Posted inଫୁରସତ

ଜାଣନ୍ତୁ ଶିବଲିଙ୍ଗ ଉପରେ କାହିଁକି ଶଙ୍ଖରେ ଢଳାଯାଏନା ପାଣି

ଆମେ ଜାଣିଛେ ସାଧାରଣତଃ ପୂଜାକାର୍ଯ୍ୟରେ ଶଙ୍ଖର ବ୍ୟବହାର ମହତ୍ତ୍ୱପୂର୍ଣ୍ଣ। ପ୍ରାୟ ସମସ୍ତ ଦେବଦେବୀଙ୍କ ଉପରେ ଶଙ୍ଖରେ ପାଣି ଚଢ଼ାଯାଏ। ମାତ୍ର ଶିବଲିଙ୍ଗ ଉପରେ ପାଣି ଢାଳିବାକୁ ବାରଣ ଅଛି। ଏକଥା ଶିବପୁରାଣରେ ବର୍ଣ୍ଣିତ ଅଛି। ଶଙ୍ଖଚୂଡ଼ ନାମକ ଏକ ମହାପରାକ୍ରମୀ ରାକ୍ଷସ ଥିଲା। ଯିଏକି ଦୈତରାମ ଦମ୍ଭଙ୍କ ପୁତ୍ର ଥିଲା। ଦମ୍ଭଙ୍କର ଦୀର୍ଘଦିନ ପର୍ଯ୍ୟନ୍ତ କୌଣସି ସନ୍ତାନସନ୍ତତି ହେଉ ନ ଥିଲେ। ଏଥିପାଇଁ ସେ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କଲେ। ତାଙ୍କ ତପସ୍ୟାରେ ବିଷ୍ଣୁ ପ୍ରସନ୍ନ ହୋଇ ଦମ୍ଭଙ୍କୁ ବର ମାଗିବାକୁ କହିଲେ। ଦମ୍ଭ ବିଷ୍ଣୁଙ୍କୁ ଏକ ମହାପରାକ୍ରମୀ ପୁତ୍ର ମାଗିଥିଲେ। ବିଷ୍ଣୁ ତଥାସ୍ତୁ କହି ଅନ୍ତର୍ଦ୍ଧାନ ହୋଇଗଲେ।

ଦମ୍ଭଙ୍କ ପୁତ୍ର ଭାବେ ଜନ୍ମନେଲା ଶଙ୍ଖଚୂଡ଼। ସେ ଯେତେବେଳେ ବଡ଼ ହେଲା ବ୍ରହ୍ମାଙ୍କୁ ବର ମାଗିଥିଲା ଯେ, ଦେବତାମାନେ ତାକୁ ହରାଇପାରିବେ ନାହିଁ। ବ୍ରହ୍ମା ତଥାସ୍ତୁ କହିବା ସହ ଶଙ୍ଖଚୂଡ଼କୁ ଶ୍ରୀକୃଷ୍ଣକବଚ ଦେଇଥିଲେ। ଏଥିସହିତ ବ୍ରହ୍ମା ଧର୍ମଧ୍ୱଜଙ୍କ କନ୍ୟା ତୁଳସୀଙ୍କ ସହିତ ବିବାହ ପାଇଁ ଶଙ୍ଖଚୂଡ଼କୁ ଆଜ୍ଞା ଦେଇଥିଲେ। ଏହା ପରେ ଶଙ୍ଖଚୂଡ଼ ତୁଳସୀଙ୍କୁ ବବାହ କରିନେଲା। ବ୍ରହ୍ମା ଏବଂ ବିଷ୍ଣୁଙ୍କ ବର ପାଇ ଶଙ୍ଖଚୂଡ଼ ତିନିପୁରକୁ ଦଖଲ କରିନେଲା।

ଏଥିରେ ଦେବତାମାନେ ତ୍ରାହି ତ୍ରାହି ଡାକିଲେ। ଶେଷରେ ଏଥିରୁ ରକ୍ଷା ପାଇବା ପାଇଁ ଦେବଗଣ ବିଷ୍ଣୁଙ୍କ ସହାୟତା ମାଗିଲେ। ବିଷ୍ଣୁ ଦମ୍ଭଙ୍କୁ ବର ଦେଇଥିବାରୁ ଶିବଙ୍କୁ ପ୍ରାର୍ଥନା କଲେ। ଶିବ ଦେବତାମାନଙ୍କ ଦୁଃଖ ଦୂର କରିବାକୁ ପ୍ରତିଜ୍ଞା କଲେ। କିନ୍ତୁ ବ୍ରହ୍ମା ଦେଇଥିବା ଶ୍ରୀକୃଷ୍ଣକବଚ ଯୋଗୁ ସେ ଶଙ୍ଖଚୂଡ଼କୁ ବଧ କରିପାରିବେ ନାହିଁ ବୋଲି କହିଲେ। ବ୍ରାହ୍ମଣ ରୂପ ଧରି ଶଙ୍ଖଚୂଡ଼ଠାରୁ ଶ୍ରୀକୃଷ୍ଣକବଚକୁ ମାଗି ଆଣିବାକୁ ବିଷ୍ଣୁଙ୍କୁ କହିଲେ। ଏହା ପରେ ବିଷ୍ଣୁ ଶଙ୍ଖଚୂଡ଼ଠାରୁ ଶ୍ରୀକୃଷ୍ଣକବଚ ମାଗି ଆଣିଲେ। ପରେ ଶିବ ଶଙ୍ଖଚୂଡ଼ଙ୍କୁ ବଧ କଲେ। ଏହାର ହାଡ଼ରେ ଶଙ୍ଖର ସୃଷ୍ଟି। ଯେହେତୁ ଶଙ୍ଖଚୂଡ଼ ବିଷ୍ଣୁଙ୍କ ଭକ୍ତ ଥିଲା ତେଣୁ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ଶଙ୍ଖ ଅତି ପ୍ରିୟ। କିନ୍ତୁ ଶିବ ଶଙ୍ଖଚୂଡ଼କୁ ବଧ କରିଥିବାରୁ ତାଙ୍କ ଉପରେ ଶଙ୍ଖରେ ଜଳ ଢଳାଯିବାକୁ ବାରଣ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri