ଝାରସୁଗୁଡ଼ା ଜିଲା ଚିଠି: ନିଯୁକ୍ତି ମେଳା

ଶିଳ୍ପନଗର ଝାରସୁଗୁଡ଼ାରେ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲାରେ ବହୁ ଶିଳ୍ପସଂସ୍ଥା ଥିଲେ ମଧ୍ୟ ସ୍ଥାନୀୟ ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ମିଳୁନାହିଁ। ଜିଲା ପ୍ରଶାସନ ତଥା ଜିଲା ନିୟୋଜନ ଏବଂ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ହେଲେ ଜିଲାରେ ବେକାରଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ପ୍ରାୟ ୧୭ ହଜାର ଶିକ୍ଷିତ ଯୁବତୀଯୁବକ ଜିଲା ନିୟୋଜନ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ବର୍ଷର ଅଧିକାଂଶ ସମୟରେ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ହେଲେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାମାନେ ନାମ ପଞ୍ଜୀକରଣ କରିଥିବା ଯୁବତୀଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରୁ ନ ଥିବାରୁ ସେମାନେ ନିରାଶ ହେଉଥିବା ଅଭିଯୋଗ ହୋଇଛି। ନିକଟରେ ଜିଲାର ବେଲପାହାଡଠାରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ସେଥିରେ ପ୍ରାୟ ୨୫ଟି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ। ଏହି ମେଳାରେ ୮୯୩ ଜଣ ନିଜର ନାମ ପଞ୍ଜୀକୃତ କରିଥିଲେ। ସେଥିମଧ୍ୟରୁ ୩୧୬ ଜଣଙ୍କୁ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୯୪ ଜଣଙ୍କୁ ତାଲିମ ପରେ ନିଯୁକ୍ତି ପ୍ରଦାନ କରିବା ପାଇଁ ଚୟନ କରାଯାଇଥିଲା। ତେବେ ୨୫ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ମଧ୍ୟରୁ କେବଳ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ପାଇଁ ଅର୍ଦ୍ଧାଧିକ ସଂସ୍ଥା ଆସିଥିଲେ। ଫଳରେ ଜିଲାରେ ଥିବା ଶହ ଶହ ଡିଗ୍ରୀ ଓ ଡିପ୍ଲୋମାଧାରୀ ତଥା ଉଚ୍ଚଶିକ୍ଷିତ ଯୁବତୀଯୁବକମାନେ ନିରାଶ ହୋଇ ଫେରିଥିଲେ। ଅନ୍ୟପକ୍ଷେ ଏହି ନିଯୁକ୍ତି ମେଳା ସମ୍ପର୍କରେ ଠିକ୍‌ ଭାବେ ପ୍ରଚାର ପ୍ରସାର କରାଯାଇ ନ ଥିଲା। ଫଳରେ ଅଧିକାଂଶ ଶିକ୍ଷତ ଯୁବତୀଯୁବକ ଏ ସଂକ୍ରାନ୍ତରେ କୌଣସି ସୂଚନା ପାଇପାରି ନ ଥିଲେ। ସେହିପରି ମେଳାକୁ ଆସିଥିବା ୨୫ ସଂସ୍ଥା ମଧ୍ୟରୁ ଅର୍ଦ୍ଧାଧିକ ରାଜ୍ୟ ବାହାରେ ନିଯୁକ୍ତି ପ୍ରଦାନ କରୁଥିବାରୁ ଜଣେ ବି ଯୁବତୀଯୁବକ ସେଠାକୁ ଯାଇ ନ ଥିବା ଜଣାପଡିଛି। କାରଣ କମ ଦରମାରେ ରାଜ୍ୟ ବାହାରେ ରହି କାମ କରିବାକୁ କେହି ଉଚିତ ମଣି ନ ଥିଲେ। ସେହିପରି ୨୦୧୯ ସେପ୍ଟେମ୍ବରରେ ମଧ୍ୟ ଝାରସୁଗୁଡ଼ାରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଉକ୍ତ ମେଳାରେ ନିଯୁକ୍ତି ପାଇଥିବା ଯୁବତୀଯୁବକମାନେ କର୍ମ ସଂସ୍ଥାନ ପାଇଲେ ନା ନାହିଁ ସେ ନେଇ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓ ନିଯୁକ୍ତି ପାଇବାକୁ ଥିବା ବେକାରୀ ଯୁବତୀଯୁବକମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବା ପ୍ରଶାସନର ଦାୟିତ୍ୱ। ହେଲେ ଏହି କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ଚୁପ ରହୁଥିବାରୁ ଶିକ୍ଷତ ବେକାରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। – ରବି ନାରାୟଣ ଚଲାନ


Enter your email to get our daily news in your inbox.

All Right Reserved By Dharitri.Com

ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଢେଙ୍କାନାଳ ଅଫିସ, ୭।୫ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ୱାନ ଭିଡିଓ କନଫରେନ୍ସିଂ ହଲ୍‌ରେ ମଙ୍ଗଳବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଅନୁଷ୍ଠିତ...

ମା’ ତାରିଣୀ ଇଷ୍ଟକନ୍‌ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ, ୨୮।୧: ଚିଟ୍‌ଫଣ୍ଡ ସଂସ୍ଥା ମା’ ତାରିଣୀ ଇଷ୍ଟକନ୍‌ ପ୍ରାଇଭେଟ ଲିମିଟେଡ୍‌ର ଜବତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ପରେ ଉକ୍ତ ସମ୍ପତ୍ତିକୁ...

ନିୟମିତ ୪୯ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପାତ୍ରପୁର, ୨୭।୧୦ (ଡି.ଏନ୍‌.ଏ.)- ପାତ୍ରପୁର ସ୍ଥିତ ଶିକ୍ଷକ ଭବନ ପରିସରରେ ଶନିବାର ନିୟମିତ ହୋଇଥିବା ୪୯ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା...

ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଗାଏବ୍‌ ଅଭିଯୋଗ: ସତ୍ୟତା ନ ଥିବା କହିଲା ପୋଲିସ

ଉମରକୋଟ,୧୦ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ସାନଭରଣ୍ଡି ଗ୍ରାମ ଶ୍ମଶାନରେ ପୋତାଯାଇଥିବା ମୃତଦେହ ବାହାର କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ସତ୍ୟତା...

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା,୧୭।୧(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ଅନାମଙ୍କ ଘରେ ଭିଜିଲାନ୍ସ...

୨୪୩ ବିଦେଶ ଫେରନ୍ତାଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ସରିଲା

ଛତ୍ରପୁର,୧ା୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତାଙ୍କ ଘରେ ବାହାରେ...

ମାନବିକତା ଦେଖାଇଲେ ଡିଆଇଜିଙ୍କ ସ୍ତ୍ରୀ : ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇଲେ

ଅନୁଗୋଳ ଅଫିସ, ୧୬।୧୧- ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିବା ଦୁଇ ଯୁବକଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇ ଉଚ୍ଚ ପ୍ରଶଂସା ସାଉଣ୍ଟିଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ...

କିଡ୍‌ନୀ ରୋଗରେ ପୁଣି ୨ ଜୀବନ ଗଲା

କୁଆମରା, ୮ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ୫ ଘଣ୍ଟା ଅନ୍ତରରେ ଦୁଇ ଜଣଙ୍କ ଜୀବନଦୀପ ଲିଭିଯିବା...

Coronavirus Update


Archives

Model This Week

Why Dharitri