Posted inଖେଳ

ଝିଅକୁ ଦେଖି ଖୁସିରେ ଆତ୍ମହରା କୋହଲି: ପଡିଆରୁ ହାତ….

ସେଞ୍ଚୁରିୟନ,୩୧।୧୨: ସେଞ୍ଚୁରିୟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି ଭାରତ। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେଞ୍ଚୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଜିତିବାରେ ଟିମ ଇଣ୍ଡିଆ ଏସିଆର ପ୍ରଥମ ଦଳ ହୋଇପାରିଛି। ଟିମ ଇଣ୍ଡିଆର ଏହି ବିଜୟ ପରେ ଅଧିନାୟକ ବିରାଟ କୋହଲି ତାଙ୍କ ଝିଅ ସହିତ ଖୁସି ବାଣ୍ଟୁଥିବା ଦେଖିବାକୁ ମିଳିଥିଲା
ବିଜୟ ପରେ କୋହଲି ଷ୍ଟାଡିୟମରେ ଉପସ୍ଥିତ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କୁ ଦେଖିବା ପରେ ବିରାଟ କୋହଲି ଯେପରି ଖୁସିରେ ହାତ ଠାରି ଡାକିଥିଲେ। ଏହା କରିବାବେଳେ ବିରାଟ କୋହଲିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ଜିତିବା ପରେ ପଡ଼ିଆରୁ ଫେରୁଥିବାବେଳେ ସେ ତାଙ୍କ ଝିଅ ଏବଂ ସ୍ତ୍ରୀଙ୍କ ଆଡକୁ ହାତ ବୁଲାଇ ଉତ୍ସାହରେ ଡାକିଥିଲେ।

ଏହି ବିଜୟ ସହିତ ବିରାଟ କୋହଲି ଭାରତର ଏକମାତ୍ର ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ଦୁଇଟି ଟେଷ୍ଟ ମ୍ୟାଚ ଜିତିଛନ୍ତି। ଏହାପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏରୁ ଅଧିକ ଟେଷ୍ଟ ମ୍ୟାଚ ଜିତି ନ ଥିଲେ। କୋହଲିଙ୍କ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକାରେ ମହେନ୍ଦ୍ର ସିଂ ଧୋନୀ ଏବଂ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ୧-୧ ଟେଷ୍ଟ ମ୍ୟାଚ ଜିତିଥିଲା। ସେଞ୍ଚୁରିୟନରେ ଏହା ଭାରତର ପ୍ରଥମ ଟେଷ୍ଟ ବିଜୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେକର୍ଡ ସହ ଭର୍ଷ୍ଟାପେନ୍‌ଙ୍କ ପୋଲ ପୋଜିଶନ

ହଙ୍ଗାରୋରିଂ (ହଙ୍ଗେରୀ), ୪ା୮ (ଏଏଫ୍‌ପି)-ରେକର୍ଡ ବ୍ରେକିଂ ସ୍ପିଡ୍‌ ସହ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଫର୍ମୁଲାଓ୍ବାନ୍‌ରେ ତାଙ୍କ ବହୁ ପ୍ରତିକ୍ଷିତ ପ୍ରଥମ ପୋଲ ପୋଜିଶନ ହାସଲ କରିଛନ୍ତି।...

ପ୍ରଥମ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ, ୧୮।୧୨- ସ୍ଥାନୀୟ ଇଡେନ ପାର୍କଠାରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଅତି ସହଜରେ ୫ ଉଇକେଟରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଏହି...

ଆଇପିଏଲ୍‌: ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ଲକ୍ଷ୍ୟରେ ଚେନ୍ନାଇ, ରାଜସ୍ଥାନ

ଆବୁଧାବି, ୧୯।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରୁଥିବା ଦୁଇ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଓ...

ଗୀତର ପୋଷ୍ଟରରେ ଦେଖି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ସ୍ପିନର, ଯୁବରାଜଙ୍କୁ ଯୋଗୁ ଏପରି ବଢ଼ିଥିଲା କଥା

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ପଡ଼ିବା କିଛି ନୂଆ କଥା ନୁହେଁ। ଅନେକ ଖେଳାଳି ଅଭିନେତ୍ରୀଙ୍କୁ ଜୀବନସାଥୀ କରି ସୁଖୀ ଦାମ୍ପତ୍ୟ ଜୀବନ...

ବିଶ୍ୱରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲୀୟ ରୋୟର

ସିଡ୍‌ନୀ, ୧୬ା୪ (ଏଏଫ୍‌ପି)-ଦେଶରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଚାଲିଥିବାବେଳେ ଅଷ୍ଟ୍ରେଲିଆର ଜଣେ ରୋୟର ଇନ୍‌ଡୋର୍‌ ହାଫ୍‌ ମାରାଥନରେ ବିଶ୍ୱ ରେକର୍ଡ ଭଙ୍ଗ କରିଛନ୍ତି। ଅଷ୍ଟ୍ରେଲିଆ ଦଳର ଅନ୍ୟମାନଙ୍କ...

ବକ୍ସିଂ ଡେ ଟେଷ୍ଟ: ନ୍ୟୁଜିଲାଣ୍ଡ ୨୪୭ ରନରେ ପରାସ୍ତ, ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୨୯।୧୨ (ଏଏଫ୍‌ପି)- ନାଥନ ଲିୟନ ଓ ଜେମ୍ସ ପାଟିନସନଙ୍କ ମିଳିତ ବୋଲିଂ ସଫଳତା ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ...

ଲଙ୍କା ପ୍ରିମିୟର ଲିଗ୍‌କୁ ଅଧାରୁ ଛାଡ଼ି ପାକିସ୍ତାନ ଫେରିଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ,୩।୧୨: ପାକିସ୍ତାନର ପୂର୍ବ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଲଙ୍କା ପ୍ରିମିୟର ଲିଗ୍‌(ଏଲ୍‌ପିଏଲ୍‌)କୁ ଅଧାରୁ ଛାଡ଼ି ଦେଶକୁ ଫେରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏପରି କରୁଥିବା ଟୁଇଟ୍‌...

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ଡେନର୍ବି

ନୂଆଦିଲ୍ଲୀ, ୯।୫:କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଫିଟ୍‌ନେସ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ୧୭ ବର୍ଷରୁ...

Advertisement
Archives

Model This Week