Posted inଖେଳ

ଟି୨୦ ବିଶ୍ୱକପ୍‌ ଘୁଞ୍ଚିବା ନିଶ୍ଚିତ: ଆସନ୍ତା ସପ୍ତାହରେ ଔପଚାରିକ ଘୋଷଣା

ମୁମ୍ବାଇ,୨୨।୫: ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବା ଏକପ୍ରକାର ନିଶ୍ଚିତ ହୋଇଛି। ଏହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଖେଳାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ଏ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ଔପଚାରିକ ଘୋଷଣା କରାଯିବା ଆଶା କରାଯାଉଛି। ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଓ ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ବିଶ୍ୱକପ୍‌ ଏବେ କେବେ ଆୟୋଜନ ହେବ ସେ ନେଇ ଆଇସିସି ଓ ସିଏ ପାଇଁ ବଡ଼ ପ୍ରଶ୍ନ ସଦୃଶ ହୋଇଛି। କିନ୍ତୁ ୩ଟି ବିକଳ୍ପ ଉପରେ ବିଚାର କରାଯାଉଛି।
ପ୍ରଥମ: ଏହି ବିଶ୍ୱକପ୍‌କୁ ଅଷ୍ଟ୍ରେଲିଆ ଫେବୃୟାରୀ- ମାର୍ଚ୍ଚରେ ଆୟୋଜନ କରିବା ନେଇ କୌଣସି ସମସ୍ୟା ନାହିଁ। କିନ୍ତୁ ଅତ୍ୟଧିକ ଟି୨୦ ଖେଳିବାର ସମସ୍ୟା ରହିବ। କାରଣ ଆସନ୍ତାବର୍ଷ ଏପ୍ରିଲ୍‌ରେ ଆଇପିଏଲ୍‌ ଖେଳାଯିବ। ଏଥି ସହିତ ଇଂଲଣ୍ଡର ଭାରତ ଗସ୍ତ ନେଇ ମଧ୍ୟ ସଙ୍କଟ ସୃଷ୍ଟି ହେବ। ପ୍ରସାରଣକାରୀ ସଂସ୍ଥା ମଧ୍ୟ ଏ ନେଇ ଦ୍ୱନ୍ଦ୍ୱରେ ପଡିବେ।
ଦ୍ୱିତୀୟ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅଷ୍ଟ୍ରେଲିଆ ୨୦୨୧ ଟି୨୦ ବିଶ୍ୱକପ୍‌ ସଂସ୍କରଣ ଆୟୋଜନ କରିବାକୁ ରାଜି କରାଇବ ଓ ୨୦୨୨ରେ ଭାରତରେ ବିସିସିଆଇ ଟି୨୦ ବିଶ୍ୱ ଆୟୋଜନ କରିବ। କିନ୍ତୁ ଅଷ୍ଟ୍ରେଲିଆ ସହିତ ଭାରତ ମଧ୍ୟରେ ଚଳିତ ବର୍ଷ ଶେଷ ଆଡୁକ ବିସିସିଆଇ ଟେଷ୍ଟ ସିରିଜ ଆୟୋଜନ କରିବାକୁ ଚାହୁଁଛି। ପୁଣି ଟି୨୦ ବିଶ୍ୱକପ୍‌କୁ ବିସିସିଆଇ ସୁଇଚ୍‌ ନ କରିବାକୁ କୌଣସି କାରଣ ନାହିଁ ବୋଲି କୁହାଯାଉଛି।
ତୃତୀୟ: ୨୦୨୦ ବିଶ୍ୱକପ୍‌ ବଦଳରେ ଅଷ୍ଟ୍ରେଲିଆ ୨୦୨୨ ବିଶ୍ୱକପ୍‌ ଆୟୋଜନ କରୁ। ଏପରି ହେଲେ ଆଇସିସି ଓ ଅନ୍ୟ ପ୍ରୟ ସବୁ ଖେଳାଳିଙ୍କୁ ସୁହାଇବ। ଚଳିତ ବର୍ଷ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚାଯିବା ଘୋଷଣା ୨୬ରୁ ୨୮ ମାର୍ଚ୍ଚ ସୁଦ୍ଧା ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଏସଂକ୍ରାନ୍ତରେ ଆଇସିସିର ସଦସ୍ୟ ବୋର୍ଡ ମଧ୍ୟରେ ଟେଲିକନ୍‌ଫରେନ୍ସ ମଧ୍ୟ ଆଲୋଚନ ହେବ। ଆଇସିସି ବୈଠକରେ ମୋଟ ଉପରେ ୩ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଥମ ପ୍ରସଙ୍ଗ ହେଲା ଟି୨୦ ବିଶ୍ୱକପ୍‌କୁ ଘୁଞ୍ଚାଯିବାଙ୍‌। ଦ୍ୱିତୀୟ ହେଲା ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଅନ୍ତିମ ତାରିଖ ଧାର୍ଯ୍ୟ କରିବା ଓ ତୃତୀୟ ହେଳା ନିର୍ବାଚନ ତାରିଖ ଓ ପ୍ରକ୍ରିୟା ନେଇ ନିଷ୍ପତ୍ତି ନେବା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri