୧୫୬ ବର୍ଷର ବ୍ରହ୍ମପୁର ମଣ୍ଡଳ କାରାଗାର : ରାଜ୍ୟର ଏକମାତ୍ର ଫାଶୀଖୁଣ୍ଟ, ନାହାନ୍ତି ଘାତକ

ବ୍ରହ୍ମପୁର ଅଫିସ,୭ା୧୨-ବ୍ରିଟିଶ ଶାସନରେ ଏବଂ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ବେଳେ ୧୮୬୩ରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁର ମଣ୍ଡଳ କାରାଗାର। ୧୫୬ ବର୍ଷର ଏହି ପୁରାତନ ଜେଲରେ ଅଛି ରାଜ୍ୟର ଏକମାତ୍ର ଫାଶୀ ଖୁଣ୍ଟ । ଦେଶ ସ୍ବାଧୀନତା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ ଅନେକ ସଂଗ୍ରାମୀଙ୍କୁ ଏହି କାରାଗାରରେ ବନ୍ଦୀ କରିଥିଲେ ଗୋରା ସରକାର । ସେମାନଙ୍କ ମଧ୍ୟରେ ଥିଲେ ବିପ୍ଲବୀ ଆଦିବାସୀ ନେତା ତଥା ମହାନ ଦେଶପ୍ରେମୀ ସଂଗ୍ରାମୀ ଲକ୍ଷ୍ମଣ ନାୟକ । ବିଭିନ୍ନ ମାମଲାରେ ଛନ୍ଦି ବ୍ରିଟିଶ ସରକାର ତାଙ୍କୁ ୧୯୪୩ ମାର୍ଚ୍ଚ ୨୯ରେ ଏହି ଜେଲରେ ପାଶି ଖୁଣ୍ଟରେ ଝୁଲାଇଥିଲେ। ତେଣୁ ସେ ଶହୀଦ ଆଖ୍ୟା ପାଇଛନ୍ତି ଏବଂ ସବୁ ବର୍ଷ ତାଙ୍କ ଜନ୍ମଦିନ ଏବଂ ଶହୀଦ ଦିବସରେ ଜେଲ ସାମ୍ନାରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ସ୍ମୃତିଚାରଣ ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସରକାରୀ ଭାବେ କରାଯାଉଛି। ଲକ୍ଷ୍ମଣ ନାୟକ ଜେଲର ଯେଉଁ ସେଲରେ ବନ୍ଦୀ ଜୀବନ ବିତାଇଥିଲେ ତାହାକୁ ଜାତୀୟ ସ୍ମୃତିପୀଠ କରାଯାଇଛି।
ସୂଚନାଯୋଗ୍ୟ, ଜେଲ ଭିତରେ ଫାଶୀଖୁଣ୍ଟ ଥିଲେ ମଧ୍ୟ ଝୁଲାଇବା ପାଇଁ ସ୍ଥାୟୀ ଘାତକ ନାହାନ୍ତି । ୧୯୪୩ରୁ ୧୯୯୪ ସୁଦ୍ଧା ମାତ୍ର ୬ ଜଣଙ୍କୁ ଫାଶୀ ଦିଆଯାଇଛି। ୧୯୯୦ ଫେବୃୟାରୀ ମାସରେ ମୟୂରଭଞ୍ଜ ଜିଲାର ଲକ୍ଷ୍ମଣ ନାୟକ ନାମକ ଜଣେ ଅପରାଧୀ ୭ ବର୍ଷର ଶିଶୁ କନ୍ୟାକୁ ଜଙ୍ଗଲରେ ବଳାତ୍କାର କରିବା ପରେ ନୃଶଂସ ଭାବେ ହତ୍ୟା କରିଥିଲା । ଏଭଳି ଜଘନ୍ୟ କାଣ୍ଡର ବିଚାର କରି ଅଦାଲତ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଉପର କୋର୍ଟରେ ତାହା କାଏମ ରହିବାରୁ ୧୯୯୪ ଜୁଲାଇ ୧୬ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଅପରାଧୀଙ୍କୁ ଏଠାର ଜେଲରେ ଫାଶୀ ଦିଆଯାଇଥିଲା । ତା ପରଠାରୁ ଆଉ କେହି ଫାଶୀଖୁଣ୍ଟରେ ଝୁଲି ନାହାନ୍ତି। ଘାତକ ନ ଥିବାରୁ ଆବଶ୍ୟକ ସ୍ଥଳେ ବିହାର ଓ ଗୋଆରୁ ତାଲିମପ୍ରାପ୍ତ ଘାତକଙ୍କୁ ଏଠାକୁ ଅଣାଯାଉଛି ।
ଇତିମଧ୍ୟରେ ରାଜ୍ୟର ଗୁଣପୁର, ଅନୁଗୋଳ ଓ ଅନ୍ୟ ସ୍ଥାନର କେତେକ ନାବାଳିକା ବଳାତ୍କାର, ଗଣହତ୍ୟା ଆଦି ଅଭିଯୋଗରେ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଯଦି କାଏମ ରହିବ ତେବେ ସେମାନଙ୍କୁ ବ୍ରହ୍ମପୁର ଜେଲର ଫାଶୀଖୁଣ୍ଟରେ ଝୁଲାଯିବ। ଫାଶୀ ଦେବା ପାଇଁ ବାହାର ପ୍ରଦେଶରୁ ଭଡ଼ାରେ ଘାତକ ଅଣାଯିବ। ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର ଓ ଗଣ ବଳାତ୍କାର ଘଟଣାର ବିଚାର ପାଇଁ ପୋକ୍‌ସୋ କୋର୍ଟରେ କରାଯାଉଛି । ସଙ୍ଗିନ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉଛି । ଚଳିତ ବର୍ଷ ଏଭଳି ଘଟଣାମାନ ଘଟିଛି। ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଘାତକ ଖୋଜାପଡ଼ୁଛି ।


Enter your email to get our daily news in your inbox.

All Right Reserved By Dharitri.Com

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

ବିଜ୍ଞାନରେ ଏତିକି ନମ୍ବର ରଖି ଦୁଇ ଜଣ ହେଲେ ବ୍ଲକ ଟପ୍ପର : ସଫଳତା ପାଇଁ ଅଧ୍ୟାପକ, ପରିବାରଙ୍କୁ ଦେଲେ ଶ୍ରେୟ

ଛତ୍ରପୁର,୨୧।୫(ଦିଲ୍ଲୀପ ସାମଲ): ପ୍ରକାଶ ପାଇଛି ଯୁକ୍ତ୨ ରେଜଲ୍ଟ । ଏହି ଅବସରରେ ବିଜ୍ଞାନ ବିଭାଗରେ ଦୁଇ ଛାତ୍ର ଛତ୍ରପୁର ବ୍ଲକ ଟପ୍ପର ହୋଇଛନ୍ତି । ଗୋବିନ୍ଦପୁର ସ୍ଥିତ…

ଦୁର୍ଗାମାଧବ ରାଜ୍ୟରେ ଦ୍ୱିତୀୟ: ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୨୧।୫(ବିଦ୍ୟାଧର ସାହୁ): ଚଳିତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛନ୍ତି ଦୁର୍ଗାମାଧବ ବାରିକ l ଗଞ୍ଜାମ ସହର ଦୁର୍ଗାଦେବୀ ସାହି ବାସିନ୍ଦା ତଥା ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri