ଜିଲା ମୁଖ୍ୟ ଚିକିତ୍ସାଳୟରେ ସଫଳ ଅସ୍ତ୍ରୋପଚାର: ପେଟରୁ ବାହାରିଲା ୫୦୦ ଗ୍ରାମ୍‌ର ପଥୁରି

ମାଲକାନଗିରି,୭।୧୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଖ୍ୟ ଚିକିସତ୍ାଳୟରେ ଶୁକ୍ରବାର ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଜିଲାର ମାଥିଲି ବ୍ଲକ୍‌ କିଆଙ୍ଗ ପଞ୍ଚାୟତର ଜାମୁଗୁଡ଼ା ଗ୍ରାମର ଇର୍ମା ପଡ଼ିଆମିଙ୍କ ପୁଅ ଦେବେ ପଡ଼ିଆମି(୨୦) ଦୀର୍ଘ ଦିନ ହେଲା ପେଟରେ ପଥୁରି ଯୋଗୁ କଷ୍ଟ ପାଉଥିଲେ। ତାଙ୍କୁ ଚିକିତ୍ସାପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶଲ୍ୟ ବିଶେଷଜ୍ଞ ଡା. ସପନ କୁମାର ଡିଣ୍ଡା ତାଙ୍କର ସଫଳତାର ସହ ଅସ୍ତ୍ରୋପ୍ରଚାର କରି ପେଟରୁ ୫୦୦ ଗ୍ରାମ୍‌ର ପଥୁରି ବାହାର କରିଛନ୍ତି। ଏବେ ଦେବେ ସୁସ୍ଥ ଥିବା ଡାକ୍ତରଙ୍କଠାରୁ ସୂଚନା ମିଳିଛି। ଏହି ସଫଳ ଅସ୍ତ୍ରୋପଚାରପାଇଁ ଡା. ଡିଣ୍ଡା ଏବଂ ତାଙ୍କ ଟିମ୍‌କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ କେଜି ଗଞ୍ଜେଇ ଜବତ, ୪ଗିରଫ

ଚିତ୍ରକୋଣ୍ଡା,୨୭ା୧୧(ଡି.ଏନ.ଏ.): ଚିତ୍ରକୋଣ୍ଡା-ବାଲିମେଳା ଡ୍ୟାମ ନିକଟସ୍ଥ ମନ୍ତ୍ରୀପୁଟ ଛକଠାରେ ମଙ୍ଗଳବାର ରାତି ୧୧ଟାରେ ପାଟ୍ରୋଲିଂ କରୁଥିବା ଚିତ୍ରକୋଣ୍ଡା ପୋଲିସ ଚୋରାଚାଲାଣ ହେଉଥିବା ୧୫୦ କେଜି ଗଞ୍ଜେଇ ଜବତ...

ଦୁଇ ପୁଅଙ୍କୁ ବିଷ ଦେଇ ମା’ଙ୍କ ଆତ୍ମହତ୍ୟା: ଜଣେ ପୁଅ ମୃତ, ଜଣେ ଗୁରୁତର

କାଲିମେଳା,୭।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଳରାଇ ପଞ୍ଚାୟତ ତେଳରାଇ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା ତାଙ୍କ ଦୁଇ ପୁଅଙ୍କୁ...

ରାଜସ୍ବ ମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି ଗସ୍ତ

କୋରୁକୋଣ୍ଡା,୩୧।୭(ଡି.ଏନ୍‌.ଏ.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବୁଧବାର ଦିନିକିଆ ମାଲକାନଗିରି ଗସ୍ତରେ ପହଞ୍ଚିଛନ୍ତି। ମନ୍ତ୍ରୀଙ୍କ ସହ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ହେଲିକପ୍ଟର ଯୋଗେ...

ନାଗରିକତ୍ୱ ସଂଶୋଧନ ଆଇନରେ କାହାର ନାଗରିକତା ଯିବନାହିଁ: ଏମ୍‌ପି ରୂପା ଗାଙ୍ଗୁଲି

ମାଲକାନଗିରି,୨୨ା୧(ଡି.ଏନ.ଏ.): ନାଗରିକତ୍ୱ ସଂଶୋଧନ ଆଇନ ପ୍ରଥମେ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇ ଏକ କାର୍ଡ ଦେବାର ବ୍ୟବସ୍ଥା ଥିଲା। ମାତ୍ର ତାହା ସେମାନେ କରିପାରିଲେ...

ଅବକାରୀ ବିଭାଗକୁ ବଡ ସଫଳତା: ୭ କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି,୫।୧୦(ଡି.ଏନ.ଏ): ମାଲକାନଗିରି ଜିଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ରବିବାର ରାତିରେ ପାଣ୍ଡ୍ରିପାଣି ପଦ୍ମଗିରି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ପାଇ...

କରୋନା ସନ୍ଦେହ: ପରୀକ୍ଷା ପରେ ବାହାରିଲା ସ୍ବାଇନ ଫ୍ଲୁ

ମାଲକାନଗିରି,୧୪।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମନ୍‌୍‌ଭି-୪୧ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସ୍ବାଇନ ଫ୍ଲୁ ହୋଇଛି। ସେ ହେଲେ ପରିମଲ ବିଶ୍ୱାସ। ପ୍ରକାଶ ଯେ,...

ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଲେ ମହିଳା: ବଳାତ୍କାର ଅଭିଯୋଗ ଆଣିଲେ ସ୍ବାମୀ

ରାୟଗଡା ଅଫିସ,୧୨।୫-ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ନେଇ ତାଙ୍କ ସ୍ବାମୀ ଗତ ୭ ତାରିଖରେ...

ଚିତ୍ରକୋଣ୍ଡା ଦୈନିକ ବଜାରର ୭ ଦୋକାନ ସିଲ୍‌

ଚିତ୍ରକୋଣ୍ଡା,୨୦।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ଥିବା ୭ଟି ଦୋକାନ ଉପରେ ସୋମବାର ଚଢ଼ାଉ କରାଯାଇ ସିଲ୍‌ କରାଯାଇଛି। ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ...


Coronavirus Update

Archives

Model This Week

Why Dharitri