ଜେଲ୍‌ ଗଲେ ନକଲି ସୋରିଷ ତେଲ କାରଖାନା ଚଳାଉଥିବା ଦମ୍ପତି

ଉଦଳା, ୧୦।୧୧ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ଉଦଳା ଥାନାଠାରୁ ମାତ୍ର ଦେଢ କି.ମି. ଦୂର ଏନଏସି ଅଧୀନ ୧୨ ନଂ ୱାର୍ଡରେି ଚାଲିଥିବା ନକଲି ସୋରିଷ ତେଲ କାରଖାନା ଠାବ ହେବା ପରେ ପୋଲିସ କାରଖାନା ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଉଦଳା ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି କାରଖାନା ସଂକ୍ରାନ୍ତ ସୂଚନାକୁ ଆଧାର କରି ମୟୂରଭଞ୍ଜ ଏସପି ପରମାର ସ୍ମିଥ୍‌ ପୁରୁଷୋତ୍ତମ ଦାସ ଏହାର ତଦନ୍ତ କରିବାକୁ ଉଦଳା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଶୁକ୍ରବାର ଏହି କାରଖାନା ଉପରେ ଚଢାଉ କରାଯାଇଥିଲା। ସେଠାରୁ ନକଲି ତେଲ ପ୍ରସ୍ତୁତି ଲାଗି ବ୍ୟବହାର କରାଯାଉଥିବା ବିଭିନ୍ନ ଯାନ୍ତ୍ରିକ ସରଞ୍ଜାମ ସମେତ ପ୍ୟାକିଂ ହୋଇ ରହିଥିବା ନକଲି ସୋରିଷ ତେଲ ପେଟି ଓ ଟିଣ ଜବତ କରିଥିଲା ା ସେଠାରୁ ମୋଟ ୫ ହଜାର ଲିଟର ସୋରିଷ ତେଲ ଜବତ ହୋଇଥିବା ଜଣାପଡିଛି। ଏହି ଘଯଣାରେ ସମ୍ପକୃକ୍ତ କାରଖାନାର ମାଲିକ ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀ ଏବଂ ତାଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ବେହେରାକୁ ପୋଲିସ୍‌ ଅଟକ ରଖି ପଚରାଉଚୁରା କରିବା ପରେ ଶନିବାର କୋର୍ଟଚାଲାଣ କରିଛି । ଏ ନେଇ ୪୨୦/୨୭୨/୨୭୩ ଆଇପିସି, ୧୦୩/୧୦୪ ଜେଡ୍‌ ମାର୍କ ଆକ୍ଟ, ୭୯ ଟ୍ରେଡ୍‌ ମାର୍ଚେଣ୍ଟ ଆକ୍ଟ, ୪୮ ଫୁଡ୍‌ ସେଫ୍ଟି ଆକ୍ଟରେ ଅନୁଯାୟୀ ଏକ ମାମଲା (ନଂ . ୧୭୬/୧୯) ରୁଜୁ କରାଯାଇଛି। ପୋଲିସ ଏହି ସୂଚନା ଦେଇ କହିଛି ଯେ, ଗୌରାଙ୍ଗ ଏବଂ ଜ୍ୟୋସ୍ନାରାଣୀ ବାଲେଶ୍ୱର ଜିଲା ଶେରଗଡରୁ ରାଇସ୍‌ ଅଏଲ ଆଣି ସେଥିରେ ଅପମିଶ୍ରଣ କରି ସୋରିଷ ତେଲ ପ୍ରସ୍ତୁତ କରୁଥିଲେ। ସେମାନେ ଏହାକୁ ଉପାନ୍ତ ଅଞ୍ଚଳକୁ ବିକ୍ରି ନିମନ୍ତେ ପଠାଉଥିଲେ ା ବଂଶୀ ଲାଲ ନାମକ ଏକ ବ୍ରାଣ୍ଡରେ ଏହି ତେଲ ବିକ୍ରି କରାଯାଉଥିଲା। ଏହି ନକଲି ତେଲକୁ ସୋରିଷ ତେଲର ରଙ୍ଗ ଦିଆଯିବା ନିମନ୍ତେ ଏକ କେମିକାଲ ବ୍ୟବହାର କରାଯାଉଥିବା ଜଣାଯାଇଛି। ଉଲ୍ଲେଖନୀୟ ଯେ, ଏହି କାରଖାନାକୁ ତେଲ ନେବାକୁ ଆସୁଥିବା ଗାଡି ସର୍ବଦା ମୁଖ୍ୟ ରାସ୍ତା ଉପରେ ଛିଡା ହେଉଥିଲେ ମଧ୍ୟ ପୋଲିସ୍‌ କିମ୍ବା ଖାଉଟି ବିଭାଗ ଏହାର କୌଣସି ସୁରାକ ପାଇ ପାରି ନ ଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri