ଜଲ୍‌ଦି ବାହାଘର ଗୁଜବକୁ ଅସ୍ବୀକାର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଥିବା ବିଷୟକୁ ଆଲିଆଙ୍କ ପରିବାର ପକ୍ଷରୁ ଅସ୍ବୀକାର କରାଯାଇଛି। ଆଲିଆ ବିଶିଷ୍ଟ ଫେଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କୁ ବିବାହ ଲେହେଙ୍ଗା ପାଇଁ ଅର୍ଡର ଦେଇଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଲିଆଙ୍କ ପରିବାର ପକ୍ଷରୁ ଏପରି ସ୍ପଷ୍ଟୀକରଣ ଦିଆଯାଇଛି। ଅବଶ୍ୟ ମୁମ୍ବାଇସ୍ଥିତ ଉକ୍ତ ଡିଜାଇନରଙ୍କ ଷ୍ଟୋର ବାହାରେ ଆଲିଆ ଛିଡା ହୋଇଥିବାର ଗଣମାଧ୍ୟମ ପ୍ରତିନିଧି ଦେଖିବାକୁ ପାଇଥିଲେ। ଶୁକ୍ରବାର ଆଲିଆଙ୍କ ପ୍ରଯୋଜକ ଅଙ୍କଲ୍‌ ମୁକେଶ ଭଟ୍ଟ ଏଭଳି ଜଲ୍‌ଦି ବିବାହ ଗୁଜବକୁ ଅସ୍ବୀକାର କରିବା ସହିତ କିଏ ଏହା ପ୍ରସାର କଲା ବୋଲି ପ୍ରଶ୍ନ କରିଛନ୍ତି। ଆଲିଆଙ୍କ ଭାଇ ରାହୁଲ ଭଟ୍ଟ ମଧ୍ୟ ଉକ୍ତ ଖବରକୁ ଅପପ୍ରଚାର ବୋଲି କହିଛନ୍ତି। ଅବଶ୍ୟ ରଣବୀର-ଆଲିଆ ଯୋଡିକୁ ସେ ପସନ୍ଦ କରିିଛନ୍ତି।
ଏବଂ ଆଲିଆ ଡେଟିଂ କରୁଥିବା ରିପୋର୍ଟ ଗତବର୍ଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାପରଠୁ ସେମାନଙ୍କୁ ଅନେକ ଥର ଏକତ୍ର ଦେଖିବାକୁ ମିଳିଛି। ପୁରସ୍କାର ବିତରଣୀ ଉତ୍ସବ ହେଉ ଅଥବା ଶପିଂ କରିବା ପାଇଁ ନ୍ୟୁୟର୍କ ଷ୍ଟ୍ରିଟ୍‌ରେ ଯାଉଥିବାବେଳେ ଉଭୟ ହାତ ଧରାଧରି ହୋଇ ଚାଲୁଥିବା ଦେଖାଯାଇଛି। ଚଳିତବର୍ଷ ସେମାନଙ୍କ ସମ୍ପର୍କ ବିଷୟ ‘କଫି ଓ୍ବିଥ୍‌ କରନ୍‌’ରେ ଆଲିଆ ପ୍ରକାଶ କରିଛନ୍ତି। ୬୪ତମ ଫିଲ୍ମଫେୟାର ଆଓ୍ବାର୍ଡରେ ଆଲିଆ ରଣବୀରଙ୍କୁ କିସ୍‌ ଦେଇ ‘ଆଇ ଲଭ୍‌ ୟୁ’ କହିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଦେଖିବା ପରେ ପ୍ରଶଂସକମାନେ ଖୁବ୍‌ ଉତ୍ସାହିତ ହୋଇପଡିଥିଲେ। ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଉଭୟଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍କି କୌଶଲ-ଭୂମି ପେଡନେକର କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ବଲିଉଡ୍‌ରେ କରୋନା ସଂକ୍ରମଣ ଜାରି ରହିଛି। ସୋମବାର ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ୍‌ ହୋଇଛନ୍ତି। ସେମାନଙ୍କର ନମୁନା...

କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କୁ ଏକାଠି କଲେ ସଲମାନ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଳାଗି ରହିଥିବା ତୁ ତୁ ମେଁ ମେଁ ଏବେ ଶେଷ ହୋଇଛି। କପିଲ...

୪୧ ବର୍ଷରେ ବିଦ୍ୟା ବାଲାନ୍‌: ଡାର୍ଟି ପିକଚର ଆଣି ଦେଇଥିଲା ବଲିଉଡ୍‌ରେ ଖ୍ୟାତି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ବୁଧବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୯ ଜାନୁୟାରୀ ୧ରେ ସେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମଗ୍ରହଣ କରିଥିଲେ।...

ପ୍ରେମିକାଙ୍କ ଲାଗି ପୁଣେରୁ ମୁମ୍ବାଇ ଆସିଲେ ରାକେଶ

ବମ୍ବେ: ସ୍ବପ୍ନର ସହର ମୁମ୍ବାଇରେ ଘର କିଣିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅଭିନେତା ରାକେଶ ବାପଟ। ପୂର୍ବପତ୍ନୀ ରିଧି ଡୋଗରାଙ୍କଠାରୁ ଅଲଗା ହେବା ପରଠାରୁ ରାକେଶ...

ଆଲିଆଙ୍କ ହାତରେ ଲାଗିଲା ରଣବୀରଙ୍କ ମେହେନ୍ଦୀ

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହ ପୂର୍ବର କାର୍ଯ୍ୟ ଆରମ୍ଭ ହୋଇଛି। ଅଭିନେତ୍ରୀଙ୍କ ହାତରେ ରଣବୀର କପୁରଙ୍କ ନାମରେ ମେହେନ୍ଦୀ...

ସାତଫେରା ବଦଳରେ ଚାରି ଫେରା ନେଲେ ଆଲିଆ-ରଣବୀର, କାରଣ କହିଲେ ଆଲିଆଙ୍କ ଭାଇ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରଥମେ ଆଲିଆ ତାଙ୍କ ସୋସିଆଲ ମିଡିଆରେ ନିଜର ବିଶେଷ ଦିନର ଫଟୋ...

ଏକଦା ମହେଶ ଭଟ୍ଟ-ପୂଜା ଭଟ୍ଟଙ୍କ ଝିଅ ଆଲିଆ ବୋଲି ଉଠିଥିଲା କଥା; କିଛି ଏଭଳି…

ବମ୍ବେ: ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସୁକନ୍ୟା ହେଉଛନ୍ତି ଆଲିଆ। ତାଙ୍କର ଅନ୍ୟଜଣେ ଝିଅ ପୂଜା ମଧ୍ୟ ଅଛନ୍ତି। ହେଲେ ଏକାଧିକ ବାର ମହେଶ...

ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ପହଞ୍ଚିଲେ ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ

ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍‌ ପେସାରେ ଜଣେ ଇଣ୍ଟେରିୟର ଡିଜାଇନର। ସେ ଏବେ ବାନ୍ଦ୍ରା ପୋଲିସ ଷ୍ଟେଶନକୁ ନୂଆ ରୂପ ଦେବାରେ ଲାଗିପଡ଼ିଛନ୍ତି।...

Advertisement
Archives

Model This Week