Posted inଖେଳ

ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ହେବାକୁ ଚାହାନ୍ତି ଅଖତାର

ନୂଆଦିଲ୍ଲୀ,୫।୫ (ପି.ଟି.): ଶେଷରେ ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ୍‌ ହେବାକୁ ଇଛାପ୍ରକାଶ କରିଛନ୍ତି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର। ଯଦି ପ୍ରସ୍ତାବ ମିଳେ ତାହାଲେ ଭାରତର ବୋଲିଂ କୋଚ୍‌ ବୋକୁ ପିଛାଇବି ନାହିଁ ବୋଲି ସେ କହିଛନ୍ତି। ସୁଯୋଗ ମିଳିଲେ ଭାରତରେ ଅଧିକରୁ ଅଧିକ ଆକ୍ରମଣାତ୍ମକ, ଦ୍ରୁତ ବୋଲର ସୃଷ୍ଟି କରିପାରିବି ବୋଲି ସେ କହିଛନ୍ତି। ସୋସିଆଲ ନେଟଓ୍ବର୍କିଂ ଆପ୍‌ ‘ହେଲୋ’ରେ ଏକ ସାକ୍ଷାତକାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ଏବେ ଭରତ ଅରୁଣ ଭାରତର ବୋଲିଂ କୋଚ୍‌ ରୂପେ ଦାୟିତ୍ୱ ତୁଲାଇଛନ୍ତି। ଭାରତୀୟ ବୋଲିଂ ବିଭାଗ ସହିତ ଜଡିତ ହେବାକୁ ଇଛା ଅଛି ଥିବା ନେଇ ପ୍ରଶ୍ନ ହେବାରୁ ସେ ଏହି କଥା କହିଛନ୍ତି।

ପ୍ରସ୍ତାବ ମିଳିଲେ ନିଶ୍ଚିୟ ଭାରତ ପାଇଁ କାର୍ଯ୍ୟ କରିବି। ବୋଲିଂ ସମ୍ପର୍କିତ ଜ୍ଞାନ ପ୍ରଚାର ଓ ପ୍ରାସର କରିବା ମୋର କାମ। ଯାହା ମୁଁ ଶିକ୍ଷା କରିଛି ତାହାକୁ ଅନ୍ୟାମାନଙ୍କୁ ବାଣ୍ଟିବି ଓ ଏହାର ପ୍ରଚାର କରିବି ଓ ଏବେକାର ବୋଲରଙ୍କଠାରୁ ଆହରୁ ଦକ୍ଷ ବୋଲର ସୃଷ୍ଟି କରିପାରିବି ବୋଲି ସେ କହିଛନ୍ତି। ଯୁବ କ୍ରିକେଟମାନଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିବାକୁ ସବୁବେଳେ ଆଗ୍ରହି ଅଛି। କେବଳ ସେତିକି ନୁହଁ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସର ମଧ୍ୟ କୋଚ୍‌ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପୂର୍ବରୁ ଆଇପିଏଲର ପ୍ରାରମ୍ଭିକ ସଂସ୍କରଣରେ ସେ କୋଲକାତା ତରଫରୁ ଖେଳିଥିଲେ।

୧୯୯୮ ସିରିଜ ଅବସରରେ ଅଖତାର କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ସହ କଥାବାର୍ତ୍ତା କରିଥିଲେ। ଏବେ ଏ ନେଇ ସେ ନିଜର ମତ ରଖିଛନ୍ତି। ସଚିନଙ୍କୁ ଅଗରୁ ଦେଖିଥିଲି। ତେବେ ସେ ମହାନ ବ୍ୟକ୍ତି ବୋଲି ଜାଣି ନ ଥିଲି। ତେବେ ଚେନ୍ନାଇରେ ସଚିନଙ୍କୁ ଭାରତରେ ଭଗବାନଙ୍କ ଭଳି ସମ୍ମାନ କରାଯାଏ ବୋଲି ଜାଣିବାକୁ ପାଇଥିଲି। ସଚିନ ମୋର ଜଣେ ଭଲ ବନ୍ଧୁ। ୧୯୯୮ରେ ବହୁତ ଦ୍ରୁତ ଗତିରେ ବୋଲିଂ କରିଥାଏ। ସେତେବେଳେ ଭାରତୀୟ ପ୍ରଶଂସକ ମୋତେ ଚିୟର କରିଥିଲେ। ଭାରତରେ ମୋର ଫ୍ୟାନ ଫଲୋଇଙ୍ଗ୍‌ ଅଛି ଓ ଏଠାରେ ମୋର ଅଧିକ ପ୍ରଶଂସକ ରହିଛନ୍ତି ବୋଲି ଅଖତାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଙ୍ଗାଲୁରୁ ୟୁନାଇଟେଡ୍‌କୁ ହରାଇଲା ଭବାନୀପୁର ଏଫ୍‌ସି

କୋଲକାତା, ୯ା୧୦ (ପି.ଟି.)-କରୋନା ଯୋଗୁ ଦେଶରେ ୭ ମାସ ହେବ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ହୋଇଯାଇଥିଲା। ଗୁରୁବାରଠାରୁ ଆରମ୍ଭ ହୋଇଛି ଫୁଟ୍‌ବଲ ପ୍ରତିଯୋଗିତା। ବିନା ଦର୍ଶକରେ...

ପର୍ନ ଷ୍ଟାର ଜନି ସିନ୍ସଙ୍କ ନାଁରେ ଟ୍ରୋଲ୍‌ ହେଲା ଟିମ୍‌ ଇଣ୍ଡିଆ

ଓ୍ବେଲିଂଟନ, ୨୦।୨: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଶୁକ୍ରବାରଠାରୁ ଘରୋଇ ଦଳ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏଥିପୂର୍ବରୁ...

ଟିମ ଇଣ୍ଡିଆର ଭବିଷ୍ୟତ କ୍ରିକେଟର

ଓ୍ବେଷ୍ଟଇଣ୍ଡିଜ ମାଟିରେ ଉଭୟ ଦିନିକିଆ ଓ ଟି୨୦ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ। ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି। ଭାରତର...

ପୁଣି ପାକିସ୍ତାନ କ୍ରିକେଟକୁ ଫେରିଲେ ଆଫ୍ରିଦି, ମିଳିଲା ଏହି ଗୁରୁ ଦାୟିତ୍ୱ

ଇସଲାମାବାଦ,୨୪।୧୨: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଶନିବାର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ ଗୁରୁ ଦାୟିତ୍ୱ ଦେଇଛି। ତାଙ୍କୁ ଜାତୀୟ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ...

ନ୍ୟୁଜିଲାଣ୍ଡକୁ ହରାଇଲା ମାଲେସିଆ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୦।୧:କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହକି ବିଶ୍ୱକପ୍‌ର ପୁଲ୍‌ ‘ସି’ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହ...

ସୁର୍ଯ୍ୟକୁମାରଙ୍କ ଉପରେ ଅଛି ଟିମ ଇଣ୍ଡିଆର ପୂରା ଭରସା, ପ୍ରଥମ ୨ଟି ଦିନିକିଆରେ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୧।୯: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ଖେଳାଯିବ। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏହି ସିରିଜର ପ୍ରଥମ ମ୍ୟାଚରେ ରହିବେ ନାହିଁ।...

ଦ୍ୱିତୀୟ ଟେଷ୍ଟ:ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡରର ବିପର୍ଯ୍ୟୟ

ରାଓ୍ବଲପିଣ୍ଡି,୬।୨(ଏପି): ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ପୁଣି ଫେଲ ମାରିଛନ୍ତି। ଫଳରେ ଘରୋଇ ଦଳ ସୁବିଧାଜନକ ସ୍ଥିତିରେ...

କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ୪ ଗୋଲ୍‌

ମିକ୍କା, ୧୧ା୨ (ସାଉଦି ଆରବ): କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କ ନୂଆ ସାଉଦି ଆରବ ଟିମ୍‌ ଅଲ୍‌ ନାସେର ଦଳ ତରଫରୁ ଖେଳିବା ଆରମ୍ଭ କରି ଏକ...

Advertisement
Archives

Model This Week