ଜାତୀୟସ୍ତରରେ ବଣ୍ଟିଙ୍କ କୃତିତ୍ୱ

ଜଗତ୍‌ସିଂହପୁର ଅଫିସ୍‌,୭।୨: ନିଷ୍ଠା, ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଆଗରେ ଦାରିଦ୍ର୍ୟତା ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସ୍ଥାନୀୟ ଶିଶୁ ଆଶ୍ରମରେ। ଆଶ୍ରମର ଅନ୍ତେବାସୀ ତଥା ଜଗତ୍‌ସିଂହପୁର ଥାନା ପାଇକରାବାଟୀ ଅଧୀନ ଗଡ଼ମାର ନୟନା ମଲ୍ଲିକଙ୍କ ପୁଅ ବଣ୍ଟି (୧୬) କଠୋର ପରିଶ୍ରମ ବଳରେ ଜାତୀୟସ୍ତରରେ କୃତିତ୍ୱ ହାସଲ କରିଛନ୍ତି। ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକ ଦ୍ୱାରା ହେଉଥିବା ଜାତୀୟସ୍ତରୀୟ ହୌସଲା ପ୍ରତିଯୋଗିତାରେ ବଣ୍ଟି ରୋପ୍ୟ ପଦକ ଜିତି ଜଗତ୍‌ସିଂହପୁର ଜିଲା ପାଇଁ ଗୌରବ ଆଣିଛନ୍ତି। ଗତ ଡିସେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ପ୍ରତିଯୋଗିତାରେ ଭାଗନେଇ ସେ ଉଚ୍ଚ ଡିଆଁ (ହାଇ ଜମ୍ପ)ରେ ୨ୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି।
ଶିଶୁ ଆଶ୍ରମ ସୁପରିଣ୍ଟେଣ୍ଡେଣ୍ଟ ଅଞ୍ଜନେୟ ଆଚାର୍ଯ୍ୟ କହିଛନ୍ତି, ବଣ୍ଟି ଓ ତାଙ୍କ ସାନ ଭଉଣୀ ରାନୁ ଉଭୟ ୫ ବର୍ଷ ହେଲା ଆଶ୍ରମରେ ରହୁଛନ୍ତି। ବଣ୍ଟି ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀରେ ଶିକ୍ଷାଲାଭ କରୁଛନ୍ତି। ବଣ୍ଟି ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଗୋଟିଏ ବିଷୟରେ କମ୍‌ ନଂ. କାରଣରୁ ଫେଲ୍‌ ହୋଇଯାଇଛନ୍ତି। ସେମାନଙ୍କୁ ତାଙ୍କ ବାପା ପଚାରୁ ନଥିବାରୁ ଚାଳ ଘରଟିଏ ଥିଲେ ସୁଦ୍ଧା ସେମାନେ ମା’ଙ୍କ ସହ ବାରଣ୍ଡାରେ ରାତ୍ରିଯାପନ କରୁଥିଲେ। ଦିନରେ ତାଙ୍କ ମା’ ପାଖାପାଖି ୧୦ କି.ମି. ଚାଲି ଆସିି ସ୍ଥାନୀୟ କଲେଜ ଛକରେ ଥିବା ଏକ ଶପିଂ ମଲ୍‌ରେ ପହଞ୍ଚୁଥିଲେ। ମଲ୍‌ରେ ଘର ଓଳାଓଳି ପାଇଁ ତାଙ୍କୁ ମାସିକ ୯୫୦ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହି ଟଙ୍କାରେ ପରିବାର ଚଳାଇବା କଷ୍ଟକର ହେବାରୁ ସେ ପିଲା ଦୁହିଁଙ୍କୁ ଶିଶୁ ଆଶ୍ରମରେ ରଖିବାକୁ ଚାହିଁଥିଲେ। ଏ ନେଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ)ରେ ଦରଖାସ୍ତ କରିଥିଲେ। ଏହାପରେ ବଣ୍ଟି ଓ ରାନୁଙ୍କୁ ଆଶ୍ରମରେ ରଖାଯାଇଥିଲା। ସେବେଠାରୁ ବଣ୍ଟି ଓ ରାନୁଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ବଣ୍ଟି ଖେଳିବାକୁ ଭଲ ପାଆନ୍ତି। ତାଙ୍କର କ୍ରୀଡ଼ା ପ୍ରେମ, ଦୃଢ଼ ମନୋବଳ ଓ ନିଷ୍ଠା ଯୋଗୁ ସେ ଏହି ସଫଳତା ପାଇଛନ୍ତି। ସେ କହିଛନ୍ତି, ଗତବର୍ଷ ଜିଲାସ୍ତରୀୟ ହୌସ୍‌ଲା ପ୍ରତିଯୋଗିତାରେ ବଣ୍ଟି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ। ଏବର୍ଷ ସେ ବିଭିନ୍ନ କ୍ରୀଡ଼ାରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେଣୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଜାତୀୟ ହୌସ୍‌ଲା ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଠାଯାଇଥିଲା। ସେଠାରେ ସେ ଉଚ୍ଚଡିଆଁରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ଜିଲା ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଏବଂ ଶିଶୁ ଆଶ୍ରମ ପରିଚାଳନା କମିଟି ପକ୍ଷରୁ ବଣ୍ଟିଙ୍କୁ ସମ୍ମାନିତ କରାଯାଇଛି। କେବଳ ବଣ୍ଟି ନୁହେଁ, ରାନୁ ମଧ୍ୟ ରାଜ୍ୟସ୍ତରୀୟ ହୌସ୍‌ଲା ପ୍ରତିଯୋଗିତାକୁ ମନେନୀତ ହୋଇଥିଲେ। ସେ ଜଣେ ଭଲ ନୃତ୍ୟଶିଳ୍ପୀ। ବଣ୍ଟିଙ୍କ ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସରିନି, ମାଟିତଳୁ ଉଠିଗଲା ପାଇପ୍‌

ବରଗଡ଼ ଅଫିସ୍‌,୨୬।୭:ବରଗଡ଼ ଓ ସୁବର୍ଣ୍ଣପୁର ଜିଲା ଅଧୀନ ୧୪୧ଗ୍ରାମର ୩୧,୩୫୦ହେକ୍ଟର ମରୁଡ଼ିଗ୍ରସ୍ତ ଚାଷଜମିକୁ ଜଳଯୋଗାଣ ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାମ ଚାଲିଛି। ଏହାଦ୍ୱାରା...

ଅସନ୍ତୁଷ୍ଟଙ୍କୁ ନୁହେଁ, ପ୍ରାର୍ଥିତ୍ୱକୁ ଭରସା

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାର ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିର୍ତ୍ତୋଲ ଜିଲା ପରିଷଦର ୪ନଂ. ଜୋନ୍‌ ବିଜେଡି ସଭ୍ୟା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜୟୀ ହୋଇ...

ଆଇପିଏଲ୍‌ ପୂର୍ବରୁ କୋହଲିଙ୍କ ପ୍ରଶଂସାରେ ଶତମୁଖ ହେଲେ ଏହି ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡର: କହିଲେ ‘ତାଙ୍କ ଠାରୁ ଶିଖିବି..’

ନୂଆଦିଲ୍ଲୀ,୧।୩: ଆଇପିଏଲ୍‌ ୨୦୨୦ରେ ପଞ୍ଜାବ କିଙ୍ଗ୍ସରେ ସାମିଲ ଥିଲେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ୍‌। ହେଲେ ଆସନ୍ତା ଆଇପିଏଲ୍‌ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ...

ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜିଆର୍‌ଏସ୍‌ଙ୍କ ଆତ୍ମାହୁତି ଉଦ୍ୟମ

ବାସୁଦେବପୁର,୪।୨(ଡି.ଏନ.ଏ.): ୧୦ ମାସର ବକେୟା ଦରମା ନ ମିଳିବାରୁ ପ୍ରତିବାଦରେ ଜଣେ ଜିଆର୍‌ଏସ୍‌ ଓ ତାଙ୍କ ସ୍ତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଛନ୍ତି।...

ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା

ଉଦଳା,୧୫ା୨(ଡ଼ି.ଏନ୍‌.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି...

ଆଇପିଏଲ୍‌ରେ କରୋନା ଟେଷ୍ଟ ପାଇଁ ବିସିସିଆଇ ଖର୍ଚ୍ଚ କରିବ ୧୦ କୋଟି ଟଙ୍କା

ନୂଆଦିଲ୍ଲୀ, ୧।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ମାସ ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି...

ଆସନ୍ତା ୯ରେ ପଡ଼ିଥାନ୍ତା ହାତଗଣ୍ଠି, ଫେରିବା ବାଟରେ ଅପେକ୍ଷା କରିଥିଲା ଯମ

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆଉ ମାତ୍ର ଦିନ କେଇଟା ପରେ ପଡ଼ିଥାନ୍ତା ହାତଗଣ୍ଠି। ଆସନ୍ତା ୯ରେ ବିବାହ ପାଇଁ ନିମନ୍ତ୍ରଣ ବଣ୍ଟା ସରିଥିଲା। ବନ୍ଧୁ ବାନ୍ଧବଙ୍କୁ ଡକା ମଧ୍ୟ...

ଜିଲାରେ ଜୈବିକ କୃଷି ପ୍ରତି ଆଗ୍ରହ ବଢୁନି

କେନ୍ଦ୍ରାପଡ଼ା, ୧୩।୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଧାନଚାଷ ପରେ ସର୍ବାଧିକ କ୍ଷେତରେ ତୈଳ ବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା...

Advertisement
Archives

Model This Week