ଜିଲା ମୁଖ୍ୟ ଚିକିତ୍ସାଳୟ, ଆରଟିଓରେ ଚଢ଼ାଉ:୭ ଜଣଙ୍କୁ ଗିରଫ କଲା ପୋଲିିସ

ଅନୁଗୋଳ ଅଫିସ, ୨୮।୯

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆରଟିଓ କାର୍ଯ୍ୟାଳୟରେ ଦଲାଲି ଅଭିଯୋଗରେ ଶୁକ୍ରବାର ୭ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ୪ ଜଣଙ୍କୁ ଗିରଫ କରାଯାଇ ନଂ. ୭୬୨/୧୯ରେ କୋର୍ଟଚାଲାଣ କରାଯାଇଛି। ଏମାନେ ହେଲେ ଶୁଶୁଡ଼ାର ପର୍ଶୁରାମ ଦାସ(୩୮), ପଞ୍ଚମହଲାର ବ୍ରହ୍ମଜ୍ୟୋତି ମିଶ୍ର(୩୭), ପଞ୍ଚମହଲାର ସୀତାଂଶୁ ନାଏକ(୩୪) ଓ ବନ୍ତଳା ଥାନା ପୁରୁଣାଗଡ଼ର ଦିଲୀପ ଦେଓ(୩୩)। ସେହିପରି ଆରଟିଓ କାର୍ଯ୍ୟାଳୟରୁ ୩ ଜଣ ଜରାସିଂହାରୁ ଶ୍ରୀଧର ସାହୁ(୩୪), ଶିମିଳିପଡ଼ାରୁ ଦିବାକର ପତି(୬୧) ଓ କୁଶାସିଂହାରୁ ସୁଦାମ ପତି(୩୪)ଙ୍କୁ ଗିରଫ ପରେ ନଂ. ୭୬୩/୧୯ରେ କୋର୍ଟ ଚାଲାଣ କରାଯାଇଥିବା ଅନୁଗୋଳ ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।
ଜିଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ପ୍ରବର୍ତ୍ତାଇ ବିଭିନ୍ନ ଘରୋଇ ନର୍ସିଂହୋମ, ଡାଇଗୋନିଷ୍ଟକ ସେଣ୍ଟରଗୁଡ଼ିକୁ ପଠାଯିବା ସହ ରକ୍ତ ଭଣ୍ଡାରକୁ ଆସୁଥିବା ଲୋକଙ୍କୁ ଶୋଷଣ କରାଯାଉଥିଲା। ଯେଉଁମାନେ ବିରୋଧ କରୁଥିଲେ, ସେମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି। ସେହପିର ଅନୁଗୋଳ ଆରଟିଓ କାର୍ଯ୍ୟାଳୟରେ ମଧ୍ୟ ନୂତନ ମୋଟରଯାନ ଆଇନ ପ୍ରଣୟନ ହେବା ପରେ ଦଲାଲ୍‌ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ବିଭିନ୍ନ କାର୍ଯ୍ୟ କରାଇଦେବା ବାହାନାରେ ଲୋକଙ୍କ ନିକଟରୁ ଦଲାଲମାନେ ଟଙ୍କା ଲୁଟୁଥିଲେ। ଏହି ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଡାକ୍ତର, କର୍ମଚାରୀ, ରକ୍ତଭଣ୍ଡାର କର୍ମଚାରୀ, ଘରୋଇ ନର୍ସିଂହୋମ, ଡାଇଗୋନିଷ୍ଟ ସେଣ୍ଟରର କର୍ମଚାରୀ, ଆରଟିଓ କାର୍ଯ୍ୟାଳୟ କର୍ମଚାରୀ ଓ ଅନ୍ୟକେତେକ ଦଲାଲଙ୍କ ଉପରେ ପୋଲିସ ନଜର ରଖିଥିବା ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ଡିପିଓ ଅଶ୍ୱନୀ ସାହୁ, ଥାନା ଅଧିକାରୀ ରମେଶଚନ୍ଦ୍ର ବିଶୋଇଙ୍କ ନେତୃତ୍ୱରେ ଏସ୍‌ଆଇ ପ୍ରକାଶ ମାଝି, ଅରଖିତ ସେଠୀ, ସତ୍ୟରଞ୍ଜନ ଲେଙ୍କା, ବିପ୍ଳବ ସାହୁ, ସ୍ବର୍ଣ୍ଣମୟୀ ଷଣ୍ଢ, ସୌମ୍ୟା ରାୟଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ପରିବାରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଖୋର୍ଦ୍ଧା ଅଫିସ,୧୬ା୧: ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳ ଚେୟାରମ୍ୟାନ ପଦବୀ ପାଇଁ ସଂକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା...

ବୁଧବାର ଦିନ ୧ଟାରୁ ସାରା ରାଜ୍ୟରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୧୦।୧(ବ୍ୟୁରୋ): ବୁଧବାର ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ହକି ବିଶ୍ୱକପ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ଲାଗି ରାଜ୍ୟର ସମସ୍ତ...

୩ ଦିନ ଖୋଲା, ୩ ଦିନ ତାଲା

ଅନୁଗୋଳ ଅଫିସ, ୭।୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଲଟ୍ରାସାଉଣ୍ଡ ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି। ଫଳରେ ମାସେ ହେଲା ଅଲଟ୍ରାସାଉଣ୍ଡ...

ଏବେ ବି ଝିଅ ନିଖୋଜ

ସମ୍ବଲପୁର,୪ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡ଼ା ମହିଳା ଘାଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଅଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୩ ଜଣ...

ବିଭିନ୍ନ ଅବ୍ୟବସ୍ଥାରେ ଡାଏଲିସିସ ଓ୍ବାର୍ଡ

କେନ୍ଦୁଝର, ୨୧ା୬ (ସ୍ବ.ପ୍ର.)-କିଡନୀ ରୋଗୀଙ୍କୁ ମାଗଣା ଡାଇଲିସିସ ସୁବିଧା ଦେବା ସରକାର କେନ୍ଦୁଝର ଜିଲା ମୁଖ୍ୟାଳୟ ଡାକ୍ତରଖାନାରେ ଡାଇଲିସିସି ଓାର୍ଡ ଖୋଲିଛନ୍ତି। ୧୦ ବେଡ ବିଶିଷ୍ଟ...

ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ...

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା

ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ,...

ପୁଣି ଦୁଇ ହାତୀଙ୍କ ଜୀବନ ଗଲା, କାରଣ ଅସ୍ପଷ୍ଟ

ଜମନକିରା,୬ା୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡ଼ରମା ରେଞ୍ଜ ତିଲେଇମାଲ ଗାଁ ପତ୍ରା ଜଙ୍ଗଲରେ ବୁଧବାର ରାତିରେ ଗୋଟିଏ ଅଣ୍ଡିରା...

Advertisement
Archives

Model This Week