Posted inଖେଳ

ଟ୍ରଫି ଉପରେ ଗୋଡ଼ ପ୍ରସଙ୍ଗ:କ୍ଷମାପ୍ରର୍ଥନା କଲା ଦକ୍ଷିଣ କୋରିଆ

ସାଙ୍ଘାଇ,୩୦।୫(ଏଏଫ୍‌ପି)- ୧୮ ବର୍ଷରୁ କମ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଦକ୍ଷିଣ କୋରିଆ ଦଳ ଜିତିବା ପରେ ଉଲ୍ଲସିତ ହୋଇ ପାଣ୍ଡା କପ୍‌ ଉପରେ ଗୋଡ଼ ରଖି ଫଟୋ ଉଠାଇଥିଲେ। ଏଥିନେଇ ଚାମ୍ପିୟନ ଦକ୍ଷିଣ କୋରିଆ ଦଳ ଚାଇନାବାସୀଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି। ଅନ୍ତର୍ଜାତୀୟ ଯୁବ ଟୁର୍ନାମେଣ୍ଟ ଫାଇନାଲକୁ ୩-୦ ଗୋଲରେ ଜିତିବା ପରେ ଆୟୋଜକ ଚାଇନାକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ଫଟୋକୁ ଚାଇନା ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଥିଲା। ଏହାପରେ ଦଳର ସଦସ୍ୟ ଓ କୋଚ୍‌ ତୁରନ୍ତ ଏକ ଖବରଦାତା ସମ୍ମିଳନୀ ଡକାଇ ଏକ ଭିଡିଓ ଜରିଆରେ କ୍ଷମା ମାଗିଛନ୍ତି। ପ୍ରଥମେ ଉକ୍ତ ସ୍ଥିତି ପାଇଁ ଆମେ ଦୁଃଖିତ। ଆମର ଜଣେ ଖେଳାଳି ବଡ଼ ଭୁଲ କରିଛନ୍ତି। ଏଥିନେଇ ଚାଇନାବାସୀ ଓ ପ୍ରଶଂସକଙ୍କୁ ଆମେ ଆଉ ଥରେ କ୍ଷମାପ୍ରାର୍ଥନା କରୁଛୁ ବୋଲି ଦକ୍ଷିଣ କୋରିଆ ଦଳର ମୁଖ୍ୟ କୋଚ୍‌ କହିଛନ୍ତି। ଉଲ୍ଲେଖଥାଉ କି, ୬ଟି ଦେଶକୁ ନେଇ ଅନୁଷ୍ଠିତ ଟୁର୍ନାମେଣ୍ଟରେ ନ୍ୟୁଜିଲାଣ୍ଡ ଓ ଥାଇଲାଣ୍ଡକୁ ମଧ୍ୟ ଦକ୍ଷିଣ କୋରିଆ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଲୋକପ୍ରିୟ କ୍ରିକେଟର୍‌ଙ୍କ ପରଲୋକ

କାଠମାଣ୍ଡୁ,୧୧।୧: ନେପାଳର ଯୁବ କ୍ରିକେଟର୍‌ କୁନ୍ଦନ ଶାହାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ...

୩୫ ବଲରେ ଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ

ଲାହୋର, ୧୦।୧୦: ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ ଖୁସ୍‌ଦିଲ୍‌ ଶାହ ଟି୨୦ କ୍ରିକେଟ୍‌ରେ ନିଜ ଦେଶ ପକ୍ଷରୁ ଦ୍ରୁତତ୍ତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ୨୫...

୬ ବଲ୍‌ରୁ ୬ ଛକା ମାରିଲେ ରସେଲ୍‌: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୮: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ବିସ୍ଫୋରକ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ବ୍ୟାଟିଂ ବିଷୟରେ ସମସ୍ତେ ଭଲଭାବେ ଜାଣିଛନ୍ତି। ସେ କିଛି ସମୟ ପଡ଼ିଆରେ ରୁହନ୍ତି, ତେବେ...

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ, ନ୍ୟୁଜିଲାଣ୍ଡର ସଂଘର୍ଷ ଜାରି

ମେଲବୋର୍ନ,୨୮।୧୨(ଏଏଫ୍‌ପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ ହାସଲ କରିବା ସହ...

କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ହାସଲ କଲେ ସ୍ମୃତି ମନ୍ଧାନା

ଦୁବାଇ, ୨୦ା୯: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ତର୍ଜାତୀୟ...

ଲଙ୍ଗ୍‌ ଜମ୍ପ୍‌ରେ ମନୀଷାଙ୍କୁ ରୌପ୍ୟ

ଭୁବନେଶ୍ୱର, ୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ୩୫ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଛି। ୨୦ ବର୍ଷରୁ...

ସୋଧି ରୟାଲ୍ସ ସ୍ପିନ୍‌ ବୋଲିଂ ପରାମର୍ଶଦାତା

ଜୟପୁର,୩।୧- ନ୍ୟୁଜିଲାଣ୍ଡ ଲେଗ୍‌ ସ୍ପିନର ଇଶ ସୋଧି ଆଇପିଏଲ୍‌ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସଙ୍କୁ ଦଳର ସ୍ପିନ୍‌ ବୋଲିଂ ପରାମର୍ଶଦାତା ଓ ଅପରେଶନ ଏକ୍‌ଜିକ୍ୟୁଟିଭ ଭାବେ ନିଯୁକ୍ତ...

ପ୍ରଥମଥର ପାଇଁ ପିତା ହେଲେ ଏହି କ୍ରିକେଟର

ଅଷ୍ଟ୍ରେଲିଆ କ୍ରିକେଟର ଉସ୍‌ମାନ ଖ୍ବାଜା ପ୍ରଥମଥର ପାଇଁ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରେଚେଲ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଖ୍ବାଜା ଇନ୍‌ଷ୍ଟାଗ୍ରାମରେ ଝିଅର...

Advertisement
Archives

Model This Week