ଜାଲ୍‌ ପ୍ରମାଣପତ୍ର ଦେଇ ନିଯୁକ୍ତି ପ୍ରସଙ୍ଗ : ଯାଞ୍ଚ ହେବ ଜୁନିୟର, ରେଗୁଲାର ଶିକ୍ଷକଙ୍କ ପ୍ରମାଣପତ୍ର

ଛତ୍ରପୁର,୩୦ା୬(ଡି.ଏନ.ଏ.)-ଜାଲ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଦେଇ କେତେଜଣ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଆସୁଛି। ଏଥିପାଇଁ ସମସ୍ତ ଜୁନିୟର ଓ ରେଗୁଲାର ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ହେବ। ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପି କେ ମହାପାତ୍ରଙ୍କ ଠାରୁ ୨୭ ତାରିଖରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ଏକ ନିର୍ଦ୍ଦେଶନାମା (ନଂ-୧୩୨୧୬) ଆସିଛି। କେତେକ ଶିକ୍ଷା ସହାୟକ ଜାଲ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇବା ପରେ ଏବେ ସେଥିରୁ କେତେକ ଜୁନିୟର ଶିକ୍ଷକ ଓ ପରେ ରେଗୁଲାଇ ଜୁନିୟର ଶିକ୍ଷକ ହୋଇଛନ୍ତି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଆସୁଥିଲା। ଏହାକୁ ବିଭାଗ ଗୁରୁତ୍ୱର ସହ ନେଇ ସମସ୍ତ ଜୁନିୟର ଶିକ୍ଷକ ଓ ରେଗୁଲାର ଜୁନିୟର ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବାକୁ ଉକ୍ତ ଚିଠିରେ କୁହାଯାଇଛି। ୨୦୧୧ ଜାନୁୟାରୀ ୧ରୁ ଏପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସମସ୍ତ ଜୁନିୟର ଶିକ୍ଷକଙ୍କର ପ୍ରମାଣପତ୍ର ସର୍ବଶିକ୍ଷା ଅଭିଯାନର ଡିପିସି ଯାଞ୍ଚ କରିବେ। ସେହିପରି ରେଗୁଲାଇ ଜୁନିୟର ଶିକ୍ଷକଙ୍କ ପ୍ରମାଣପତ୍ର ବିଇଓ ଯାଞ୍ଚ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ କାର୍ଯ୍ୟର ମନିଟରିଂ ପାଇଁ ରାଜ୍ୟ ସ୍ତରରେ ଏକ କମିଟି ମଧ୍ୟ ଗଠନ ହୋଇଛି। ଯାଞ୍ଚ ବେଳେ କାହାର ଯଦି ପ୍ରମାଣପତ୍ର ଜାଲ୍‌ ବୋଲି ଜଣାପଡେ ତେବେ ତୁରନ୍ତ ତାଙ୍କ ନଁାରେ ଥାନାରେ ଏତଲା ଦିଆଯିବା ସହ ଚାକିରୀରୁ ବରଖାସ୍ତ କରିବାକୁ କୁହାଯାଇଛି। ଏଥିରେ ଅବହେଳା କଲେ ଯାଞ୍ଚ ପାଇଁ ନିଯୁକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତର୍କ କରାଇଦେଇଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ୩ ମାସ ମଧ୍ୟରେ ଅର୍ଥାତ୍‌ ସେପ୍ଟେମ୍ବର ୩୦ ସୁଦ୍ଧା ସରିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?