ଜୋର୍‌ ଧରିଲା କେ.ସି. ପବ୍ଲିକ ସ୍କୁଲକୁ ହଟାଇବା ଦାବି

ବ୍ରହ୍ମପୁର ଅଫିସ୍‌,୨୮ା୫-କେ.ସି. ପବ୍ଲିକ ସ୍କୁଲ ବିରୋଧରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ମାନବ ଅଧିକାର ସୁରକ୍ଷା ମଞ୍ଚର ସୋମବାର ୯୦ତମ ଘଣ୍ଟଯାତ୍ରା ଅବସରରେ ଏହି ପ୍ରସଙ୍ଗକୁ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଗଠନ ଅଭିଯୋଗ ଅନୁଯାୟୀ, ଛାତ୍ରୀଛାତ୍ରଙ୍କ ଅଭାବକୁ ଦେଖାଇ ସରକାର ଅନେକ ସରକାରୀ ସ୍କୁଲକୁ ବନ୍ଦ କରିଦେଉଛନ୍ତି। ଫଳରେ ଗରିବ ମେଧାବୀ ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି । ବ୍ରହ୍ମପୁର କେ.ସି.ହାଇସ୍କୁଲ, କେ.ସି. ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କେ.ସି. ଟାଉନ୍‌ ଉଚ୍ଚ ବିଦ୍ୟାଳୟ ବହୁ ପୁରୁଣା ସ୍କୁଲ। କିନ୍ତୁ ଏହି ତିନୋଟି ପୁରାତନ ସ୍କୁଲ ଏବେ ସରକାରୀ ଅବହେଳାର ଶିକାର ହେଉଛି। ସରକାର ଏହାକୁ ଧ୍ୟାନ ଦେଉନାହାନ୍ତି। ଅନ୍ୟପଟେ କେ.ସି. ହାଇସ୍କୁଲ ପରିସରରେ କେ.ସି. ପବ୍ଲିକ ସ୍କୁଲ ନାମକ ଏକ ଘରୋଇ ସ୍କୁଲ ଖୋଲିଛି। ତିନୋଟି ସରକାରୀ ସ୍କୁଲକୁ ବନ୍ଦ କରିଦେଇ ସେଠାରେ ଘରୋଇ ସ୍କୁଲ ଚଳାଇବା ପାଇଁ ଏକ ଷଡଯନ୍ତ୍ର ଚାଲିଛି। ଫଳରେ ଏହି ତିନୋଟି ସ୍କୁଲରେ ପଢ଼ୁଥିବା ପିଲାମାନେ ହଇରାଣ ହେବେ। କାରଣ ମୁଖ୍ୟତଃ ଗରିବ ଘରର ପିଲାମାନେ ଏହି ସବୁ ସ୍କୁଲରେ ପଢ଼ୁଥିବା ବେଳେ ସେମାନେ ଅଧିକ ଟଙ୍କା ଦେଇ ଘରୋଇ ସ୍କୁଲରେ ପଢ଼ିପାରିବେ ନାହିଁ। ଏଣୁ ତିନଟି ସ୍କୁଲକୁ ସରକାର ନିଜ ଅଧୀନକୁ ନେଇ ପୂର୍ଣ୍ଣ ସରକାରୀ ଶିକ୍ଷାନୁଷ୍ଠାନର ମାନ୍ୟତା ଦେବା ଏବଂ ଘରୋଇ କେ.ସି. ପବ୍ଲିକ ସ୍କୁଲକୁ ସେଠାରୁ ସ୍ଥାନାନ୍ତର ପାଇଁ ଦାବି କରାଯାଇଛି । ବିକ୍ଷୋଭ ପରେ ଉପଜିଲାପାଳ ଦିଗନ୍ତ ରାଉତରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେ ଅଭିଯୋଗର ଯାଞ୍ଚ କରିବେ ବୋଲି କହିଥିଲେ । ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ କୁମାର ଗୟା, ଆର୍‌. ସତ୍ୟନାରାୟଣ ରାଓ, ମହେଶ୍ୱର ବାଡ଼ତ୍ୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମାଗୁଣି ନାହାକ, ପୂର୍ଣ୍ଣଚନ୍ଦ୍ର ମହାରଣା, ସଂସ୍କାରବାଦୀ ସଭାପତି ତ୍ରିନାଥ ମହାରଣା ଓ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଏହି ବିକ୍ଷୋଭରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri