ଆବଶ୍ୟକ ସହାୟତା ଲାଗି ପ୍ରତିରକ୍ଷା ବ୍ୟବସ୍ଥାରେ ଆମେରିକା ନିର୍ମିତ ୪ ଚିନୁକ୍‌ ହେଲିକପ୍ଟର ଇତିମଧ୍ୟରେ ସାମିଲ୍‌ ହୋଇ ସାରିଛି। ଆଗାମୀ ଦିନରେ ୧୫ ଚିନୁକ୍‌ ହେଲିକପ୍ଟର ପ୍ରତିରକ୍ଷା ସେବାରେ ସାମିଲ କରାଯିବ। ଏହା ପାହାଡ଼ିଆ ଅଞ୍ଚଳରେ ୨୦ ହଜାର ଫୁଟ ପର୍ଯ୍ୟନ୍ତ ୧୦ ଟନ୍‌ ସାମଗ୍ରୀ ବୋହି ନେବାକୁ ସକ୍ଷମ। ଏହା ସହିତ ଯବାନଙ୍କ ପାଇଁ ଆମେରିକାରୁ ୭୨ ହଜାର ଆସାଲ୍ଟ ରାଇଫଲ କିଣିବା ପାଇଁ ବୁଝାମଣା ହୋଇଛି। ସେହିପରି ରୁଷିଆ ନିର୍ମିତ ଏସ୍‌-୪୦୦ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ଭାରତରେ ଆଗାମୀ ଦିନରେ ସାମିଲ ହେବ। ଭାରତର ପ୍ରତିରକ୍ଷା କ୍ଷମତା ବଢ଼ାଇବା ପାଇଁ ୧୧୪ଟି ଏଫ୍‌-୨୧ ଯୁଦ୍ଧ ବିମାନ ଆମେରିକାରୁ କିଣାଯିବା ପାଇଁ ଚୁକ୍ତି ହୋଇଛି। ଭାରତର କ୍ରମବର୍ଦ୍ଧମାନ ପ୍ରତିରକ୍ଷା ବ୍ୟବସ୍ଥାକୁ ଦେଖି ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ଆଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଭାରତର ସୀମା ସୁରକ୍ଷା ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ବିଶ୍ୱର ସବୁଠୁ ବଡ଼ ପରୀକ୍ଷା: ୫ମ ସ୍ଥାନରେ ଏନ୍‌ଇଇଟି ୟୁଜି

ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ୟୁଜି ବିଶ୍ୱର ସବୁଠାରୁ ବଡ଼ ପରୀକ୍ଷାଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଏସବିଆଇ ରିସର୍ଚ୍ଚର ଏକ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?