ଜିଲା ବିଜ୍ଞାନ କେନ୍ଦ୍ରକୁ ପୂରିଲା ୨୫ ବର୍ଷ: ‘ବିଜ୍ଞାନ ପ୍ରତି ଅନୁସନ୍ଧିତ୍ସୁ ହୁଅ’

ଢେଙ୍କାନାଳ ଅଫିସ, ୬ା୬: ବିଜ୍ଞାନ ଏକ କଷ୍ଟକର ବିଷୟ ବୋଲି ଅଧିକାଂଶ ଛାତ୍ରୀଛାତ୍ରଙ୍କ ଧାରଣା ରହିଛି, ଯାହା ଅମୂଳକ। ବିଜ୍ଞାନ ପ୍ରତି ଅନିସନ୍ଧୁତ୍ସୁ ମନୋଭାବ ରହିଲେ ଏହା ସହଜ ହୋଇଯାଏ। ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳେ ବୋଲି କହିଛନ୍ତି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ। ଢେଙ୍କାନାଳ ଜିଲା ବିଜ୍ଞାନ କେନ୍ଦ୍ରର ରୌପ୍ୟଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ସମ୍ମାନିତ ଅତିଥି ଭାବେ ଡିଇଓ ସୁଧାନନ୍ଦ ପରିଡ଼ା ଯୋଗଦେଇ କହିଲେ, ଜିଲା ବିଜ୍ଞାନ କେନ୍ଦ୍ର ଜ୍ଞାନର ଭଣ୍ଡାର। ଛାତ୍ରୀଛାତ୍ରମାନେ ଏହାର ସୁଯୋଗ ନେବା ଆବଶ୍ୟକ। କଲିକତାସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର କ୍ୟୁରେଟର ନଟରାଜ ଦାସଗୁପ୍ତା ଆଲୋଚନାରେ ଭାଗନେଇ କହିଲେ, ଜ୍ଞାନ ଆହରଣ ଓ ଗବେଷଣା ପାଇଁ ଜିଲା ବିଜ୍ଞାନ କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରତି ଜିଲାରେ ଏପରି ପ୍ରତିଷ୍ଠାନ ଖୋଲିବା ଉଚିତ ବୋଲି ସେ ମତ ରଖିଥିଲେ। ଏହି ଅବସରରେ ଦୁଇଟି ଦର୍ପଣ ଗ୍ୟାଲେରି ଉଦ୍‌ଘାଟିତ ହୋଇଥିଲା। ଏଥିସହ ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବିଜ୍ଞାନ ପ୍ରଦର୍ଶନୀ ବସ୍‌କୁ ଜିଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପ୍ରଦର୍ଶନୀ ବସ୍‌ ଜିଲାର ବିଭିନ୍ନ ଗ୍ରାମ, ବିଦ୍ୟାଳୟକୁ ଯାଇ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମର ପ୍ରଚାର କରିବ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଛାତ୍ରୀଛାତ୍ରଙ୍କୁ ଗଛ ପ୍ରଦାନ କରାଯାଇଥିଲା। ଜିଲା ବିଜ୍ଞାନ କେନ୍ଦ୍ର ଅଧିକାରୀ ନିକୁଞ୍ଜ ବିହାରୀ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ, ୧୯୯୫ ଜୁନ୍‌ ୫ରେ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଏବଂ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂଦେଓଙ୍କ ଉପସ୍ଥିତିରେ ଜିଲା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା।

ଜିଲାପାଳ ଦେଲେ ୧୦ ଲକ୍ଷ ଟଙ୍କା

ଢେଙ୍କାନାଳ ଜିଲା ବିଜ୍ଞାନ କେନ୍ଦ୍ରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କେନ୍ଦ୍ର ଅଧିକାରୀ ନିକୁଞ୍ଜ ବିହାରୀ ସାହୁଙ୍କୁ ୧୦ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅର୍ଥ ସହାୟତାରେ ବିଜ୍ଞାନ କେନ୍ଦ୍ରକୁ ଅତ୍ୟାଧୁନିକ କରାଯିବ। ନୂତନ ଜ୍ଞାନକୌଶଳ ପ୍ରଦର୍ଶନ କରିବା ଦ୍ୱାରା ଏହା ଜନସାଧାରଣଙ୍କୁ ଆକର୍ଷିତ କରିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ରାଗିଗଲେ ଟ୍ରମ୍ପ: ନରୱେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଧମକପୂର୍ଣ୍ଣ ଚିଠି

ଓ୍ବାଶିଂଟନ,୧୯।୧: ନୋବେଲ ପୁରସ୍କାର ନ ପାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧ ଏବେ ଭୀଷଣ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନରୱେ ପ୍ରଧାନମନ୍ତ୍ରୀ ଜୋନାସ...

ଜଗନ୍ନାଥଙ୍କୁ ଅପମାନ! ଭାଇରାଲ ହେଉଛି ମହାପ୍ରଭୁଙ୍କ AI ଭିଡ଼ିଓ, କ୍ରେନରେ କ୍ଷୀର…

ଭୁବନେଶ୍ବର,୧୯।୧: ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହାରି ଭିତରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଏଆଇ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି...

ଛାତିଥରା ହତ୍ୟାକାଣ୍ଡ, ସ୍ପଷ୍ଟ ଦିବାଲୋକରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୯।୧: ସୋମବାର ଅପରାହ୍ନରେ ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ନଗର କୋତୱାଲି ଅଞ୍ଚଳର ଅଧିକାର କ୍ଷେତ୍ର ଅନ୍ତର୍ଗତ ନାଗଲା...

ଅନୁଷ୍କାଙ୍କୁ ‘ମ୍ୟାଡାମ୍‌’ ଡାକିଦେଲେ ଏହି କ୍ରିକେଟର୍‌: ଶୁଣିକି ଏମିତି କହିଦେଲେ କୋହଲି

ନୂଆଦିଲ୍ଲୀ,୧୯।୧: ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ଶୈଳୀ ପାଇଁ ଜଣାଶୁଣା। ଡ୍ରେସିଂ ରୁମ ଭିତରେ ସେ ସମ୍ପୂର୍ଣ୍ଣ ନିଆରା।...

ଖୁସି ଖବର! ଆବଶ୍ୟକ ବେଳେ ଆକାଉଣ୍ଟକୁ ଆସିଯିବ ଟଙ୍କା, ୧ ଏପ୍ରିଲରୁ EPFO…

ନୂଆଦିଲ୍ଲୀ,୧୯।୧: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟମାନଙ୍କ ପାଇଁ ଏକ ଖୁସି ଖବର ଅଛି । ୧ ଏପ୍ରିଲ, ୨୦୨୬ ଠାରୁ, EPFO ​​ସଦସ୍ୟମାନେ...

ଯେଉଁ ଖେଳାଳିଙ୍କ ପାଇଁ ହାରିଲା ଭାରତ, ତାଙ୍କୁ ଗିଫ୍ଟ ଦେଇ ଚର୍ଚ୍ଚାରେ ବିରାଟ କୋହଲି

ଇନ୍ଦୋର,୧୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ଷ୍ଟାର...

ଯଦି T20 ବିଶ୍ୱକପରୁ ବାଂଲାଦେଶ ବାଦ ପଡେ, ଏହି ଟିମ୍‌କୁ ମିଳିବ ଏଣ୍ଟ୍ରି

ନୂଆଦିଲ୍ଲୀ,୧୯।୧: ଟି-୨୦ ବିଶ୍ୱକପ ବିବାଦ ଘନୀଭୂତ ହେଉଛି। ଗୋଟିଏ ପଟେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜାନୁଆରୀ ୨୧ ସୁଦ୍ଧା ବାଂଲାଦେଶକୁ ତାର ସ୍ଥିତି ସ୍ପଷ୍ଟ...

ଆଉ ଫେରିବି କି ନାହିଁ ଜାଣିନାହିଁ: ହଠାତ୍‌ ବ୍ରେକ୍‌ ନେଲେ ନେହା

ଗାୟିକା ନେହା କକ୍କର ନିଜ ସଙ୍ଗୀତ କ୍ୟାରିୟରରୁ ବ୍ରେକ୍‌ ନେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି। ନେହା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଦାୟିତ୍ୱ, ସମ୍ପର୍କ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri