ଜାଲ ବୁଣି ସମୟ କାଟୁଛନ୍ତି ସମାରୁ

ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନର ସୁଯୋଗ ନେଇ ଅନେକଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଆସିଛି । ପୁରାତନ କାମକୁ ଆପଣେଇଛନ୍ତି ବହୁ ଲୋକ। ସେଭଳି ଜଣେ ବ୍ୟକ୍ତି ହେଲେ ସମ୍ବଲପୁର ମହାନଗର ନିଗମ ଅଧୀନ ରାସନପୁର ଗ୍ରାମରେ ସମାରୁ। ଗ୍ରାମର ୭୫ ବର୍ଷିୟା ବୃଦ୍ଧ ସମାରୁ ଭୋଇ ମାଛମରା ଜାଲ ବୁଣିବାରେ ସମୟ କାଟୁଛନ୍ତି । ପୂର୍ବରୁ ଜାଲ ବୁଣିବା ତାଙ୍କର ଅଭ୍ୟାସ ରହିଛି । ହେଲେ ଅନ୍ୟକାମରେ ବ୍ୟସ୍ତ ଥିବାରୁ ଜାଲ ବୁଣିବା ପାଇଁ ସମୟ ଦେଇ ପାରୁ ନ ଥିଲେ । ଏବେ ଲକ୍‌ଡାଉନ ଯୋଗୁ ଆଉ କିଛି କାମ ନାହିଁ, ତେଣୁ ଅଧିକ ସମୟ ଜାଲ ବୁଣିବା ପାଇଁ ସେ ଦେଉଥିବା କହିଛନ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କିଛି ସମୟ କାମ କଲେ ୧୦ ଦିନ ଭିତରେ ଗୋଟିଏ ଜାଲ ବୁଣିବା ସମ୍ପୂର୍ଣ୍ଣ ହୋଇଯିବ । ଜାଲ ବୁଣିବା ପରେ ଧୀବରମାନେ କିଣି ନେଇଥାନ୍ତି । ନିଜ ଘର ପାଇଁ ଗୋଟିଏ ଜାଲ ରଖିବା ପରେ ଅନ୍ୟ ଜାଲଗୁଡିକ ବିକ୍ରି କରାଯାଉଥିବା ସେ କହିଛନ୍ତି । ଗୋଟିଏ ଜାଲକୁ ୧୫ ଶହ ଟଙ୍କାରେ ବିକ୍ରି ହୋଇଥାଏ ବୋଲି ସମାରୁ କୁହନ୍ତି। ଏବେ ରୋଜଗାର ବନ୍ଦ ହୋଇଗଲା, ସରକାରୀ ସହାୟତା କିଛି ମିଳିଛି । ହେଲେ ଅଧିକ ସମୟ ବସି ରହିବା ପାଇଁ ଭଲ ଲାଗୁ ନାହିଁ । ତେଣୁ ଜାଲ ବୁଣିବା କାମ କରି କିଛି ରୋଜଗାର କରିବି ବୋଲି ଆଶା ରଖିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡାବାନ୍ତିରେ ମହିଳାଙ୍କ ମୃତ୍ୟୁ, ୪ ଆକ୍ରାନ୍ତ

ବାହାନଗା୨୨ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଖନ୍ତାପଡା ଥାନା ଅଧୀନ ଦକ୍ଷୀଣନରସିଂପୁର ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ଦଳେଇ ସାହିରେ ଝାଡାବାନ୍ତି ବ୍ୟାପି ଗତ ୪ଦିନ ମଧ୍ୟରେ...

୭ରୁ କେନ୍ଦୁଝରରେ ଧାନ ସଂଗ୍ରହ

କେନ୍ଦୁଝର,୧୭ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲାରେ ୨୦୨୨-୨୩ ଖରିଫ ବର୍ଷର ଏଫ୍‌.ଏ.କ୍ୟୁ. ମାନର ଧାନ ସଂଗ୍ରହ ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ବୁଧବାର ଦରବାର ହଲ୍‌ରେ...

ନାଁକୁ ଚାଲିଛି ଜଗତ୍‌ସିଂହପୁର ଡିଷ୍ଟ୍ରିକ୍ଟ ପୋର୍ଟାଲ

ଜଗତ୍‌ସିଂହପୁର ଅଫିସ, ୧୨।୧୦: ଲୋକଙ୍କ ପାଖରେ ସହଜରେ ସୂଚନା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରତି ଜିଲାରେ ପୋର୍ଟାଲ ରହିଛି।...

ପୁଣି ବିପଦସଂକେତ ଟପିଲା ଜଳକା

ବସ୍ତା, ୨୫।୮(ସ୍ବ.ପ୍ର.)-ଜଳକା ନଦୀରେ ରବିବାର ପୁଣି ବନ୍ୟାଜଳ ଆସି ବିପଦସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ା ବସ୍ତା ବ୍ଲକର ମଥାନୀଠାରେ ନଦୀର ବିପଦସଂକେତ ସ୍ତର ୫.୫୦...

ତପ୍ତପାଣି ଘାଟିରେ ଓଲଟିଲା ଟ୍ରକ୍‌, ଡ୍ରାଇଭର ମୃତ

ପାଟପୁର,୨୯ା୪-ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟି ହରିଣ ପାର୍କ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୪ ଟାରେ ଏକ ଟ୍ରକ୍‌ ଓଲଟି ଘଟଣାସ୍ଥଳରେ ଡ୍ରାଇଭରଙ୍କର...

ପଥରରେ ଛେଚି ଯୁବକଙ୍କୁ ହତ୍ୟା: ଜଣେ ଗିରଫ

କେନ୍ଦୁଝର,୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ସଦର ଥାନା ବୋଲି ବୁଧବାର...

ଭଲି ଖେଳରୁ ଗୋଷ୍ଠୀ ସଂଘର୍ଷ: ୨୧ ଆହତ, ୧୧ ଗିରଫ

ଆର.ଉଦୟଗିରି,୨୬ା୪(ଡି.ଏନ.ଏ.)- ଆର୍‌.ଉଦୟଗିରି ଥାନା ଖମାରିସାହି ଗ୍ରାମରେ ଭଲିଖେଳକୁ ନେଇ ଶନିବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨୧ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଚନ୍ଦ୍ରଗିରି, ଆର.ଉଦୟଗିରି ମେଡିକାଲରେ...

ଏବେ ବି ପୂଜା ପାଉଛି ୧୯୩୯ ମସିହାର ଗାଡ଼ି: ଅଲୋଡ଼ା ହୋଇଥିଲେ ବି ନିଆରା

କେନ୍ଦୁଝର, ୧୮।୯( ସ୍ବ.ପ୍ର.)-ବ୍ରିଟିଶ ଅମଳର ୧୩୩୯ ମସିହାର ଏକ ଟ୍ରକ ଏବେ ବି ପୂଜା ପାଉଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ହେଁ ଏହା...

Advertisement
Archives

Model This Week