ପଲିଥିନ, ପ୍ଲାଷ୍ଟିକ୍‌ ସାମଗ୍ରୀ ନେଇ ବିଏମ୍‌ସିର ଚଢ଼ାଉ ଦୋକାନ, ଗୋଦାମ ସିଲ୍‌

ବ୍ରହ୍ମପୁର ଅଫିସ,୨୮ା୫-ବ୍ରହ୍ମପୁରକୁ ପଲିଥିନ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଚଢାଉ ଜାରି ରହିଛି ା ସୋମବାର ସନ୍ଧ୍ୟାରେ ପୁଣି ଏକ ହୋଲ୍‌ସେଲ୍‌ ଗୋଦାମ ଓ ଦୋକାନକୁ ନିଗମ ପକ୍ଷରୁ ସିଲ କରାଯାଇଥିବା ଜଣାପଡିଛି ା ଗିରିମାର୍କେଟ ଛକ ନିକଟସ୍ଥ ଗରିଲା ସାହିସ୍ଥିତ ଏକ ଦୋକାନରେ ଚଢାଉ ବେଳେ ବିପୁଳ ପରିମାଣର ପ୍ଲାଷ୍ଟିକ, ପଲିଥିନ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ନିଗମ ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ ବେଳେ ଉକ୍ତ ଦୋକାନୀଙ୍କଠାରୁ ପ୍ରାୟ ୪୦୦ କେଜିର ପଲିଥିନ, ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି ା ଏଥିସହ ଦୋକାନ ଓ ପଲିଥିନ ସାମଗ୍ରୀ ଗଚ୍ଛିତ ରଖାଯାଇଥିବା ଏକ ଗୋଦାମକୁ ସିଲ କରାଯାଇଥିବା ଏନ୍‌ଫୋର୍ସ ମେଣ୍ଟ ଅଫିସର ତରୁଣ କାନ୍ତ ସୂଚାଇଛନ୍ତି ା ତେବେ ଜବତ ପଲିଥିନ, ପ୍ଲାଷ୍ଟକ ସାମଗ୍ରୀର ଆକଳନ ପରେ ପରବର୍ତ୍ତୀ ସମୟରେ ଜରିମାନା ଅଦାୟ କରାଯିବା ନେଇ ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ଅମୂଲ୍ୟଙ୍କ ଦୁଃଖ ଶୁଣିଲେ ଜିଲାପାଳ: ବଢ଼ାଇଲେ ସହାୟତାର ହାତ

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା…

ଦିଗପହଣ୍ଡି NAC କାର୍ଯ୍ୟାଳୟରେ ପିସିସି ସମ୍ପାଦକଙ୍କୁ ସମ୍ବର୍ଦ୍ଧନା, କହିଲେ…

ଦିଗପହଣ୍ଡି,୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ତଥା ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପଣ୍ଡାଙ୍କୁ ସୋମବାର ଅପରାହ୍ନରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗଞ୍ଜାମରେ ଜୋନାଲ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ଅଂଶଗ୍ରହଣ କରିବେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର

ଗଞ୍ଜାମ,୭।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଆରମ୍ଭ ହେବ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା । ଏଥିରେ ବ୍ଲକର ଚାରୋଟି…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri