Posted inଖେଳ

ଟିକସ ପ୍ରସଙ୍ଗରେ ବିସିସିଆଇ-ଆଇସିସି ମୁହାଁମୁହିଁ

ନୂଆଦିଲ୍ଲୀ, ୨୫ା୫ (ପି.ଟି.)-ଭାରତରେ ଆଗକୁ ହେବାକୁ ଥିବା ଆଇସିସି ଗ୍ଳୋବାଲ କ୍ରିକେଟ ଇଭେଣ୍ଟ ପାଇଁ ଟିକସ ଛାଡ଼ କରିବା ପ୍ରସଙ୍ଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁଣି ଥରେ ମୁହଁାମୁହିଁ ହୋଇଛନ୍ତି। ଭାରତ ୨୦୨୧ରେ ଟି୨୦ ବିଶ୍ୱକପ୍‌ ଏବଂ ୨୦୨୩ରେ ୫୦ ଓଭର ବିଶିଷ୍ଟ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ୨୦୧୬ରେ ଭାରତରେ ଟି୨୦ ବିଶ୍ୱକପ୍‌ ବେଳକୁ ଟିକସ ଛାଡ଼ ପ୍ରସଙ୍ଗକୁ ନେଇ ଆଇସିସି ଓ ବିସିସିଆଇ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ତେବେ ଉଭୟ ପକ୍ଷ ଏହି ସମସ୍ୟାର ଆପୋଷ ସମାଧାନ ପାଇଁ ଚେଷ୍ଟା ଚଳାଇଥିବା ଆଇସିସିର ଜଣେ ମୁଖପାତ୍ର ପ୍ରକାଶ କରିଛନ୍ତି। ଆଇସିସି ସାଧରଣତଃ ଭାବେ ଟିଭି ପ୍ରଡକ୍ସନ ସରଞ୍ଜାମ ଆମଦାନୀ ଓ ଟିକେଟିଂରୁ ଏକସାଇଜ୍‌ ଡ୍ୟୁଟି ଛାଡ଼ ପାଇଁ ଚାହିଥାଏ। ଆଇସିସିର ନୂଆ ଚେୟାରମ୍ୟାନ ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ବେଳେ ଟିକସ ବିବାଦ ପୁଣି ମୁଣ୍ଡ ଟେକିଛି। ବିଦାୟୀ ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାହାନେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ହେଲେ ଆଇସିସି ଆଇନ ବିଭାଗ ମୁଖ୍ୟ ଜୋନାଥନ ହଲ୍‌ ପଠାଇଥିବା ମେଲ୍‌ରେ ଯେପରିଭାବେ ଲେଖାଯାଇଛି ବିସିସିଆଇର ଉଚ୍ଚ କର୍ମକର୍ତ୍ତାମାନେ ସେଥିରେ ଖପ୍ପା ହୋଇଛନ୍ତି। ରାଜିନାମା ଅନୁସାରେ ଟିକସ ଛାଡ଼ ସମସ୍ୟାର ସମାଧାନ କେବେ ହେବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତାହାର ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରୁ। ବିସିସିଆଇର ଜଣେ ବରିଷ୍ଠ ଅଫିସିଆଲ କହିଛନ୍ତି,ଦେଶରେ ଟିକସ ସମ୍ପର୍କିତ ନିଷ୍ପତ୍ତି ବିସିସିଆଇ ନୁହେଁ ଭାରତୀୟ ସରକାର ନେଇଥାନ୍ତି। ଅତୀତରେ ଫର୍ମୁଲାଓ୍ବାନ ରେସ୍‌ ଆୟୋଜନ ବେଳେ ସରକାର ଟିକସ ଛାଡ଼ କରି ନ ଥିଲେ। ଆଇସିସି ଗ୍ଲୋବାଲ ଇଭେଣ୍ଟ ଲାଗି ଟିକସ ଛାଡ଼ କରାଯିବା କି ନା ତାହା ସରକାର ସ୍ଥିର କରିବେ। ଲକ୍‌ଡାଉନ ନ ଉଠିବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆମେ ସରକାରଙ୍କ ସହ ଆଲୋଚନା କରିବା ସମ୍ଭବ ନୁହେଁ ବୋର୍ଡର ବରିଷ୍ଠ କର୍ମକର୍ତ୍ତାଜଣକ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri