Posted inଖେଳ

ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରଖିବାକୁ ୟୁଏସ୍‌ଏ ସୁଇମିଂର ପରାମର୍ଶ

ଲସଏଞ୍ଜେଲ୍ସ,୨୧।୩ (ଏଏଫ୍‌ପି): ଆମେରିକୀୟ ସନ୍ତରଣ ପ୍ରତିଯୋଗିତାର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଏସ୍‌ଏ ସୁଇମିଂ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ସାରା ବିଶ୍ୱରେ କରୋନା ଭାଇରସ୍‌ ଏକ ମହାମାରୀ ରୁପେ କାୟା ବିସ୍ତାର କରିସାରିଥିବାରୁ ଅଲିମ୍ପିକକୁ ସ୍ଥଗିତ ରଖିବା ଜରୁରି ହୋଇପଡିଛି। ଏଥିପାଇଁ ଏହି ସଂସ୍ଥା ୟୁଏସ୍‌ ଅଲିମ୍ପିକ୍‌ ଓ ପାରାଲିମ୍ପିକ୍‌ କମିଟି(ୟୁଏସ୍‌ଓପିସି)କୁ ଚିଠି ଲେଖିଛି ଓ ଅଲିମ୍ପିକ ସ୍ଥଗିତ କରିବାକୁ ଚାପ ପକାଇବାକୁ ପରାମର୍ଶ ଦେଇଛି। ଏ ନେଇ ୟୁଏସ୍‌ଏ ସୁଇମିଂ ପେଡେରେଶନ ମୁଖ୍ୟ କାର୍ଯ୍ୟନିର୍ବାହୀ ଟିମ୍‌ ହିନଚେ ସମସ୍ତଙ୍କୁ ଗୁରୁତର ସହ ଚିନ୍ତା କରିବାକ ପରାମର୍ଶ ମଧ୍ୟ ଦେଇଛନ୍ତି। ୟୁଏସ୍‌ଏ ସୁଇମିଂ ଟୁଇଟର ହ୍ୟାଣ୍ଡଲରେ ଏହି ଚିଠି ପୋଷ୍ଟ କରାଯାଇଛି।
ଟୋକିଓ ଅଲିମ୍ପିକ୍ସ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଆମକୁ ସମୟ ଆବଶ୍ୟକ ବୋଲି ୟୁଏସ୍‌ ଅଲିମ୍ପିକ୍ସ ମୁଖ୍ୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିବା ପରେ ଏହି ଚିଠିକୁ ସାର୍ବଜନୀନ କରାଯାଇଛି। ୟୁଏସ୍‌ଓପିସି ଚେୟାରଓମ୍ୟାନ ସୁସାନ ଲିୟନ୍ସ ଆମରିକୀୟ କ୍ରୀଡ଼ାର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସହିତ ସମାନ ମତ ପ୍ରକାଶ କରିଥିବା କହିଛନ୍ତି। ଅଲିମ୍ପିକ୍ସ ନେଇ ଏତେ ଶୀଘ୍ର କୌଣସି ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ ବୋଲି ମିଳିତ ଭାବେ କୁହାଯାଇଛି।
ଦେଶର ୮୫ ଜଣ ଆଥଲେଟ୍‌ କାରୋନା ଭାଇରସ୍‌ ସଂକ୍ରମଣ ଓ ଅଲିମ୍ପିକ୍ସ ଆୟୋଜନ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏମାନଙ୍କ ସହ ଆଲୋଚନା କରାଯାଇ ଏଭଳି ଚିଠି ପୋଷ୍ଟ କରାଯାଇଛି ବୋଲି ୟୁଏସ୍‌ଏ ସୁଇମିଂ ତରଫରୁ କୁହାଯାଇଛି। ଆମେରିକାର ବିଭିନ୍ନ ରାଜ୍ୟରେ ସୋସିଆଲ ଡିଷ୍ଟାନ୍ସଂ ବା ସମାଜିକ ଦୂରତ୍ୱ ନିୟମ ଲାଗୁ କରାଯାଇଛି ଓ ଏହା ଦ୍ୱାର ଟ୍ରେନିଂ ବାଧାପ୍ରାପ୍ତ ହୋଇଛି ବୋଲି ୟୁଏସ୍‌ଏ ସୁଇମିଂ ତରଫରୁ କୁହାଯାଇଛି। କରୋନା ଭାଇରସ ସଂକ୍ରମଣ ଏବେ ଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧାସୃଷ୍ଟି କରିଛି। ତେଣୁ ଆଥଲେଟମାନେ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇଛନ୍ତି। ଆଥଲେଟଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ହିନ୍‌ଚେ କହିଛନ୍ତି।
ଉଲ୍ଲେଖଥାଉ କି, ଆମେରିକା ସାରା ବିଶ୍ୱରେ ସୁଇମିଂ ପାଓ୍ବାର ହାଉସ୍‌ ରୂପେ ବିବେଚିତ ହେଉଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଆମେରିକା ୩୩ଟି ପଦକ ହାସଲ କରିଥିଲା। ସୁଇମିଂ କିମ୍ବଦନ୍ତୀ ମାଇକେଲ ଫେଲପ୍ସଙ୍କ କୋଚ୍‌ ବବ ବୋମ୍ୟାନ ମଧ୍ୟ ଅଲିମ୍ପିକ୍‌କୁ ସ୍ଥଗିତ ରଖିବା ସପକ୍ଷରେ ମତ ଦେଇଛନ୍ତି। ଫେଲ୍‌ପ୍ସ ୨୩ ସ୍ବର୍ଣ୍ଣ ସମେତ ମୋଟି ୨୮ଟି ଅଲିମ୍ପିକ ପଦକ ହାସଲ କରି ବିଶ୍ୱ କ୍ରୀଡ଼ା ଇତିହାସରେ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ପୂର୍ବରୁ ହୋଟେଲ୍‌ରେ ଓ୍ବାର୍ଣ୍ଣରଙ୍କୁ ଛାଡି ଆସିଥିଲା ହାଇଦ୍ରାବାଦ୍‌ ଟିମ୍‌: କୋଚ କହିଲେ କାରଣ

ୟୁଏଇ,୨୮।୯: ଆଇପିଏଲର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଡେଭିଡ ୱାର୍ଣ୍ଣର ଫିଟ ଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳି ନ ଥିଲେ।...

ଜାଣିଶୁଣି ସଚିନଙ୍କୁ ଏକ ରନ୍‌ ଦେଇ ଫସାଇବାକୁ ଚାହିଁଥିଲେ ଏହି ଦୁର୍ଦ୍ଧର୍ଷ ବୋଲର୍‌; ସନ୍ୟାସ ଘୋଷଣା ପରେ କହିଲେ…

ଜୋହାନ୍ସବର୍ଗ,୪।୯: ନିଜ ସମୟର ସର୍ବୋତ୍ତମ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଡେଲ୍‌ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଦ୍ରୁତ ବୋଲିଂ...

ସୁଇସ୍‌ ଓପନ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ବାତିଲ

ନୂଆଦିଲ୍ଲୀ, ୧୧।୬(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ୟାଲେଣ୍ଡର ପ୍ରଭାବିତ ହେବାରେ ଲାଗିଛି। ବିକଳ୍ପ ସମୟ ନ ପାଇବା କାରଣରୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ...

ହାଇତି ଫୁଟ୍‌ବଲ ସଭାପତିଙ୍କୁ ଆଜୀବନ ବାସନ୍ଦ କଲା ଫିଫା

ଜୁରିଚ୍‌, ୨୧ା୧୧ (ଏପି)-ମହିଳା ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗରେ ହାଇତି ଫୁଟ୍‌ବଲ ମହାସଂଘ ସଭାପତି ଓ୍ବାଇଭେସ୍‌ ଜିନ୍‌ ବାର୍ଟଙ୍କୁ ବିଶ୍ୱ ପରିଚାଳନା ସଂସ୍ଥା ଫିଫା ଶୁକ୍ରବାରଠାରୁ...

ଏହିସବୁ ଭୁଲ୍‌ କରୁଛନ୍ତି ବିରାଟ କୋହଲି

ନୂଆଦିଲ୍ଲୀ,୧୮।୮: ଇଂଲଣ୍ଡ ଗସ୍ତରେ ଦମଦାର ଖେଳ ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ଜିତିଛି, କିନ୍ତୁ ବିରାଟ କୋହଲିଙ୍କ ଫର୍ମ ତାଙ୍କ ପାଇଁ...

ସୁନୀଲ ଜୋଶୀ ୟୁପି ରଣ୍‌ଜୀ କୋଚ୍‌ ନିଯୁକ୍ତ

ଲକ୍ଷ୍ନୌ, ୩।୯ (ପି.ଟି.)- ପୂର୍ବତନ ଭାରତୀୟ ସ୍ପିନର ସୁନୀଲ ଜୋଶୀଙ୍କୁ ଉତ୍ତର ପ୍ରଦେଶ (ୟୁପି) ରଣ୍‌ଜୀ କ୍ରିକେଟ୍‌ ଦଳର ନୂତନ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।...

ଓ୍ବାର୍ନରଙ୍କ ଶଟ୍‌ ପାଇଁ ଦୁଇ ଭାଗ ହେଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୧୨।୧୧: ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଦୁଇ ଥର ବାଉନ୍ସ ହୋଇଥିବା ବଲକୁ ଛକା ଲଗାଇଥିଲେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌...

ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ଉଜ୍ଜ୍ୱଳ: ମ୍ୟାଚ୍‌ ଜିତିବା ପରେ ଦଳର ଶକ୍ତିକୁ ନେଇ କୋହଲି କହିଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଖରେ ଭରପୂର ବିକଳ୍ପ ରହିଛି। ଶୀର୍ଷ କ୍ରମରେ ଖେଳିବା ପାଇଁ ଏକରୁ ବଳି ଏକ ପ୍ରତିଭାବାନ କ୍ରିକେଟର ଅଛନ୍ତି। କିଛି ବାହାରେ...

Advertisement
Archives

Model This Week