Posted inଖେଳ

ଜାପାନ ମହିଳା ରେସଲର ହାନାଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୫: ଜାପାନର ପେସାଦାର ମହିଳା ରେସଲର ହାନା କିମୁରା ମାତ୍ର ୨୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ତେବେ ସେ କିଭଳି ମୃତ୍ୟୁବରଣ କରିଛନ୍ତି ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ଷ୍ଟାରଡବ ରେସଲିଂ ସହିତ ସେ ଜଡିଥ ଥିଲେ ଓ ଏହି ସଂସ୍ଥା ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି। ତାଙ୍କ ମୃତ୍ୟୁ ନେଇ ତଦନ୍ତ ଜାରି ରହିଛି। ସେ ତାଙ୍କ ଘରେ ମରି ପଡିଥିବାର ଦେଖାଯାଇଥିଲା ବୋଲି ଜାପାନ ଗରମାଧ୍ୟମଗୁଡିକ ଉଲ୍ଲେଖ କରିଛନ୍ତି। ନେଟ୍‌ଫ୍ଲିକ୍ସ ରିୟଲିଟି ଶୋ ‘ଟେରାସ ହାଉସ୍‌’ ତାଙ୍କର ଭୂମିକା ନେଇ କେତେକେ ଲୋକଙ୍କ ନଜରକୁ ଆସିଥିଲେ। ଏହି ଶୋ’ରେ ୩ଜଣ ପୁରୁଷ ଓ ମହିଳା ଅସ୍ଥାୟୀ ଭାବେ ଗୋଟିଏ ଘରେ ଏକାଠି ରହୁଥିଲେ। ତେବେ କରୋନା ଭାଇରସ୍‌ କାରଣରୁ ଏହାକୁ ବନ୍ଦ କରାଯାଇଥିଲା। କିମୁରାଙ୍କ ପରଲୋକ ନେଇ ରେସଲିଂ ଜଗତରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁ ପାଇଁ ଅନ୍‌ଲାଇନ୍‌ ବୁଲିଂ ବା ବଦ୍‌ମାସମାନଙ୍କୁ ଦାୟୀ କରାଯାଉଛି। ଡବ୍ଲ୍ୟୁଡବ୍ଲ୍ୟୁଇ ହଲ୍‌ ଅଫ୍‌ ଫେମର ମିକ୍‌ ଫୋଲେ ଏ ନେଇ ଶୋକ ପ୍ରକାଶ କରିଛନ୍ତି। କିମୁରାଙ୍କ ମା କ୍ୟୋକୋ ମଧ୍ୟ ଜଣେ ଜଣାଶୁଣା ପେସାଦାର ରେସଲର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଆରଆରସିରେ ପଏଣ୍ଟ ଜିତିଲେ ରାଜୀବ

ଭୁବନେଶ୍ୱର, ୨୭।୯(ସ୍ପୋଟର୍‌ସ ବ୍ୟୁରୋ)- ମାଲେସିଆର ସେପଙ୍ଗ ଇଣ୍ଟରନ୍ୟାଶନାଲ ସର୍କିଟରେ ଅନୁଷ୍ଠିତ ଏସିଆନ ରୋଡ ରେସିଂ ଚାମ୍ପିୟନଶିପ(ଏଆରଆରସି)ର ଚୂଡ଼ାନ୍ତ ତଥା ଷଷ୍ଠ ପର୍ଯ୍ୟାୟ ରେସରେ ଇଡିମିତ୍‌ସୁ ହୋଣ୍ଡା...

ଯୁବରାଜଙ୍କୁ ଦେଖି ଷ୍ଟାଡିୟମ୍‌ରେ ଡେଇଁବାକୁ ଲାଗିଲେ ଏହି ଶିଶୁ: କହିଲେ…

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ୍‌ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ୧୪ ରନ୍‌ରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ପରାସ୍ତକରି ଟାଇଟେଲ...

ମିଥାଲି ରାଜଙ୍କ ଦଳରେ ସ୍ଥାନ ପାଇଲେ ଏହି ଓଡ଼ିଆ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ...

ଭାରତକୁ ଜିତାଇଲେ ଅଧିନାୟକ ପ୍ରିୟମ

ଓ୍ବସେଷ୍ଟର, ୨୫।୭ (ପି.ଟି.)- ଅଧିନାୟକ ପ୍ରିୟମ ଗର୍ଗଙ୍କ ଅପରାଜିତ ଶତକୀୟ ଇନିଂସ ବଳରେ ଯୁବ ଭାରତୀୟ କ୍ରିକେଟ୍‌ ଦଳ ଏଠାରେ ତାଲିଥିବା ୧୯ ବର୍ଷରୁ କମ୍‌...

କ୍ରୀଡ଼ା ମହଲରେ ଶୋକ

ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍‌ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...

ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ଫାଇନାଲ୍ସ: ଭାରତୀୟ ଦଳରେ ସିନ୍ଧୁ, ସାଇନା

ନୂଆଦିଲ୍ଲୀ, ୨୨ା୧୨ (ପି.ଟି.)-କରୋନା ଭାଇରସ୍‌ ବ୍ରେକ୍‌ ପରେ ପ୍ରଥମଥର ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ଖେଳ ଦେଖିବାକୁ ମିଳିବ।...

ବାରବାଟୀ ମ୍ୟାଚ୍‌ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୮ା୬: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶଜନକ ଖବର। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟ୍‌କା।...

ଭାରତୀୟ ଦଳ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଯିବେ ଏହି ଖେଳାଳି

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଯଦିଓ ସେ ଦଳରେ ଚୟନ ହୋଇନାହାନ୍ତି କିନ୍ତୁ ସେ ଟେଷ୍ଟ ସିରିଜ...

Advertisement
Archives

Model This Week