Posted inଖେଳ

ଟ୍ରେନିଂ ଆରମ୍ଭ ପାଇଁ ହକି ଖେଳାଳିଙ୍କ ନିବେଦନ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)-ଭାରତୀୟ ହକି ଖେଳାଳିମାନେ ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଅନ୍‌ଲାଇନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ଯଥାସମ୍ଭବ ଶୀଘ୍ର ଟ୍ରେନିଂ ଆରମ୍ଭର ବ୍ୟବସ୍ଥା କରିବା ଲାଗି ସେମାନେ ନିବେଦନ କରିଛନ୍ତି। ଏଦିଗରେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ରିଜିଜୁ ଏକଥା ମଧ୍ୟ କହିଛନ୍ତି ଯେ, ସ୍ପୋଟର୍‌ସ ଅଥରିଟିି ଅଫ୍‌ ଇଣ୍ଡିଆ (ସାଇ)ର ୬ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା (ଏସ୍‌ଓପି) ପ୍ରସ୍ତୁତ ହେବାମାତ୍ରେ ଫିଲ୍‌ଡ ଟ୍ରେନିଂ ଆରମ୍ଭ ହେବ। ଅନ୍‌ଲାଇନ୍‌ କଥାବାର୍ତ୍ତାରେ ୨୪ ମହିଳା ଏବଂ ୩୪ ପୁରୁଷ ହକି ଖେଳାଳି ଭାଗ ନେଇଥିଲେ। ସୂଚନାଯୋଗ୍ୟ, କରୋନାଭାଇରସ୍‌ ପାଇଁ ମାର୍ଚ୍ଚ ୨୫ରୁ ଲକ୍‌ ଡାଉନ୍‌ ଲାଗୁ କରାଯିବା ପରଠାରୁ ଉଭୟ ଭାରତୀୟ ମହିଳା ଓ ପୁରୁଷ ମହିଳା ହକି ଦଳ ବେଙ୍ଗାଲୁରୁସ୍ଥିତ ସାଇ ସାଉଥ ସେଣ୍ଟରଠାରେ ରହିଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସ୍ବାସ୍ଥ୍ୟଗତ କଥା ଉଠୁଥିବାରୁ ଆମେ ରିସ୍କ ନେଇ ପାରିବା ନାହିଁ। ଏହା ଦ୍ୱାରା ଆମ ଟ୍ରେନିଂ ଯୋଜନା ଭଣ୍ଡୁର ହୋଇଯାଇପାରେ। ଉଭୟ ମହିଳା ଓ ପୁରୁଷ ଖେଳାଳିମାନେ ଦର୍ଶାଇଥିଲେ ଯେ, ଆସନ୍ତାବର୍ଷ ଅଲିମ୍ପିକ ପାଇଁ ପ୍ରମୁଖ ହକି ରାଷ୍ଟ୍ରଗୁଡ଼ିକ ଅଭ୍ୟାସ ଆରମ୍ଭ କରି ଦେଲେଣି। ଛୋଟ ଛୋଟ ଗ୍ରୁପ୍‌ କରି ଯଥାଶୀଘ୍ର ପଡ଼ିଆରେ ଟ୍ରେନିଂ ଆରମ୍ଭ କଲେ ଆମେ ଉପକୃତ ହୋଇପାରିବା। ଖେଳାଳିମାନେ ପୁଣି କହିଛନ୍ତି ଯେ, ଆମେ ଏଠାରେ ସୁରକ୍ଷିତ ଅଛୁ ନିଶ୍ଚିତ। କିନ୍ତୁ ‘ହୋମ୍‌ ସିକ୍‌’ ଅନୁଭବ କରୁଛି। ଟ୍ରେନିଂ ଆରମ୍ଭ ହୋଇ ଗଲେ ଆମ ମନକୁ ଆସୁଥିବା ଅନିଚ୍ଛାକୃତ ଚିନ୍ତା ଦୂର ହୋଇପାରନ୍ତା। ବୈଠକରେ ପୁରୁଷ ଓ ମହିଳା ହକି ଦଳର କୋଚ୍‌ ଗ୍ରହମ ରିଡ୍‌ ଓ ଜୋର୍ଡ ମାରିଜନେ ଏବଂ ହାଇପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ା ସଚିବ ରବି ମିତଲ, ସାଇ ଡାଇରେକ୍ଟର ଜେନେରାଲ ସନ୍ଦୀପ ପ୍ରଧାନ, ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦଙ୍କ ସମେତ ଅନ୍ୟ ସିନିୟର ଅଫିସିଆଲମାନେ ମଧ୍ୟ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରମୋଦ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ, ୨୫ା୭ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ଭାରତୀୟ କ୍ରୀଡ଼ା ସମ୍ମାନ ୨୦୧୯ ପାଇଁ ବର୍ଷର ଶ୍ରେଷ୍ଠ...

୪୯ ବର୍ଷ ପରେ ଆଥ୍‌ଲେଟ୍‌ଙ୍କୁ ମିଳିଲା ସମ୍ମାନ

ଟୋକିଓ,୨୩।୭: ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍ସରେ ଇସ୍ରାଏଲର ୯ ଜଣ ଆଥ୍‌ଲେଟଙ୍କୁ ହତ୍ୟା କରିଥିଲା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ‘ବ୍ଲାକ ସେପ୍ଟେମ୍ବର’। ଏହି  ଆଥ୍‌ଲେଟଙ୍କ ପାଇଁ ଶୁକ୍ରବାର...

ଫାଇନାଲ ପୂର୍ବରୁ ଆଇସିସିର ବଡ଼ ଘୋଷଣା

ଦୁବାଇ,୧୨।୧୧: ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଆସନ୍ତା ରବିବାର ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟାରିଂ କରିବେ। ଭାରତୀୟ...

ଶଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍‌

ଆଡିଲେଡ: ଅଷ୍ଟ୍ରେଲିଆର ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ପ୍ରତିଯୋଗିତା ଶେଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍‌ ସୃଷ୍ଟି କରିଛନ୍ତି ଟେଷ୍ଟ ବ୍ୟାଟ୍ସମ୍ୟାନ ମାର୍କୁସ ହାରିସ ଓ ପ୍ରତିଭା ସମ୍ପନ୍ନ...

‘୫୦ ଲୋକ ମଧ୍ୟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ ଆସି ନ ଥିଲେ’:

ନୂଆଦିଲ୍ଲୀ, ୨।୯- କିଙ୍ଗଷ୍ଟନ ସାବିନା ପାର୍କରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଦୃଢ଼ସ୍ଥିତିରେ ରହିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର...

ନିରାଶ କଲେ ଭାରତୀୟ ଶୁଟର: ପିସ୍ତଲ ଖରାପ ଥିବାରୁ ମନୁ ବିଫଳ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ...

୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ଆଇପିଏଲ୍‌ ଦଳ

ନୂଆଦିଲ୍ଲୀ,୬।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳଗୁଡିକ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ବୋଲି...

କୋଭିଡ୍‌- ୧୯ ଭ୍ୟାକ୍ସିନ୍‌: ଆଥଲେଟ୍‌ଙ୍କୁ ଅଗ୍ରାଧିକାର ଦେବାକୁ ସରକାରଙ୍କୁ ଅନୁରୋଧ

ନୂଆଦିଲ୍ଲୀ, ୧୭।୯(ପି.ଟି.): ଆଗମୀ ଦିନରେ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ ଉପଲବ୍ଧ ହେବାର ସମ୍ଭାବନା ଦୃଢ ହେବାରେ ଲାଗିଛି। ଏପରିସ୍ଥଳେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବାର ଆଥଲେଟ୍‌ଙ୍କୁ ଏ...

Advertisement
Archives

Model This Week