ଜୁଲାଇରୁ ଆରମ୍ଭ ହେବ ଚାଇନିଜ ସୁପର ଲିଗ୍‌

ସାଙ୍ଘାଇ,୨୦।୪ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବିଳମ୍ବିତ ହୋଇଥିବା ଚାଇନିଜ୍‌ ସୁପର ଲିଗ୍‌ (ସିଏସ୍‌ଏଲ୍‌) ଏବେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍‌ ଜୁନ୍‌ମାସ ଶେଷ ଆଡକୁ କିମ୍ବା ଜୁଲାଇ ପ୍ରାରମ୍ଭରେ ଆରମ୍ଭ ହେବ ବୋଲି କ୍ଲବ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ସାରା ବିଶ୍ୱରେ ଫୁଟବଲ ଲିଗ୍‌ଗୁଡିକ ସ୍ଥଗିତ ହୋଇଥିବା ବେଳେ ଏବେ ସମସ୍ତେ ସିଏସ୍‌ଏଲ୍‌ ଆରମ୍ଭ ହେବା ପ୍ରକ୍ରିୟାକୁ ଆଗ୍ରହର ସହ ଲକ୍ଷ୍ୟ ରଖିଛନ୍ତି। ଗତ ଫେବୃୟାରୀ ୨୨ ତାରିଖରେ ଏହା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଚାଇନାରେ ଗତ ଡିସେମ୍ବରରେ କରୋନା ଭାଇରସ ପ୍ରଥମେ ମହାମାରୀର ରୂପ ନେଇଥିଲା। ଏହାପରେ ଏହି ଭାରଇସ ସାରା ବିଶ୍ୱକୁ ସଂକ୍ରମିତ ହୋଇଥିଲା।
ଏବେକାର ପରିସ୍ଥିତିକୁ ବିଚାର କରି ନୂଆ ସେଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଗୁଆଝୁ ଆର ଆଣ୍ଡ ଏଫ୍‌ ଅଧ୍ୟକ୍ଷ ହୁଆଙ୍ଗ ଶେନ୍‌ଘୁଆ କହିଛନ୍ତି। ସମ୍ପୂର୍ଣ୍ଣ ରୂପେ ଏହି ସେଶନ ଖେଳାଯିବ ଓ ପ୍ରତ୍ୟେକ ଦଳ ୩୦ଟି ଲେଖାଏ ମ୍ୟାଚ୍‌ ଖେଳିବେ ବୋଲି ହୁଆଙ୍ଗ କହିଛନ୍ତି। ତେବେ ଏ ନେଇ ଚାଇନିଜ ଫୁଟବଲ ଆସୋସିଏଶନ (ସିଏଫ୍‌ଏ) ତରଫରୁ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ।
କରୋନା ଭାଇରସ୍‌କୁ ଆମେ ନିୟନ୍ତ୍ରଣକୁ ଆଣିଛୁ। ତେବେ ପୁଣିଥରେ ବିଦେଶରୁ ଏହି ଭାଇରସ ଆମ ଦେଶକୁ ଆସିବାର ସମ୍ଭାବନା ରହିଛି ବୋଲି ଚାଇନା ଆଶଙ୍କା ପ୍ରକାଶ କରିଛି। ସିଏସ୍‌ଏଲ୍‌ରେ ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ ମିଡ୍‌ଫିଲ୍ଡର ମାରୋଉଆନ ଫେଲ୍ଲାଇନି ଏକମାତ୍ର ଖେଳାଳିଭାବେ କରୋନା ଭାଇରସ୍‌ର ଶିକାର ହୋଇଛନ୍ତି। ଗତ ସପ୍ତାହରେ ତାଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଥିଲେ ମଧ୍ୟ ଅବଜରଭେଶନରେ ରହିଥିଲେ। ତେବେ ସେ ଭୟଙ୍କର ଭାବେ ଅସୁସ୍ଥ ନାହାନ୍ତି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟ କଲା: ରୋହିତ

ନୂଆଦିଲ୍ଲୀ,୧୬।୧: ଭାରତର ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ହଠାତ୍‌ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଅନ୍ୟମାନଙ୍କ ଭଳି ତାଙ୍କ ସାଥୀ ଖେଳାଳି...

ପ୍ରଥମ ପର୍ଯ୍ୟାୟ ଟିକା ଖର୍ଚ୍ଚ କେନ୍ଦ୍ର ଦେବ

ନୂଆଦିଲ୍ଲୀ, ୧୨।୧(ପି.ଟି.): ଆସନ୍ତା ୧୬ ତାରିଖରୁ ଦେଶରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ କୋଟି ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର...

ଧୋନୀଙ୍କ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ନ ଥାଏ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ଲଗାଇ ବ୍ୟାଟିଂ କରୁଥିବାର ଦେଖାଯାଏ। ଏହି ଟ୍ରେଣ୍ଡ୍‌ ପ୍ରଥମେ ଆରମ୍ଭ କରିଥିଲେ ମାଷ୍ଟରବ୍ଲାଷ୍ଟର ସଚିନ...

ଧିମା ବୋଲିଂ ହାର ପାଇଁ ସସ୍‌ପେଣ୍ଡ ହେବେ ନାହିଁ ଅଧିନାୟକ: ଆଇସିସି

ଲଣ୍ଡନ,୧୯ା୭(ପିଟି)- ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଧିମା ବୋଲିଂ ହାର ଯୋଗୁ ଦଳର ଅଧିନାୟକଙ୍କୁ ଆଉ ସସ୍‌ପେଣ୍ଡ କରାଯିବ ନାହିଁ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି। ଏଭଳି...

ମହିଳା ଫିଫା ବିଶ୍ୱକପ୍‌:ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା

ଲିଓନ,୩।୭(ଏଏଫ୍‌ପି)- ଆଲେକ୍ସ ମୋର୍ଗାନଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଚଳିତ ମହିଳା ଫିଫା ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିଛି। ସେମିଫାଇନାଲରେ ଆମେରିକା ୨-୧...

ଏସିଆରେ ପ୍ରଥମ ଭାବେ ରେକର୍ଡ କଲେ କୋହଲି

ନୂଆଦିଲ୍ଲୀ,୧୬।୧: ପଡ଼ିଆ ବାହାରେ ହେଉ ଅବା ଭିତରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜଲଓ୍ବା ଜାରି ରହିଛି। ନିକଟରେ ପିତା ହୋଇଥିବା ବିରାଟ ଆଉ ଏକ...

କରୋନା ପଜିଟିଭ୍‌ ସତ୍ତ୍ୱେ ପଡିଆରେ ମ୍ୟାଚ୍‌ ଖେଳୁଥିଲେ ଏହି ଖେଳାଳି

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏବଂ ଅନ୍ୟାନ୍ୟ କ୍ରିକେଟ ବୋର୍ଡ କରୋନାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଉଛି। ଅନ୍ୟପଟେ ପାକିସ୍ତାନର ଜଣେ ଘରୋଇ...

ରାଜଭବନ ପାଲଟିଛି କରୋନା ହଟସ୍ପଟ୍‌: ୮୪ କର୍ମଚାରୀ ଆକ୍ରାନ୍ତ

ଚେନ୍ନାଇ,୨୩।୭: ତାମିଲନାଡୁରେ ରାଜ୍ୟପାଳଙ୍କ ବାସଭବନରେ କରୋନା ସଂକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି। ଚେନ୍ନାଇରେ ଥିବା ରାଜଭବନ କରୋନା ହଟସ୍ପଟ୍‌ ପାଲଟିଛି। ଏଠାରେ ଥିବା ୧୪୭...

Advertisement
Archives

Model This Week