Posted inଖେଳ

ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫଳରେ ଭାରତକୁ ଏହି ଟୁର୍ନାମେଣ୍ଟରେ ପ୍ରଥମ ପରାଜୟ ଚାଖିବାକୁ ପଡିଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅଧିନାୟକଙ୍କ ଏହି ନିଷ୍ପତ୍ତି ଠିକ ପ୍ରମାଣିତ ହୋଇ ନ ଥିଲା। ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସୁର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଆଧାରରେ ୨୦ ଓଭରରେ ୯ ଉଇକେଟ ହରାଇ ୧୩୩ ରନ ସ୍କୋର କରିପାରିଥିଲା।
୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକାର ଦଳ ଭଲ ଆରମ୍ଭ କରିପାରି ନ ଥିଲା, କିନ୍ତୁ ଅଇଦାନ ମାର୍କ୍ରାମ ଏବଂ ଡେଭିଡ ମିଲର ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡେଭିଡ ମିଲର ୫୯ ରନ୍‌ରେ ଅପରାଜିତ ରହିଥିଲେ। ଭାରତ ପାଇଁ ଅର୍ଶଦୀପ ସିଂ ଦୁଇଟି ଉଇକେଟ ନେଇଥିଲେ।
ଆଜିର ବିଜୟ ସହ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନକୁ ଖସ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri