ଜୋର୍‌ ଧରିଲା କେ.ସି. ପବ୍ଲିକ ସ୍କୁଲକୁ ହଟାଇବା ଦାବି

ବ୍ରହ୍ମପୁର ଅଫିସ୍‌,୨୮ା୫-କେ.ସି. ପବ୍ଲିକ ସ୍କୁଲ ବିରୋଧରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ସୋମବାର ୯୦ତମ ଘଣ୍ଟଯାତ୍ରା ଅବସରରେ ଏହି ପ୍ରସଙ୍ଗକୁ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନ ଅଭିଯୋଗ ଅନୁଯାୟୀ, ଛାତ୍ରୀଛାତ୍ରଙ୍କ ଅଭାବକୁ ଦେଖାଇ ସରକାର ଅନେକ ସରକାରୀ ସ୍କୁଲକୁ ବନ୍ଦ କରିଦେଉଛନ୍ତି। ଫଳରେ ଗରିବ ମେଧାବୀ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି । ବ୍ରହ୍ମପୁର କେ.ସି.ହାଇସ୍କୁଲ, କେ.ସି. ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କେ.ସି. ଟାଉନ୍‌ ଉଚ୍ଚ ବିଦ୍ୟାଳୟ ବହୁ ପୁରୁଣା ସ୍କୁଲ। କିନ୍ତୁ ଏହି ତିନୋଟି ପୁରାତନ ସ୍କୁଲ ଏବେ ସରକାରୀ ଅବହେଳାର ଶିକାର ହେଉଛି। ସରକାର ଏହାକୁ ଧ୍ୟାନ ଦେଉନାହାନ୍ତି। ଅନ୍ୟପଟେ କେ.ସି. ହାଇସ୍କୁଲ ପରିସରରେ କେ.ସି. ପବ୍ଲିକ ସ୍କୁଲ ନାମକ ଏକ ଘରୋଇ ସ୍କୁଲ ଖୋଲିଛି। ତିନୋଟି ସରକାରୀ ସ୍କୁଲକୁ ବନ୍ଦ କରିଦେଇ ସେଠାରେ ଘରୋଇ ସ୍କୁଲ ଚଳାଇବା ପାଇଁ ଏକ ଷଡଯନ୍ତ୍ର ଚାଲିଛି। ଫଳରେ ଏହି ତିନୋଟି ସ୍କୁଲରେ ପଢ଼ୁଥିବା ପିଲାମାନେ ହଇରାଣ ହେବେ। କାରଣ ମୁଖ୍ୟତଃ ଗରିବ ଘରର ପିଲାମାନେ ଏହି ସବୁ ସ୍କୁଲରେ ପଢ଼ୁଥିବା ବେଳେ ସେମାନେ ଅଧିକ ଟଙ୍କା ଦେଇ ଘରୋଇ ସ୍କୁଲରେ ପଢ଼ିପାରିବେ ନାହିଁ। ଏଣୁ ତିନଟି ସ୍କୁଲକୁ ସରକାର ନିଜ ଅଧୀନକୁ ନେଇ ପୂର୍ଣ୍ଣ ସରକାରୀ ଶିକ୍ଷାନୁଷ୍ଠାନର ମାନ୍ୟତା ଦେବା ଏବଂ ଘରୋଇ କେ.ସି. ପବ୍ଲିକ ସ୍କୁଲକୁ ସେଠାରୁ ସ୍ଥାନାନ୍ତର ପାଇଁ ଦାବି କରାଯାଇଛି । ବିକ୍ଷୋଭ ପରେ ଉପଜିଲାପାଳ ଦିଗନ୍ତ ରାଉତରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେ ଅଭିଯୋଗର ଯାଞ୍ଚ କରିବେ ବୋଲି କହିଥିଲେ । ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ କୁମାର ଗୟା, ଆର୍‌. ସତ୍ୟନାରାୟଣ ରାଓ, ମହେଶ୍ୱର ବାଡ଼ତ୍ୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମାଗୁଣି ନାହାକ, ପୂର୍ଣ୍ଣଚନ୍ଦ୍ର ମହାରଣା, ସଂସ୍କାରବାଦୀ ସଭାପତି ତ୍ରିନାଥ ମହାରଣା ଓ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଏହି ବିକ୍ଷୋଭରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଯୋଜନା: ବନବିହାରରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ)-ଗଞ୍ଜାମ  ଜିଲା  ଭଞ୍ଜନଗର ବନ ବିହାର ପରିସରରେ ମଙ୍ଗଳବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା...

ନାବାଳକ ବିବାହ ଦଣ୍ଡନୀୟ ଅପରାଧ: ଶିକ୍ଷା-ସ୍ବାସ୍ଥ୍ୟ ଉପରେ ପକାଇଥାଏ କୁପ୍ରଭାବ; ଆଇନ ସଚେତନତା କାର୍ଯ୍ୟକ୍ରମରେ…

ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ବ୍ରହ୍ମପୁର) ସହଯୋଗରେ ଭଞ୍ଜନଗର ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ସା ୪ ଟାରେ ଭଞ୍ଜନଗର...

୩୫ ଲିଟର ଦେଶୀମଦ ଜବତ: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ...

ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ବ୍ରହ୍ମପୁରସ୍ଥିତ...

ମୃତ ଚାଷୀଙ୍କ ପରିବାରଙ୍କୁ ମିଳିଲା ୪ ଲକ୍ଷ ଟଙ୍କା ସହାୟତା

ଚିକିଟି,୧୩ା୧(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ କେ.ନୂଆଗାଁ ଥାନା ଅଧୀନ ନୂଆପଡା ଗ୍ରାମର କେ.ଶୁକ୍ରୁ ବିଲରେ ଚାଷ କରୁଥିବା ବେଳେ ତାଙ୍କର ମୃତ୍ୟୁ...

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି: ନିର୍ଦ୍ଦେଶନାମା ରଦ୍ଧ ପାଇଁ ବନ ନିଗମ ସଙ୍ଘ ପକ୍ଷରୁ ଦାବି

ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ): ଓଡ଼ିଶା ବନ ଉନ୍ନୟନ ନିଗମରେ ଆଉଟ ସୋର୍ସିଂ ଆଳରେ   ପୁନଃ ନିଯୁକ୍ତି ବଞ୍ଚେଇ ରଖିବା ପାଇଁ ନିଗମ କର୍ତ୍ତୃପକ୍ଷଙ୍କ ମସୁଧା ଚଳାଇଛନ୍ତି।  ଦୀର୍ଘଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri