ଟ୍ରାଇ କଲର୍‌ ରାଖୀ

ଚଳିତ ମାସ ସ୍ବାଧୀନତା ଦିବସ ଓ ପବିତ୍ର ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ହିଁ ପଡୁଛି। ତେଣୁ ଏଭଳି ଏକ ଶୁଭ ଦିନରେ ଭାଇ ହାତରେ ରାଖୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେବାକୁ ଭଉଣୀମାନଙ୍କ ପାଇଁ ଟ୍ରାଇ କଲର୍‌ ରାଖୀଠୁ ଆଉ ଭଲ ଅପ୍ସନ କ’ଣ ହୋଇପାରେ। କାରଣ ଏହି ରାଖୀରେ ଭାଇ ପାଇଁ ଭଉଣୀର ସ୍ନେହ ଲୁଚି ରହିବା ସହ ଦେଶପ୍ରୀତିର ଝଲକ ଦେଖିବାକୁ ମିଳିଥାଏ। ତେଣୁ ଆଉ ଡେରି କାହିଁକି,ଏଥରର ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମାକୁ ଏକାଠି ପାଳିବା ପାଇଁ କେଉଁ କେଉଁ ଭେରାଇଟ୍‌ର ଟ୍ରାଇ କଲର୍‌ ରାଖୀ ଏବେ ମାର୍କେଟ୍‌ରେ ମିଳୁଛି ଆସନ୍ତୁ ଜାଣିବା….

ଷ୍ଟୋନ୍‌ ରାଖୀ: ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲାଭଳି ଟ୍ରାଇ କଲର୍‌ ଷ୍ଟୋନରେ ତିଆରି ରାଖୀ ଖୁବ୍‌ ଆକର୍ଷଣୀୟ ଦେଖାଯାଇଥାଏ। ମାର୍କେଟ୍‌ରେ ବଡ଼ ଛୋଟ ବିଭିନ୍ନ ଶେପ୍‌ର ଷ୍ଟୋନରେ ତିଆରି ଏହି ରାଖୀ ଏବେ ମିଳୁଛି।

ବିଡ୍ସ ବା ମାଳିର ରାଖୀ: ତ୍ରିରଙ୍ଗା ପରି ତିନୋଟି ରଙ୍ଗରେ ଆସୁଥିବା ମାଳିରେ ବି ରାଖୀ ତିଆରି ହୋଇ ଏବେ ମାର୍କେଟ୍‌ରେ ବିକ୍ରି ହେଉଛି। ଏହା ବି ଖୁବ୍‌ ସୁନ୍ଦର ଦେଖାଯାଉଛି।

ପମ୍‌ପମ୍‌ ରାଖୀ: ପମ୍‌ପମ୍‌ ରାଖୀ ଦେଖିବାକୁ ସିମ୍ପଲ୍‌ ହୋଇଥିଲେ ବି ହାତରେ ପିନ୍ଧିଲେ ବହୁତ ସୁନ୍ଦର ଦେଖାଯାଇଥାଏ। ସାଧାରଣତଃ ସରୁ ସରୁ ସୂତା କିମ୍ବା ପତଳା ଉଲ୍‌ରେ ତିଆରି ହେଉଥିବା ଏହି ରାଖୀ ଏବେ ଟ୍ରାଇ କଲର୍‌ରେ ବି ମାର୍କେଟ୍‌ରେ ମିଳିଲାଣି।

ଟ୍ୟାସେଲ୍‌ ରାଖୀ: ଟ୍ୟାସେଲ୍‌ ଇୟର ରିଂ ତ ଅନେକେ ଦେଖିଥିବେ। ହେଲେ ଏବେ ଟ୍ରାଇ କଲର୍‌ର ଟ୍ୟାସେଲ୍‌ ରାଖୀ ବି ମାର୍କେଟ୍‌କୁ ଆସିଲାଣି। ଏଥରର ରାଖୀ ପୂର୍ଣ୍ଣିମାରେ ଭଉଣୀମାନେ ଚାହିଁଲେ ଏହି ଭେରାଇଟ୍‌ର ରାଖୀ କିଣି ଭାଇମାନଙ୍କ ହାତରେ ପିନ୍ଧାଇ ପାରିବେ। ଯାହା ତାଙ୍କ ଭାଇମାନଙ୍କ ହାତକୁ ଏକ ନିଆରା ଲୁକ୍‌ ଦେବ।

ଶସ୍ୟରେ ତିଆରି ରାଖୀ: ଗୋଟାମୁଗ, ଅରୁଆ ଚାଉଳ ତଥା ମସୁର ଡାଲିକୁ ଖୁବ୍‌ ସୁନ୍ଦର ଭାବେ ସଜାଇ ଏବେ ଟ୍ରାଇ କଲର୍‌ ରାଖୀର ରୂପ ଦିଆଯାଉଛି ଏବଂ ଏହାକୁ ମାର୍କେଟ୍‌ରେ ବିକ୍ରି ମଧ୍ୟ କରାଯାଉଛି, ଯାହା ଦେଖିବାକୁ ଟ୍ରେଣ୍ଡି ଲାଗିବା ସହ ଆକର୍ଷଣୀୟ ଲୁକ୍‌ ବି ଦେଉଛି।

କେବଳ ଏତିକି ନୁହେଁ, ଏବେର ରାଖୀ ମାର୍କେଟ୍‌ରେ ଆହୁରି ଅନେକ ଆକର୍ଷଣୀୟ ଡିଜାଇନ୍‌ର ଟ୍ରାଇ କଲର୍‌ ରାଖୀ ବି ମିଳୁଛି, ଯାହାକୁ ଖୁବ୍‌ ସୁଲଭ ଦରରେ କିଣି ଭଉଣୀମାନେ ତାଙ୍କ ଭାଇମାନଙ୍କ ହାତରେ ବାନ୍ଧି ଏହି ପବିତ୍ର ଦିବସକୁ ଖୁବ୍‌ ଆନନ୍ଦ ଉଲ୍ଲାସରେ ପାଳନ କରିପାରିବା ସହ ଦେଶପ୍ରୀତିରେ ସାମିଲ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?