ଜିଏସ୍‌ଟି କାଉନସିଲ୍‌ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୨୫-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିବାକୁ ଥିବା ଜିଏସ୍‌ଟି କାଉନସିଲର ୩୬ତମ ବୈଠକ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। ପାର୍ଲାମେଣ୍ଟରେ ତାଙ୍କର ବ୍ୟସ୍ତତା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଫଳରେ ଏହି ବୈଠକରେ ଇ-ଯାନ ଉପରେ ଟିକସ ଆଦାୟକୁ ନେଇ ହେବାକୁ ଥିବା ନିଷ୍ପତ୍ତି ପୁଣି କିଛି ଦିନ ପାଇଁ ଘୁଞ୍ଚତ୍ଗଲା। ଇ-ଯାନ ଉପରେ ନିଆଯାଉଥିବା ଟିକସକୁ ୧୨ରୁ ୫%କୁ ହ୍ରାସ କରିବା ନେଇ ନିଷ୍ପତ୍ତି ନିଆଯିବାର ଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ବୈଠକର ପରବର୍ତ୍ତୀ ତାରିଖ ପରେ ପ୍ରକାଶ କରାଯିବ। ସେ କହିଛନ୍ତି ଯେ, ରାଜ୍ୟ ସଭାରେ ଆଇବିସି ସଂଶୋଧନ ବିଲ୍‌ ଉପରେ ଆଲୋଚନାରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଅଂଶଗ୍ରହଣ କରିବାକୁ ଥିବାରୁ କାଉନସିଲ୍‌ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାପଡିଥିଲା। ଇତିମଧ୍ୟରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର ସୀତାରାମନ୍‌ଙ୍କୁ ପତ୍ର ଲେଖି ମାତ୍ର ଗୋଟିଏ ଏଜେଣ୍ଡା ପାଇଁ ତରବରିଆ ବୈଠକ ଡାକିବାକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମିବ ପେଟ୍ରୋଲ-ଡିଜେଲ ଦାମ !

ନୂଆଦିଲ୍ଲୀ,୨।୩: ଦେଶରେ ପେଟ୍ରୋଲ-ଡିଜେଲ ଦାମ ଦିନକୁ ଦିନ ବୃଦ୍ଧି ପାଉଥିବାର ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡ଼ିଛି। ବିଭିନ୍ନ ସମାଗ୍ରୀର ମୂଲ ବୃଦ୍ଧି...

ଖିମ୍‌ଜୀ ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୧୧: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟୋର ପକ୍ଷରୁ...

ଭିଆଇଟିରୁ ୭୪୦୩ ନିଯୁକ୍ତି ଅଫର

ନୂଆଦିଲ୍ଲୀ,୩୧।୧୨: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଟାନ ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଭିଆଇଟି) କ୍ୟାମ୍ପସରୁ ୭୪୦୩ ଜଣ ଛାତ୍ରୀଛାତ୍ରଙ୍କୁ ୩୮୨ କମ୍ପାନୀ ନିଯୁକ୍ତି ଅଫର ଦେଇଛନ୍ତି। କରୋନା...

ଇସିଆର୍‌ ପକ୍ଷରୁ ମହାପରିନିର୍ବାଣ ଦିବସ

ଭୁବନେଶ୍ୱର,୭।୧୨: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି.ଆର୍‌. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥର...

ମେଜର ପୋର୍ଟ ଅଥରିଟିଜ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌

ନୂଆଦିଲ୍ଲୀ: ମେଜର ପୋର୍ଟ ଅଥରିଟିଜ ବିଲ୍‌ ୨୦୨୦କୁ ବୁଧବାର ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ବନ୍ଦର ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବୀୟ ଏହି ବିଲ୍‌କୁ...

ବେରୋଜଗାର ଚିନ୍ତା ବଢ଼ାଇଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ...

ଅକ୍ଟୋବରରେ ଯାନ ବିକ୍ରି କମିଲା

ନୂଆଦିଲ୍ଲୀ,୨-୧୧: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ କମ୍ପାନୀଙ୍କ ବିକ୍ରି ଅକ୍ଟୋବରରେ ବିଶେଷ ହ୍ରାସ ହୋଇଥିବା ଦେଖାଯାଇଛି। ଏହି ସମୟରେ ପ୍ରମୁଖ ଯାନ ନିର୍ମାତା ଅଶୋକ ଲେଲାଣ୍ଡର...

ରିଜର୍ଭ ବ୍ୟାଙ୍କ୍‌ଙ୍କୁ କୋର୍ଟଙ୍କ ମହଲତ

ନୂଆଦିଲ୍ଲୀ,୨୧।୨: ଦେଶର ବ୍ୟାଙ୍କଗୁଡ଼ିକ ସାଧାରଣ ଲୋକଙ୍କ ସମ୍ପତ୍ତିର ରକ୍ଷକ। ବ୍ୟାଙ୍କ ଗ୍ରାହକଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିପାରିବ ନାହିଁ ବୋଲି ଶନିବାର ସୁପ୍ରିମକୋର୍ଟ କହିଛନ୍ତି। ବ୍ୟାଙ୍କର ଲକର ପରିଚାଳନାକୁ...

Advertisement
Archives

Model This Week