ଜାତୀୟ ଚାମ୍ପିୟନ୍‌ଶିପ୍‌ରେ ଭାଗନେବ ହକି ଓଡ଼ିଶା: ହାଇକୋର୍ଟ

କଟକ ଅଫିସ,୨୨ା୧:ଜାତୀୟ ହକି ଚାମ୍ପିୟନ୍‌ଶିପ୍‌ରେ ହକି ଓଡ଼ିଶା ଭାଗ ନେବ। ହାଇକୋର୍ଟ ଦେଇଛନ୍ତି ଏହି ଆଦେଶ। ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୨୩ରୁ ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଝାନ୍‌ସିଠାରେ ଜାତୀୟ ହକି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଉଭୟ ମହିଳା ଓ ପୁରୁଷ ଦଳ ଏଥିରେ ଭାଗ ନେବେ। ମାତ୍ର ଏହି ଚାମ୍ପିୟନ୍‌ଶିପରୁ ହକି ଓଡ଼ିଶାକୁ ବାଦ୍‌ ଦିଆଯାଇଥିଲା। ଏହାପରେ ହକି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ କେ.ଆର୍‌. ମହାପାତ୍ର ଉପରୋକ୍ତ ଆଦେଶ ଦେବା ସହିତ ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ, ହକି ଇଣ୍ଡିଆଙ୍କୁ ନୋଟିସ ଜାରି କରିଛନ୍ତି। ଗୋଟିଏପଟେ ହାଇକୋର୍ଟ ଏଭଳି ଆଦେଶ ଦେଇଥିବାବେଳେ ମଙ୍ଗଳବାର ଚାମ୍ପିୟନଶିପ ପାଇଁ ମ୍ୟାଚ୍‌ ସୂଚୀ ଜାରି କରାଯାଇଛି। ଯେଉଁଥିରେ ହକି ଓଡ଼ିଶାର ନଁା ନ ଥିବା ଜଣାପଡ଼ିଛି।
ସୂଚନାଥାଉ କି, ଏହି ଚାମ୍ପିୟନଶିପ୍‌ରେ ଭାଗନେବା ପାଇଁ ହକି ଇଣ୍ଡିଆ ପକ୍ଷରୁ ହକି ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟକୁ ଆବେଦନ କରିବାକୁ କୁହାଯାଇଥିଲା। ଇ-ପୋର୍ଟାଲ ଜରିଆରେ ରାଜ୍ୟମାନେ ଆବେଦନ କରିବାକୁ ହକି ଇଣ୍ଡିଆ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ଡିସେମ୍ବର ୩୧ ତାରିଖ ଆବେଦନର ଶେଷ ତାରିଖ ଥିଲା। କିନ୍ତୁ ହକି ଓଡ଼ିଶାକୁ ମେମ୍ବର ୟୁନିଟ୍‌ (ଏମ୍‌ୟୁ) ପୋର୍ଟାଲ ଝଟ୍‌କା ଲାଗିଥିଲା। ହକି ଇଣ୍ଡିଆ ଦ୍ୱାରା ପରିଚାଳିତ ଏମ୍‌ୟୁ ପୋର୍ଟାଲରେ ହକି ଓଡ଼ିଶା ଏଯାବତ୍‌ ଖେଳାଳିଙ୍କ ନାମ ପଞ୍ଜୀକରଣ କରିନାହିଁ। ଏଭଳି କାରଣ ପାଇଁ ହକି ଇଣ୍ଡିଆ ହକି ଓଡ଼ିଶା ସହିତ ୧୦ଟି ଅନୁବନ୍ଧିତ ହକି ସଂଘକୁ ଚାମ୍ପିୟନଶିପ୍‌ରୁ ବାଦ ଦେବା ସହିତ ସ୍ଥାୟୀ ସଦସ୍ୟରୁ ସହଯୋଗୀ ସଦସ୍ୟ କରିଦେଇଥିଲା। ହକି ଇଣ୍ଡିଆର ଏଭଳି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri