ଟଙ୍କା ନେଇ ନିର୍ମାଣ କଲେନି ଗୃହ: ୨୨୭ ହିତାଧିକାରୀ ଫେରାଇଲେ ୩୩ ଲକ୍ଷ

କଟକସଦର,୧୨ା୧(ଡି.ଏନ୍‌.ଏ.): ଇନ୍ଦିରା ଆବାସ ନିର୍ମାଣ ପାଇଁ ୨୦୦୦ରୁ ୨୦୧୪ ମସିହା ମଧ୍ୟରେ କାର୍ଯ୍ୟାଦେଶ ଏବଂ ଅନୁଦାନ ପାଇବା ସତ୍ତ୍ୱେ ଯେଉଁମାନେ ଗୃହ ନିର୍ମାଣ କରିନାହାନ୍ତି, ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ସୁବିଧା ଘୋଷଣା କରାଯାଇଥିଲା ା ନେଇଥିବା ଟଙ୍କା କିସ୍ତିରେ ଫେରାଇଲେ ପରବର୍ତ୍ତୀ ସମୟରେ ଉକ୍ତ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କିଆ ଘର ମିଳିବ। ଏହି ସୁବିଧାର ସୁଫଳ ୨୩ଟି ପଞ୍ଚାୟତର ୨୨୭ ଜଣ ହିତାଧିକାରୀ ଉପକୃତ ହେବେ। ଶୁକ୍ରବାର ଟଙ୍କା ଫେରସ୍ତର ଶେଷ ଦିନ ରହିଥିଲା। ବ୍ଲକ କର୍ତ୍ତୃପକ୍ଷ ୩୩ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦିଆଯିବ ବୋଲି ରାଜ୍ୟ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ନଭେମ୍ବରରେ ଘୋଷଣା କରାଯାଇଥିଲା। ଉକ୍ତ ବ୍ଲକର ୭୫ ହିତାଧିକାରୀ ଟଙ୍କା ଫେରସ୍ତ ପାଇଁ ଆବେଦନ କରିଥିଲେ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଫେରସ୍ତ ଅବଧି ବଢ଼ାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ସମ୍ବଲପୁର,୧୪।୨(ବ୍ୟୁରୋ): ସମ୍ବଲପୁରର ଜିଲାର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଏହି ଚଢ଼ାଉ...

ପାରାଦୀପରୁ ଆସୁଛି ଅପମିଶ୍ରିତ ଏଫ୍‌ଓ

ଯାଜପୁର ଅଫିସ,୪ା୬:ପାରାଦୀପ ବନ୍ଦରରୁ ଯାଜପୁର ଜିଲା ଦେଇ ଯାଇଥିବା ୫୩ ନଂ.ଜାତୀୟ ରାଜପଥ କଳାବଜାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପାରାଦୀପ ବନ୍ଦର ଠାରୁ ୫ କିମି...

୫ ଏକର ଜଙ୍ଗଲ କାଟିଦେଲା ବନ ବିଭାଗ

ନୟାଗଡ଼ ଅଫିସ,୧୭।୬: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ ପକ୍ଷରୁ ଖେଡପଡ଼ା ସେକ୍ସନ କୋସକା ବିଟ୍‌ର ରାଜଗିରି ଡୁବୁରି ମୁଣ୍ଡିଆରୁ ୨ ଏକର ଓ ମାଳିସାହି ଜାଆଡା...

ବିବାହ ଭୋଜିରେ ହଜାରେ ଲୋକଙ୍କୁ ଦେଇଥିଲେ ଆମନ୍ତ୍ରଣ

ହିଞ୍ଜିଳିକାଟୁ,୨୧ା୫: କୋଭିଡ଼ କଟକଣାକୁ ଅବମାନନା କରି ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମରେ ଶୁକ୍ରବାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ବିବାହ...

ରାସ୍ତାରେ ଡ୍ରେନ୍‌ ପାଣି, ଯାତାୟାତ ବାଧାପ୍ରାପ୍ତ

ଜଟଣୀ,୧୬ ।୨(ଡି.ଏନ୍‌.ଏ.) ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଅନେକ ନୂତନ ଆପାର୍ଟମେଣ୍ଟ ଓ ସାହିବସ୍ତି ଗଢ଼ିଉଠିଛି। ଏଠାରେ ଗୃହ ନିର୍ମାଣ ପୂର୍ବରୁ ସରକାରୀ ନିୟମ ଉଲ୍ଲଂଘନ...

ମହିମା ଟୁଙ୍ଗିରେ ନବାନ୍ନ

କାମାକ୍ଷାନଗର, ୪ ।୯-କାମାକ୍ଷାନଗର ମହିମା ଟୁଙ୍ଗିରେ ମଙ୍ଗଳବାର ନବାନ୍ନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମମୁହୂର୍ତ୍ତରେ ମହିମା ଧର୍ମାବଲମ୍ବୀମାନେ ଶୁଦ୍ଧପୂତ ହୋଇ ମଠରେ ଏକାଠି ହୋଇଥିଲେ।...

ଅପହୃତା ଯୁବତୀ ଉଦ୍ଧାର: ଅପହରଣକାରୀ ଗିରଫ

ଦିଗପହଣ୍ଡି,୧୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ଅପହୃତା ଯୁବତୀଙ୍କୁ କେ. ନୂଆଗାଁ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ଯୁବକଙ୍କୁ ପୋଲିସ ଥାନାରେ ରଖି...

ମାଲେସିଆ ଫେରିଗଲା ଜିନ୍‌ ହ୍ବା: ଛାଡ଼ିଗଲା ସ୍ମୃତି, ଦେଇଗଲା ଅନେକ ଅନୁଭୂତି

ବ୍ରହ୍ମଗିରି, ୧୭-୯(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ଓ ଖିରୀସାହି ମଝି ବଙ୍ଗୋପ ସାଗର କୂଳରେ ଅଟକିଥିବା ମାଲେସିଆର ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା...

Advertisement
Archives

Model This Week