ଟାଟାସ୍ପଞ୍ଜ ପଞ୍ଚସଖା ଫୁଟବଲ ଟୁର୍ନାମେଣ୍ଟ : ଦେଓଝର ଗ୍ରାମ ପଞ୍ଚାୟତ ଚାମ୍ପିୟନ

ଯୋଡ଼ା,୨୭।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡାବ୍ଲକ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ ଆଇରନ ଲିମିଟେଡର ଟାଟାସ୍ପଞ୍ଜ ପଞ୍ଚସଖା ପକ୍ଷରୁ ଏକ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ ଆୟୋଜିତ ହୋଇଥିଲା। ଫାଇନାଲ ମ୍ୟାଚ ଅଁସେଇକଳା ଓ ଦେଓଝର ଗ୍ରାମ ପଞ୍ଚାୟତ ମଧ୍ୟରେ ଖେଳା ଯାଇଥିଲା। ଏଥିରେ ଖେଳ ଅମୀମାଂଶିତ ହେବାରୁ ପେନାଲଟି ସୁଟ୍‌ ମାଧ୍ୟମରେ ଦେଓଝର ଗ୍ରାମ ପଞ୍ଚାୟତ ବିଜୟଲାଭ କରି ଚାମ୍ପିୟନ ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଜିଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ସମ୍ମାନିତ ଅତିଥି ଭାବେ ଟାଟା ସ୍ପଞ୍ଜ ଅଧିକାରୀ ରାଘବନ ସୋମନାଥ, ସତ୍ୟ ନାରାୟଣ ନନ୍ଦ, ଟାଟାସ୍ପଞ୍ଜ ଶ୍ରମିକ ସଂଘ ସଭାପତି ସଞ୍ଜୟ ମହାନ୍ତ, ରମେଶ ଚନ୍ଦ୍ର ବେହେରା, ଗଣପତି ୟୁଥ କ୍ଲବ, ବିରିକଳାର ସମ୍ପାଦକ ରଞ୍ଜିତ ନାଏକ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳ ସହିତ ସମସ୍ତ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଅଁଶେଇକଳା ଗ୍ରାମ ପଞ୍ଚାୟତ ଦଳର ମାନସିଂ ପୂର୍ତ୍ତି, ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଦେଓଝର ଗ୍ରାମ ପଞ୍ଚାୟତ ଦଳର ମଧୁସୂଧନ ମୁଣ୍ଡା, ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ ଦେଓଝର ଦଳର ଅରୁଣ ମୁଣ୍ଡା ଓ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ କଣ୍ଡରା ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା। ଟାଟାସ୍ପଞ୍ଜ ସିଏସଆର ଡେପୁଟି ମ୍ୟାନେଜର ତ୍ରିଲୋଚନ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଟୁର୍ନାମେଣ୍ଟକୁ ଶିବପ୍ରସାଦ ଦାସ, ରେଫରି ରାଜୁ ମହାନ୍ତି, ପ୍ରିୟବ୍ରତ ବାହିନିପତି, ଦିଗବିଜୟୀ ଦାସ, ଲକ୍ଷ୍ମୀପ୍ରସାଦ ନାଇଡୁ ଓ ଉତ୍କଳମଣି ବେହେରା ସୂଚାରୁ ରୂପେ ପରିଚାଳନା କରିଥିଲେ। କ୍ଷୀରୋଦ ଗିରି, ଭାଗିରଥୀ ପାତ୍ର ଓ ଘନ ମହାନ୍ତ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୁଷୁରିକିଳା ଗ୍ରାମରେ ଅଗ୍ନିକାଣ୍ଡ

ସଜନାଗଡ଼, ୧୨।୪(ଡି.ଏନ.ଏ.)-ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଞ୍ଚାୟତର ଘୁଷୁରିକିଳା ଗ୍ରାମରେ ଶନିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୨ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ହୋଇଛନ୍ତି ଘୁଷୁରିକିଳା ଗ୍ରାମର...

ନକଲି ଶିକ୍ଷକଙ୍କୁ ଝଟକା : ୧ ମାସ ଭିତରେ ଦାଖଲ କରିବାକୁ ପଡ଼ିବ ଜାତିଗତ ପ୍ରମାଣପତ୍ର

କର୍ଲାମୁଣ୍ଡା,୨୫।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ନକଲି ଶିକ୍ଷକ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଜୁଲାଇ ମାସରେ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ପୁଣି ଜାତିଗତ ପ୍ରମାଣପତ୍ର ଓ...

ଦିଗପହଣ୍ଡିରେ ଲକ୍‌ଡାଉନ କଟକଣାକୁ ବେଖାତିର୍‌: ୩ ଦୋକାନ ସିଲ୍‌ କଲା ପ୍ରଶାସନ

ଦିଗପହଣ୍ଡି,୨।୭(ଡି.ଏନ୍‌.ଏ.): କରୋନା ମହାମାରୀ ବିପର୍ଯ୍ୟୟ ସମୟରେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ କୋଭିଡ ନିୟମକୁ ଉଲ୍ଲଂଘନ କରୁଛନ୍ତି ବ୍ୟବସାୟୀ।...

ଦୁର୍ଦ୍ଦିନରେ ନଳିତା ଚାଷୀ

ହାଟଡିହୀ,୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅକରୁଆ ପଞ୍ଚାୟତ ଅକରୁଆ, ଆମ୍ବଗଡିଆ ଓ ଦଧିବାମନପୁର ଗ୍ରାମର ନଳିତା ଚାଷୀମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ସରକାରୀ ପ୍ରୋତ୍ସାହନ...

ଡେଭିସ୍‌ କପ୍‌: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ

ନୁର- ସୁଲତାନ,୩୦।୧୧(ପି.ଟି.): କାଜାଖସ୍ଥାନ ରାଜଧାନୀ ନୁର- ସୁଲତାନରେ ଅନୁଷ୍ଠିତ ଡେଭିସ୍‌ କପ୍‌ ମ୍ୟାଚ୍‌ରେ ଶନିବାର ଭାରତ ୪-୦ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଏହି...

ଧରିତ୍ରୀ ପ୍ରଭାବ : ଲକ୍ଷ୍ମୀଙ୍କୁ ମିଳିଲା ଚିକିତ୍ସା ଲାଗି ଆର୍ଥିକ ସହାୟତା

ହାଟଡିହୀ, ୬।୬(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମର ରାଧେଶ୍ୟାମ ବେହେରାଙ୍କ ପରିବାର। ତାଙ୍କର ୫ ବର୍ଷର ଝିଅ ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା...

ଖୁଣ୍ଟ ପଡ଼ିଛି, ବିଦ୍ୟୁତ୍‌ ସଂଯୋଗ ନାହିଁ

ଦଶପଲ୍ଲା,୧୭ା୮(ଡି.ଏନ.ଏ.): ସମସ୍ତଙ୍କୁ ବିଦ୍ୟୁତ୍‌ ଆଲୋକ ଯୋଗାଣ ନିମନ୍ତେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ କେତେଜଣ କର୍ମଚାରୀଙ୍କ ଅବହେଳା ଯୋଗୁ ଜନସାଧାରଣ ବିଦ୍ୟୁତ୍‌ ଆଲୋକରୁ...

ଗଛ ମୂଳେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ପଦ୍ମପୁର, ୧୨।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଠାକୁରାଣୀସାହି ଅଙ୍ଗନୱାଡି କେନ୍ଦ୍ର ଦୀର୍ଘ ୯ ବର୍ଷ ଧରି ଗଛ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *