ଜୁନ୍‌ ୩୦ ପର୍ଯ୍ୟନ୍ତ ଟ୍ରେନ୍‌ ସେବା ବନ୍ଦ

ଭୁବନେଶ୍ୱର,୧୫।୫(ବ୍ୟୁରୋ):ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଦୀର୍ଘ ଦେଢ଼ମାସରୁୁ ଊର୍ଦ୍ଧ୍ୱ ହେବ ରେଳ ସେବା ବନ୍ଦ ରହିଛି। କେବଳ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ନେବା ଆଣିବା କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଏବଂ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି। ଆସନ୍ତା ୧୭ ତାରିଖ ଲକ୍‌ଡାଉନ ପରେ ସମସ୍ତ ଟ୍ରେନ୍‌ ଚଚଳାଚଳ ସ୍ବାଭାବିକ ହେବ ବୋଲି ଚିନ୍ତା କରାଯାଉଥିଲା। ହେଲେ କରୋନା ସଂକ୍ରମଣ ସମ୍ଭାବନାକୁ ଦୃଷ୍ଟିରେ ରଖି ସାଧାରଣ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିସହ ଜୁନ୍‌ ୩୦ପର୍ଯ୍ୟନ୍ତ ହୋଇଥିବା ଅଗ୍ରିମ ଟିକେଟ କରିଥିବା ସମସ୍ତ ୪୫ହଜାର ଯାତ୍ରୀଙ୍କୁ ଆସନ୍ତା ସୋମବାରଠାରୁ ବୁକିଂ ଟିକେଟ ଅର୍ଥ ଫେରସ୍ତ କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ସ୍ପେଶାଲ ଟ୍ରେନଗୁଡିକ ଦିଲ୍ଲୀ, ଧ୍ରୁବିଗଡ, ଅଗରତାଲା, ହାଓ୍ବଡା, ପାଟନା, ବିଳାସପୁର, ରାଞ୍ଚତ୍, ଭୁବନେଶ୍ୱର, ସିକନ୍ଦରାବାଦ, ଅହମ୍ମଦାବାଦ, ଜମ୍ମୁ, ଚେନ୍ନାଇ, ଥିରୁବନ୍ତପୁରମ, ମଥୁରା, ମୁମ୍ବାଇ ସେଣ୍ଟ୍ରାଲ ପରି ପ୍ରମୁଖ ଷ୍ଟେଶନ ବା ଅଞ୍ଚଳକୁ କେବଳ ଯାତ୍ରା କରୁଛି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଶ୍ରମିକ ଟ୍ରେନ ଏବଂ ସ୍ବତନ୍ତ୍ର ଟ୍ରେନ୍‌ ଛଡା ଆଉ କୌଣସି ଯାତ୍ରୀବାହୀ ଟ୍ରେନ ଚାଲିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ୭୨୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୨୬୯୮ ପଜିଟିଭ୍

‌ ଭୁବନେଶ୍ୱର,୨୧ା୮(ବ୍ୟୁରୋ) : ଶୁକ୍ରବାର ୩୦ ଜିଲାରୁ ୨୬୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ରେ ପହଞ୍ଚିଥିବା...

ଟ୍ରକ ଧକ୍କାରେ ୨ ହାତୀ ମୃତ

ଢେଙ୍କିକୋଟ/କୋଳିମାଟି/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲୁହାପଥର ବୋଝେଇ ଟ୍ରକ ଧକ୍କାରେ...

ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ‘ରାଜନୀତି, ପ୍ରଶାସନଠାରୁ ଶିକ୍ଷାନୁଷ୍ଠାନ ମୁକ୍ତ ରହୁ’

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ଜିଲା ରେମୁଣା ସ୍ଥିତ ବ୍ୟାସବିହାର ଠାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ପାଳିତ ହୋଇଯାଇଛି।...

ନଦୀ ପାଇଁ ଚିନ୍ତା ନାହିଁ

ଭୁବନେଶ୍ବର, ୨ା୮(ବ୍ୟୁରୋ): ନଦୀଗୁଡ଼ିକ ଉପରେ ମାନବ ସଭ୍ୟତା ସର୍ବଦା ନିର୍ଭରଶୀଳ। ଓଡ଼ିଶାର ପ୍ରାୟ ସାଢ଼େ ୪ କୋଟି ଲୋକ ତାଙ୍କ ଦୈନନ୍ଦିନ ଜୀବନରେ ନଦୀ ଉପରେ...

ଭୁବନେଶ୍ୱରରେ ହେଲା ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ରସୁଲପୁର(ଡି.ଏନ୍‌.ଏ.),୪ା୨:ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୮ଦିନ ବିତିଛି। ଯାଜପୁର ପୋଲିସ ଏବଂ କମିଶନରେଟ ପୋଲିସ ଉଭୟ...

ଶ୍ରାବଣୀ ମହାଦେବଙ୍କୁ ଜଳଲାଗି

ଆରଡ଼ି, ୧୯।୭ (ଡି.ଏନ.ଏ.) ଶ୍ରାବଣ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ରବିବାର ଅପରାହ୍ନଠାରୁ ଏଠାରେ ସେମାନଙ୍କର...

୨୦୦୫.୮୯ କୋଟି ଖର୍ଚ୍ଚରେ ନିଯୁକ୍ତି ପାଇବେ ୩୫୪୫

ଭୁବନେଶ୍ୱର, ୩୦ା୮(ବ୍ୟୁରୋ):ରାଜ୍ୟର ଆଗଧାଡ଼ିର ମିଡିଆ କମ୍ପାନୀ ‘ସୁମା ରିଅଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ଔଷଧ ନିର୍ମାଣ କମ୍ପାନୀ ଖୋଲିବ। ଏଥିପାଇଁ କମ୍ପାନୀ...

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାବୁ ଥିବା ଟ୍ରେନ୍‌ ବାତିଲ

ଭୁବନେଶ୍ୱର, ୭।୫(ବ୍ୟୁରୋ): ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାକୁ ଥିବା ୩ଟି ଟ୍ରେନ୍‌କୁ ଗୁରୁବାର ବାତିଲ କରାଯାଇଛି। କରୋନା ନମୁନା ପରୀକ୍ଷା ବିନା...

Advertisement
Archives

Model This Week