ଝିଅ ବିବାହରେ ନୂଆ ଗାଡ଼ିକୁ ଗୋବର ଲେପ ଦେଲେ ଡାକ୍ତର

ନୂଆଦିଲ୍ଲୀ,୭।୧: ଭିନ୍ନ ଭିନ୍ନ ଢଙ୍ଗରେ ବିବାହ କରି ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। କୋହ୍ଲାପୁରର ନବନାଥ ଦୁଧଲ ନାଁରେ ପରିଚିତ ଜଣେ ଡାକ୍ତର ନିଜ ଝିଅଙ୍କ ବିବାହ କାର୍‌କୁ ଗୋବର ଲେପ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ। ଗୋବରର ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବାକୁ ଡାକ୍ତର ଜଣକ ଏପରି କରିଥିବା ଜଣାପଡିଛି। ତାଙ୍କ ମତରେ ଗୋବର ଦ୍ୱାରା କ୍ୟାନସରର ଚିକିତ୍ସା କରାଯାଇ ପାରୁଛି। ଏହା ଶରୀରରୁ ଅନ୍ୟ ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ଏହାର ବ୍ୟବହାର ପାଇଁ ପ୍ରୋତ୍ସାହିତ କରିବାକୁ ସେ ତାଙ୍କ ଝିଅ ବାହାଘରରେ ନୂଆ ଗାଡ଼ିକୁ ଗୋବରର ଲେପ ଦେଇଛନ୍ତି। ଗ୍ଲୋବାଲ ଓ୍ବାର୍ମିଂ ବଢୁଥିବା ବେଳେ ପରିବେଶକୁ ସୁରକ୍ଷା ଦେବାକୁ ଦେଶି ଗାଈର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି। ଗୋବର ଲେପ ଦେଇ ଗାଡି ଚଲାଇଲେ ଏହାର କ୍ୟାବିନର ତାପମାତ୍ରା କମ୍‌ ହୋଇଥାଏ ବୋଲି ସେ ଯୁକ୍ତି କରିଛନ୍ତି। ତାଙ୍କ ମତରେ ଗୋବର ମୋବାଇଲ ରେଡିଏଶନରୁ ମଧ୍ୟ ସୁରକ୍ଷା ଦେଇଥାଏ। ଏହାସହ ଖାଲି ଗାଡି ଚଲାଇଲେ ପ୍ରତିଦିନ ଅତିକମ୍‌ରେ ୩ ବାଲ୍‌ଟି ପାଣି ଗାଡ଼ି ଧୋଇବାକୁ ଆବଶ୍ୟକ ପଡିଥାଏ। ଯଦି ଗୋବର ଲେପ ଦିଆଯାଉଛି ତେବେ ନିୟମିତ ଭାବେ ଗାଡ଼ି ଧୋଇବା ଆବଶ୍ୟକ ପଡିବ ନାହିଁ। ଫଳରେ ପାଣି ମଧ୍ୟ ନଷ୍ଟ ହେବ ନାହି ବୋଲି ଡାକ୍ତର ଦୁଧଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ନିଦ ଲାଗିଯାଇଥିବା ବେଳେ ହସ୍ପିଟାଲରେ ଶିଶୁ ସହ ଘଟିଲା ଏଭଳି ଘଟଣା

ମୁମ୍ବାଇ,୧୪।୬: ମୁମ୍ବାଇର ଏକ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହସ୍ପିଟାଲରେ ଜଣେ ମା’ଙ୍କୁ ନିଦ ଲାଗିଯାଇଥିବା ବେଳେ ଏହାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ...

ୟୁଥ୍‌ ଫ୍ୟାଶନ ଛତା

ବର୍ଷା ହେଲେ ସବୁଠୁ ଆଗ ଖୋଜାପଡ଼େ ଛତା। କିନ୍ତୁ ବର୍ତ୍ତମାନ ଛତା କେବଳ ବର୍ଷାରୁ ସୁରକ୍ଷା ଦେବାରେ ସୀମିତ ହୋଇ ରହିନାହିଁ। କାରଣ ଏବେ ମାର୍କେଟରେ...

ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୬: ଘରୋଇ ହସ୍ପିଟାଲରେ କୋଭିଡ-୧୯ର ଚିକିତ୍ସା ପାଇଁ ଦର ନିର୍ଦ୍ଧାରଣକୁ ନେଇ କରାଯାଇଥିବା ଆବେଦନର ଶୁଣାଣି ଶୁକ୍ରବାର ସୁପ୍ରିମେକୋର୍ଟ କରିଛନ୍ତି। କୋର୍ଟ ଏ ସମ୍ପର୍କରେ କେନ୍ଦ୍ର...

ମିଶନ-୨୦୨୪, ଲୋକ ସଭା-ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥାୟୀ ନେତା ନିଯୁକ୍ତ କରିବ କଂଗ୍ରେସ…

ନୂଆଦିଲ୍ଲୀ, ୧୮।୫ : ଦେଶର ପ୍ରତ୍ୟେକ ଲୋକ ସଭା ତଥା ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥିତି ଉପରେ ନଜର ରଖିବା ପାଇଁ କଂଗ୍ରେସ ପୂର୍ଣ୍ଣକାଳୀନ ନେତାଙ୍କ ସ୍ଥାୟୀ...

ସନ୍ଥ ରବିଦାସ ଜୟନ୍ତୀରେ ବାରାଣସୀ ପହଞ୍ଚିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ବାରାଣସୀ,୧୬।୨: ବୁଧବାର ଦେଶରେ ସନ୍ଥ ରବିଦାସଙ୍କ ଜୟନ୍ତୀ ପାଳନ କରାଯାଉଛି। ବିଧାନସଭା ନିର୍ବାଚନରେ ଦଳିତ ଭୋଟ ବ୍ୟାଙ୍କ ପାଇଁ ନେତାଙ୍କ ଲାଗି ଆଜି ଏକ ବିଶେଷ...

ଭଦୋଦରାରେ ପହଞ୍ଚିଲେ ମୋଦି, କରିବେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଗାନ୍ଧିନଗର,୧୮।୬: ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଦୋଦରା ଠାରେ ପହଞ୍ଚିଛନ୍ତି। ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊର୍ଦ୍ଧ୍ୱ...

ମୋଦିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨ା୪: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ଶାଖାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ୨୦ କିଲୋଗ୍ରାମ ଆର୍‌ଡିଏକ୍ସ ରହିଥିବା...

ପ୍ରଥମ ରାଉଣ୍ଡ ଫଳାଫଳ: ଦ୍ରୌପଦୀ ମୁର୍ମୁ ଆଗରେ

ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏଥିପାଇଁ ସକାଳ ୧୧ଟାରୁ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମ ରାଉଣ୍ଡ ଭୋଟ ଗଣନାରେ ଏନଡିଏ ପ୍ରାର୍ଥୀ...

Advertisement
Archives

Model This Week