ବ୍ରହ୍ମପୁର ଅଫିସ,୧୮ା୧୨- ବ୍ରହ୍ମପୁର ଟାଉନ ଥାନା ମିଲିଟାରୀ ଲାଇନ୍ରେ ଥିବା କାନାରା ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଜୁଲାଇ ୬ରେ ଜଣେ ଜମାକାରୀଙ୍କଠାରୁ ୧୮ ହଜାର ଟଙ୍କା ଠକି ନେଇଥିଲେ। ଜମାକାରୀ ଶିବରାମ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲା। ପୋଲିସ ବ୍ୟାଙ୍କକୁ ଯାଇ ସିସି ଟିଭି ଫୁଟେଜ ସଂଗ୍ରହ କରି ଜମାକାରୀଙ୍କ ନିକଟରେ ଠିଆ ହୋଇଥିବା ଯୁବକମାନଙ୍କୁ ଚିହ୍ନଟ କରିଥିଲା। ଘଟଣାର ୫ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରି ପାରିନାହିଁ। ଅନ୍ୟପଟେ ଜମାକାରୀ ଜଣକ ଟଙ୍କା ନ ପାଇ ନିରାଶ ହୋଇଛନ୍ତି। ସୂଚନାଯୋଗ୍ୟ, ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନ୍ରେ ଥିବା କାନାରା ବ୍ୟାଙ୍କରେ ଲୁଟେରାମାନେ ଜଣେ ଜମାକାରୀଙ୍କୁ ଟାର୍ଗେଟ କରିଥିଲେ। ନୀଳାଦ୍ରିବିହାରର ଶିବରାମ ସାହୁ ଜୁଲାଇ ୬ରେ ୫୦ ହଜାର ଟଙ୍କା ଜମା କରିବାକୁ ଯାଇ ଧାଡିରେ ଠିଆ ହୋଇଥିଲେ। ତାଙ୍କ ପଛରେ ଠିଆ ହୋଇଥିବା ୨ ଜଣ ଯୁବକ ଶିବରାମଙ୍କୁ ସେ ଧରିଥିବା ୨ ହଜାର ଟଙ୍କାର କ୍ରମିକ ସଂଖ୍ୟାଗୁଡିକ ଚାଲାଣ ଫର୍ମରେ ଲେଖିବାକୁ ହେବ ନଚେତ୍ ବ୍ୟାଙ୍କ ଟଙ୍କା ରଖିବ ନାହିଁ ବୋଲି କହିଥିଲେ। ସେ ଧରିଥିବା ୫୦ ହଜାର ଟଙ୍କା ଯୁବକମାନଙ୍କୁ ଦେଇଥିଲେ। ସେଥିରେ ଥିବା ୨ ହଜାର ଟଙ୍କା ନୋଟଗୁଡିକର କ୍ରମିକ ନମ୍ବର ଲେଖିବା ଆଳରେ ସେଥିରୁ ୧୮ ହଜାର ଟଙ୍କା କୌଶଳକ୍ରମେ ସେମାନେ ଠକି ନେଇ ବଳକା ଟଙ୍କା ଜମାକାରୀଙ୍କୁ ଫେରାଇ ଦେଇ ଚମ୍ପଟ ମାରିଥିଲେ। ପରେ ଶିବରାମ ବ୍ୟାଙ୍କ କ୍ୟାଶ୍ କାଉଣ୍ଟରକୁ ଯାଇ ଟଙ୍କା ଜମା କରିବା ପାଇଁ କ୍ୟାଶିୟରଙ୍କୁ ଦେଇଥିଲେ। ଗଣିବା ବେଳେ ସେଥିରେ ୧୮ହଜାର ଟଙ୍କା କମ୍ ଥିବା କ୍ୟାଶିୟର କହିଥିଲେ। ପରେ ଶିବରାମ ଉକ୍ତ ଯୁବକମାନଙ୍କୁ ବ୍ୟାଙ୍କ ଭିତରେ ଓ ବାହାରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଠକାମିର ଶିକାର ହୋଇଥିବା ଜାଣି ଶିବରାମ ଟାଉନ ଥାନାରେ ଅଭିଯୋଗ କରିଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ
କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…
ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…
ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…
ହୀରାକୁଦରେ ବନ୍ଦ ହେଲା ୮ ଗେଟ୍, ୭ ଗେଟ୍ରେ ହେଉଛି ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍…
ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର
ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…
ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର
ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…
ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…
ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…
ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର
କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…
ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି
ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…
Archives

