ଭୁବନ,୨।୯(ଡି.ଏନ.ଏ.) ଆଜି ଧରାବତରଣ କରିବେ ବିଦ୍ୟାଦାତା ଗଜାନନ। ଏହାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ଭୁବନ। ସୁଉଚ୍ଚ ତୋରଣ, ଉଜ୍ଜ୍ୱଳ ଆଲୋକମାଳାରେ ସହର ଝଲସି ଉଠିଥିବାବେଳେ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।
ଚଳିତବର୍ଷ ୨୧ ପୂଜା ମଣ୍ଡପରେ ବିଘ୍ନବିନାଶକଙ୍କ ଆବାହନ କରାଯାଉଛି। ଏହାକୁ ନେଇ ମାସେ ହେଲା ପୂଜା ପ୍ରତିଷ୍ଠାନଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିଯୋଗିତାମୂଳକ ଭାବେ ପୂଜାମଣ୍ଡପରେ ସୁଉଚ୍ଚ ମୂର୍ତ୍ତି ପୂଜା ପାଇବେ। କୁଶଳୀ କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରିଥିବାବେଳେ ରଙ୍ଗକାମ ଶେଷ ହୋଇଛି। ପ୍ରତି ପୂଜା ମଣ୍ଡପରେ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ପୂଜାକୁ ଶୃଙ୍ଖଳିତ କରିବାକୁ ଚଳିତବର୍ଷଠାରୁ ଠାକୁରଙ୍କ ମେଲଣ କରାଯିବ। ସବୁ ମେଢ଼ ଏକାଠି ହୋଇ ଭସାଣିରେ ସାମିଲ ହେବେ। ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ସମସ୍ତ ମେଢ଼ କରାଯାଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଟ୍ରାଫିକ୍ ନିୟନ୍ତ୍ରଣ କରିବାକୁ ଜାତୀୟ ରାଜପଥରେ ଅପରାହ୍ନ ୫ଟାରୁ ରାତି ୧୧ଟା ଯାଏ ଯାନବାହନ ଚଳାଚଳ ବନ୍ଦ ରଖିବା ପାଇଁ ଦାବି ହେଉଛି। ପୂଜା ଅବ୍ୟବହିତ ପୂର୍ବରୁ ରବିବାରଠାରୁ ବହୁ ଉଠା ଦୋକାନୀ ପସରା ମେଲାଇଲେଣି।
ଏ ନେଇ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ କୁହନ୍ତି, ଜନଗହଳିପୂର୍ଣ୍ଣ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତି ପୂଜାମଣ୍ଡପ ନିକଟରେ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ କର୍ମୀ ନିୟୋଜିତ ହେବେ। ୫୩ନଂ. ଜାତୀୟ ରାଜପଥର କଲେଜ ଛକରୁ ନୂଆଭୁବନ ଯାଏ ଭିଡ଼ ନିୟନ୍ତ୍ରଣ ଲାଗି ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯିବ। ମେଲଣରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଶେଷ ହେଉନି ଶୋଷ ସଂଘର୍ଷ
ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) ନଦୀକୂଳିଆ ଗାଁ । କୂଅ ଅଛି। ନଳକୂଅ ବସାଯାଇଛି। ପାଇପ୍ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି। ତଥାପି ଶୋଷ ମେଣ୍ଟାଇବାକୁ...

ଦୁର୍ବଳ ଭିତ୍ତିଭୂମି ପ୍ରତି ପଡ଼ୁନି ଦୃଷ୍ଟି
ଛେଣ୍ଡିପଦା,୧୦।୮(ସ୍ବ.ପ୍ର.): ୪୧ ବର୍ଷର ପ୍ରାଥମିକ ବିଦ୍ୟାଳୟ। ହେଲେ ୫ଟି ଶ୍ରେଣୀର ପିଲାଙ୍କ ପାଇଁ ନାହିଁ ୫ଟି ଶ୍ରେଣୀଗୃହ। ଯେଉଁ ୩ଟି କୋଠରି ଅଛି, ସେଥିରୁ ୨ଟି...

ଶପିଂ ମଲ୍ରେ ଅଗ୍ନି ନିରାପତ୍ତା ଯାଞ୍ଚ
ଅନୁଗୋଳ ଅଫିସ,୯।୫: ଅନୁଗୋଳ ଜିଲା ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ରବିବାର ସହରରେ ଥିବା ବିଭିନ୍ନ ଶପିଂ ମଲ୍ରେ ଅଗ୍ନି ନିରାପତ୍ତା ଏବଂ ନିରାପତ୍ତା ନିୟମ...

ମାଟିତଳୁ ହାତୀ କଙ୍କାଳ ଉଦ୍ଧାର, ୨ ଫରେଷ୍ଟର ନିଲମ୍ବିତ
ଅନୁଗୋଳ ଅଫିସ, ୨୬।୬: ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନ କଟକ ଜିଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର...

୨ ମାସ ହେବ ନୂତନ ଟ୍ରାନ୍ସଫର୍ମର ଲାଗୁନି: ପ୍ରତିବାଦରେ ବଇଣ୍ଡା ସେସୁ କାର୍ଯ୍ୟାଳୟ ଘେରାଉ
ବଇଣ୍ଡା,୨୭।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସେରେଣ୍ଡା ଓ କୋଡ଼ାସାହିରେ ଲାଗିଥିବା ୨ଟି ୧୦ କେଭି ଟ୍ରାନ୍ସଫର୍ମର ୨ ମାସ ହେବ ପୋଡ଼ିଯାଇଛି। ନୂତନ ଟ୍ରାନ୍ସଫର୍ମର ଲଗାଇବା...

ନିର୍ମାଣ ହେଉନି ପ୍ରାଣୀ ଚିକିତ୍ସାକେନ୍ଦ୍ର
ବଇଣ୍ଡା,୧୭ା୩(ଡି.ଏନ.ଏ.): କିଶୋରନଗର ବ୍ଲକ ବଇଣ୍ଡାଠାରେ ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ ହେଉନାହିଁ। ଫଳରେ ରୋଗରେ ପଡ଼ୁଥିବା ବହୁ ସଂଖ୍ୟକ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ହୋଇପାରୁ ନାହିଁ।...

ଚାଷଜମିରେ ମାଟି ଦବି ବିରାଟ ଗର୍ତ୍ତ: ଲୋକେ ଆତଙ୍କିତ
ତାଳଚେର,୧୫।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ପୌରପରିଷଦ ୧୮ନଂ. ୱାର୍ଡ ଦେଉଳବେଡ଼ା ତେଲିସାହି ଅକ୍ଷୟ କୁମାର ସାହୁଙ୍କ ଚାଷଜମିରେ ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି...
ଅଗ୍ନିକାଣ୍ଡରେ ତିନି ବଖରା ଜଳିଗଲା
ମାଧପୁର, ୨୫।୩(ଡି.ଏନ୍.ଏ.): ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନକଟିଦେଉଳ ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରାଜନ ପେରେକଙ୍କ ଦୁଇ ବଖରା ଏବଂ ମୁରଲୀ...