ଟ୍ରକ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତାରୋକୋ: ପୋଲିସ ଉପସ୍ଥିତିରେ ଟ୍ରକକୁ ଜାଳିଲେ ଲୋକେ

ଲହୁଣୀପଡା, ୧୧।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ଦର୍ଜିଂଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ଜଣେ ଛାତ୍ର ବିର୍ସା ମୁଣ୍ଡା (୧୧)ଙ୍କ ମୃତ୍ୟୁକୁ କେନ୍ଦ୍ରକରି ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ଲୋକେ ଜିଦରେ ଅଟଳ ରହିଥିଲେ। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କରିବା ସହ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟ୍ରକ୍‌କୁ ଜାଳି ଦେଇଛନ୍ତି। ଦାବିପୂରଣର ପ୍ରତିଶ୍ରୁତି ମିଳିବା ପରେ ରାତି ପ୍ରାୟ ୯ଟାରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଛି।
ସୂଚନା ଅନୁସାରେ, ସାଲେଇପାଲି ଗ୍ରାମର ରାସାଇ ମୁଣ୍ଡାଙ୍କ ପୁଆ ବିର୍ସା ଓ ପାଣ୍ଡୁ ମୁଣ୍ଡାଙ୍କ ପୁଅ ସଞ୍ଜୟ ଦର୍ଜିଂସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ମଙ୍ଗଳବାର ବିଦ୍ୟାଳୟ ଛୁଟି ପରେ ନିଜ ଗ୍ରାମକୁ ଉଭୟ ଏକ ସାଇକେଲ ଯୋଗେ ଫେରୁଥିଲେ। ରାଉରକେଲାଠାରୁ ଲୁହାଛଡ ବୋଝେଇ କରି ଯାଜପୁର ଅଞ୍ଚଳକୁ ଯାଉଥିବା ଓଆର୍‌ ୧୪ ଟି- ୦୬୭୦ ଦଶଚକିଆ ଟ୍ରକ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ସଞ୍ଜୟ ଛିଟିକି ପଡି ଗୁରୁତର ଆହତ ହୋଇଥିବାବେଳେ ବିର୍ସା ଉପରେ ଟ୍ରକ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ବିର୍ସାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଉତ୍ତେଜନା ଦେଖାଯାଇଥିଲା ଏବଂ ଚାଳକ ଦେଓଶଙ୍କର କୁମାର (୩୨)ଙ୍କୁ ଲୋକେ ନିସ୍ତୁକ ମାଡ ଦେଇଥିଲେ। ଖବରପାଇ ଲହୁଣୀପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଟ୍ରକ ଚାଳକଙ୍କୁ ଉଦ୍ଧାର କରିଥିଲା। ଘଟଣା ପ୍ରଚାରିତ ହେବା ପରେ ପ୍ରବଳ ଉତ୍ତେଜନା ହେବା ସହିତ କ୍ଷତିପୂରଣ ଦାବିରେ ଲୋକମାନେ ରାସ୍ତାରେ ଗଛ ପକାଇ ନିଆଁ ଜାଳି ଅବରୋଧ କରିଥିଲେ। ପୋଲିସ ଫୋର୍ସ ସହିତ ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲାପାଳ ସରୋଜ କୁମାର ପୃଷେଠ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଲୋକମାନେ ଆନ୍ଦୋଳନ ଚଳାଇଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଖାତିର ନ କରି ଦୁର୍ଘଟଣା ଘଟାଇଥିବା ଟ୍ରକରେ ନିଆଁ ଲଗାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିକାଟୁରେ ଧାନମଣ୍ଡି ଉଦ୍‌ଘାଟନ କଲେ ଜିଲାପାଳ

ହିଞ୍ଜିଳିକାଟୁ,୨୧।୧୨(ଡି.ଏନ୍‌.ଏ.): ଖରିଫ ଧାନ ସଂଗ୍ରହ ପାଇଁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶନିବାରଠାରୁ ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପୂର୍ବାହ୍ନରେ ସମରଝୋଳ ପ୍ରାଥମିକ ସମବାୟ...

ମହିଳାଙ୍କୁ ବଳାତ୍କାର ଅଭିଯୋଗ,ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୪ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏତଲା କ୍ରମେ ଆଇଆଇସି ବସନ୍ତ କୁମାର ସେଠୀ ନଂ. ୨୨୦/୧୯ ଦଫା...

ଆରମ୍ଭ ହେଲା ନ୍ୟାଶନାଲ ଆର୍ଟ, କ୍ରାଫ୍ଟ ମେଳା

ସମ୍ବଲପୁର,୨୪।୪(ବ୍ୟୁରୋ): ନ୍ୟାଶନାଲ ଆର୍ଟ ଏବଂ କ୍ରାଫ୍ଟ କଟନ୍‌ ସିଲ୍କ ଏକ୍ସପୋ-୨୦୨୨ (ପ୍ରଦର୍ଶନୀ ଓ ମେଳା) ସମ୍ବଲପୁର ଅଇଁଠାପାଲିସ୍ଥିତ ପିଏଚ୍‌ଡି ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ୧ଲକ୍ଷରୁ...

ଗୁରୁ ଯାମିନୀ ରଞ୍ଜନଙ୍କୁ ‘ନୃତ୍ୟାଙ୍ଗନା ସମ୍ମାନ’

ଢେଙ୍କାନାଳ ଅଫିସ୍‌, ୧୬।୫: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟାଙ୍ଗନା’ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ୭ମ ‘ନୃତ୍ୟାଙ୍ଗନା ସମ୍ମାନ...

କେନାଲ କଂକ୍ରିଟ ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଦାବି କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରକୋଣା ନିକଟରେ ଆମ୍ବହତା କେନାଲ କଂକ୍ରିଟ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା କେନାଲ...

ପଞ୍ଚଭୂତରେ ବିଲୀନ ହେଲେ ଶାନ୍ତି ଦେବୀ

ଗୁଣପୁର,(ଡି.ଏନ୍‌.ଏ.)/ରାୟଗଡ଼ା ଅଫିସ, ୧୮।୧: ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୮ବର୍ଷ...

୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର,୫-୨(ବ୍ୟୁରୋ):ସହରାଞ୍ଚଳରେ ପ୍ଲାନ ବାହାରେ କୋଠାବାଡି ନିର୍ମାଣ କରିଥିବା କିମ୍ବା ଅନୁମୋଦନ ନ ନେଇ ଘର ତିଆରି କରିଥିବା ମାଲିକମାନେ ଆଶ୍ୱସ୍ତ ହୋଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର...

ଜୁନ୍‌ ୧ରୁ କାର୍ଯ୍ୟକ୍ଷମ ହେବ ଏମ୍‌ସିସି

ଅନୁଗୋଳ ଅଫିସ, ୨୦।୫: ବହୁ ବିରୋଧ ପରେ ଅନୁଗୋଳ ସହରରେ ମାଇକ୍ରୋ କମ୍ପୋଷ୍ଟିଂ ସିଷ୍ଟମ(ଏମ୍‌ସିସି) ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହରର ଗୋଟିଏ ସ୍ଥାନରେ...

Advertisement
Archives

Model This Week