Posted inଖେଳ

ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା: ଇଞ୍ଜୁରି କାରଣରୁ ୩ ମ୍ୟାଚ୍‌ ଖେଳିପାରିବେନି ଧାଓ୍ବନ

ନଟିଂହାମ,୧୩।୬(ପି.ଟି.)- ଭାରତର ବିଶ୍ୱକପ୍‌ ଅଭିଯାନକୁ ଜୋରଦାର୍‌ ଝଟ୍‌କା ଲାଗିଛି। ବାମହାତ ବୁଢ଼ା ଅଙ୍ଗୁଳି ଭାଙ୍ଗିଯିବା କାରଣରୁ ଇନ୍‌ଫର୍ମ ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଆଗାମୀ ୩ ସପ୍ତାହ ପାଇଁ ଦଳରୁ ବାଦ ପଡିଛନ୍ତି। ଫଳରେ ଅତିକମ୍‌ରେ ସେ ଆଗାମୀ ବିଶ୍ୱକପ୍‌ ମ୍ୟାଚ୍‌ ନ ଖେଳିବା ନିଶ୍ଚିତ ହୋଇଛି।
ଧାଓ୍ବନଙ୍କ ବଦଳରେ ଦଳରେ କାହାକୁ ସାମିଲ କରାଯିବ ସେ ନେଇ ଟିମ୍‌ ମ୍ୟାନେଜମେଣ୍ଟ କୌଣସି ସ୍ପଷ୍ଟ ସୂଚାନ ଦେଇନାହିଁ। ଧାଓ୍ବନ ଗୁରୁବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଓ ରବିବାର ଆୟୋଜନ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ତେବେ ଆସନ୍ତା ୨୨ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳକୁ ଧାଓ୍ବନ ଫିଟ୍‌ ହୋଇଥିବେ କି ନା ତାହା ଦେଖିବାକୁ ବାକି ରହିଲା। ବିଶ୍ୱକପ୍‌ରେ ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ୧୦୯ଟି ବଲର ସମ୍ମୁଖୀନ ହୋଇ ୧୧୭ ରନର ଶତକୀୟ ପାଳି ଖେଳି ଧାଓ୍ବନ ହିରୋ ସାବ୍ୟସ୍ତ ହେବା ସହ ପ୍ଳେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
ନାଥନ କଲ୍ଟର- ନାଇଲଙ୍କ ଏକ ରାଇଜିଂ ବଲ ଧାଓ୍ବନଙ୍କ ବାମ ବୁଢ଼ା ଅଙ୍ଗୁଳିରେ ବାଜିଥିଲା। ତେବେ ଯନ୍ତ୍ରଣା ସତ୍ତ୍ୱେ ସେ ବ୍ୟାଟିଂ ଜାରି ରଖିଥିଲେ। ତେବେ ରବୀନ୍ଦ୍ର ଜାଡେଜା ତାଙ୍କ ସ୍ଥାନରେ ପୂରା ମ୍ୟାଚ୍‌ରେ ଫିଲ୍ଡିଂ କରିଥିଲେ। ସ୍କାନ ହେବା ପରେ ଧାଓ୍ବନଙ୍କ ଅଙ୍ଗୁଳି ଭାଙ୍ଗିଯାଇଥିବା ଜଣାପଡିଥିଲା। ଭାରତ ଟିମ୍‌ ଇଣ୍ଡିଆ ଫିଜିଓ ପାଟ୍ରିକ ଫରହାର୍ଟ ଓ ଧାଓ୍ବନ ଲିଡ୍ସରେ ରହି ବିଭିନ୍ନ ସ୍ପେସିଆଲିଷ୍ଟଙ୍କ ସହ ପରାମର୍ଶ କରୁଛନ୍ତି। ମାଞ୍ଚେଷ୍ଟରଠାରୁ ଲିଡ୍ସ ଗୋଟିଏ ଘଣ୍ଟାର ରାସ୍ତା।
ଟୁର୍ନାମେଣ୍ଟର ଅନ୍ତିମଚରଣ ବେଳକୁ ଧାଓ୍ବନ ଫିଟ୍‌ ହୋଇଯାଇଥିବେ ବୋଲି ଆଶା କରାଯାଉଥିବା ବେଳେ ଟିମ୍‌ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା ତାଙ୍କ ବଦଳ ଖେଳାଳି ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି। ୨୨ ତାରିଖରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବ। ତେବେ ସେତେବେଳକୁ ଧାଓ୍ବନ ୧୧ ଦିନର ବିଶ୍ରାମ ପାଇଯାଇଥିବେ। ଏହି ମ୍ୟାଚ୍‌ ଯଦି ଧାଓ୍ବନ ନ ଖେଳନ୍ତି ତେବେ ଅସାନ୍ତା ୨୭ ତାରିଖରେ ଭାରତ ମାଞ୍ଚେଷ୍ଟରରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଖେଳିବା ପୂର୍ବରୁ ଆହୁରି ଅଧିକ ୬ ଦିନର ବିଶ୍ରାମ ପାଇବେ। ଯଦି ଫିଟ୍‌ ହୁଅନ୍ତି ତାହେଲେ ସେ ଅନ୍ତିମ ଦୁଇ ଲିଗ୍‌ ମ୍ୟାଚ୍‌ (ଜୁଲାଇ ୨ ତାରିଖରେ ଖେଳାଯିବାକୁଥିବା ବାଂଲାଦେଶ ଓ ୬ ତାରିଖରେ ଆୟୋଜନ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ) ଖେଳିପାରିବେ। କେବଳ ସେତିକି ନୁହଁ ସେମିଫାଇନାଲ ମ୍ୟାଚ୍‌ରେ ମଧ୍ୟ ଧାଓ୍ବନ ଖେଳିବା ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ଆଶା କରାଯାଉଛି। ଧାଓ୍ବନ ଏବେ ବିସିସିଆଇ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ରହିବେ। ଧାଓ୍ବନ ଇଂଲଣ୍ଡରେ ରହିବେ ଓ ତାଙ୍କ ଇଞ୍ଜୁରିର ଉନ୍ନତି ଉପରେ ନଜର ରଖାଯିବ ବୋଲି ଟିମ୍‌ ଇଣ୍ଡିଆ ମିଡିଆ ମ୍ୟାନେଜର ମୌଲିନ ପାରିଖ ସୁଚନା ଦେଇଛନ୍ତି।
ବର୍ତ୍ତମାନ ଟିମ୍‌ ମ୍ୟାନେଜମେଣ୍ଟ ଧାଓ୍ବନଙ୍କ ବଦଳ ଖେଳାଳି ଘୋଷଣା ନେଇ ସେତେଟା ତତ୍ପରତା ପ୍ରକାଶ କରିନାହିଁ। ଧାଓ୍ବନଙ୍କୁ ମାସେ ପର୍ଯ୍ୟନ୍ତ ଡାକ୍ତର ଅନ୍‌ଫିଟ୍‌ ଘୋଷଣା ନ କଲା ପର୍ଯ୍ୟନ୍ତ ବଦଳ ଖେଳାଳି ନେଇ ଘୋଷଣା କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ଅନିଚ୍ଛୁକ ବୋଲି କୁହାଯାଉଛି।
ଦଳରେ ସ୍ପେଶାଲିଷ୍ଟ ଓପନର ଲୋକେଶ ରାହୁଲ ସାମିଲ ଅଛନ୍ତି। ତେଣୁ ସେ ଧାଓ୍ବନଙ୍କ ସ୍ଥାନରେ ରୋହିତ ଶର୍ମାଙ୍କ ସହ ମିଶି ଇନିଂସ ଓପନ୍‌ କରିବେ। ଏଭଳି ସ୍ଥିତିରେ ବିଜୟ ଶଙ୍କର କିମ୍ବା ଦୀନେଶ କାର୍ତ୍ତିକ ଆଗାମୀ ଦୁଇ ମ୍ୟାଚ୍‌ରେ ମିଡଲ ଅର୍ଡରରେ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି।
ଷାଣ୍ଡ-ବାଇ ତାଲିକାରେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଅମ୍ବାତି ରାୟୁଡୁ ସାମିଲ ଅଛନ୍ତି। ମୁମ୍ବାଇ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ସ୍ପେଶାଲିଷ୍ଟ ୪ ନମ୍ବର ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବାରୁ ତାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଷ୍ଟାଣ୍ଡ- ବାଇ ତାଲିକା ନେଇ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)ର ସେଭଳି କୌଣସି ସ୍ବତନ୍ତ୍ର ନିୟମ ନାହିଁ। ତେଣୁ ବିଶ୍ୱକପ୍‌ ଟେକ୍‌ନିକାଲ କମିଟିର ଅନୁମୋଦନରେ ଯେକୌଣସି ଖେଳାଳିଙ୍କୁ ବଦଳ ଖେଳାଳି ରୂପେ ଦଳରେ ସାମିଲ କରାଯାଇପାରିବ। ଉଲ୍ଲେଖଥାଉ କି, ଆଇସିସି ଇଭେଣ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଧାଓ୍ବନ ଏପର୍ଯ୍ୟନ୍ତ ୧୦ଟି ବିଶ୍ୱକପ୍‌ ମ୍ୟାଚ୍‌ ଖେଳି ୫୩.୭୦ ରନ ହାରରେ, ୯୪.୨୧ ଷ୍ଟ୍ରାଇକ୍‌ରେଟ୍‌ରେ ୫୩୭ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri