ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ;ସାମୟିକ ବନ୍ଦ ହେଲା ଜେଟ୍‌

ନୂଆଦିଲ୍ଲୀ,୧୮-୪: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଦୀର୍ଘ ୨୫ ବର୍ଷ ପରେ ତାଲା ଝୁଲିଲା। ପରିଚାଳନ ବ୍ୟବସ୍ଥାକୁ ଜିଇଁ ରଖିବା ଲାଗି କମ୍ପାନୀ ମ୍ୟାନେଜମେଣ୍ଟ ବ୍ୟାଙ୍କଗୁଡ଼ିକ(ଋଣପ୍ରଦାନକାରୀ)ଠାରୁ ଜରୁରୀକାଳୀନ ଭିତ୍ତିରେ ୪୦୦ କୋଟି ଟଙ୍କା ଦେବାକୁ କହିଥିଲେ। କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବୁଧବାର ରାତିରୁ ଜେଟ୍‌ ଏୟାରଓ୍ବେଜ ସମସ୍ତ ଉଡ଼ାଣକୁ ସାମୟିକ ଭାବେ ସ୍ଥଗିିତ କରିଦେଇଛି। ଏଭଳି ଭାବେ ବୁଧବାର ରାତିରୁ ଜେଟ୍‌ରେ ପରିଚାଳନା ବନ୍ଦ ହୋଇଯାଇଛି। ବୁଧବାର ରାତି ୧୦.୩୦ରେ ମୁମ୍ବାଇରୁ ଦିଲ୍ଲୀରେ ଜେଟ୍‌ର ଶେଷ ଫ୍ଲାଇଟ ୯ଡବ୍ଲ୍ୟୁ-୨୫୦୨ ପହଞ୍ଚତ୍ତ୍ଥିଲା। ତେବେ ଏହା ପୁନର୍ବାର କେବେ ଠାରୁ କାର୍ଯ୍ୟକ୍ଷମ ହେବ କେହି ଜାଣିନାହାନ୍ତି। ନୂଆ ମ୍ୟାନେଜମେଣ୍ଟ, ନୂଆ ମାଲିକ ଆସିବା ପରେ ହିଁ ପୁଣିଥରେ ଏହାର ବିମାନ ଉଡ଼ିବ ବୋଲି ଆଶାକରାଯାଉଛି। ମାତ୍ର କେଇ ଦିନ ପୂର୍ବେ ଜେଟ୍‌ ୨୬ ବର୍ଷର ଉଡ଼ାଣ ଯାତ୍ରା ପୂର୍ଣ୍ଣ କରି ଘରୋଇ ବିମାନ କ୍ଷେତ୍ରରେ ସର୍ବାଧିକ ଉଡ଼ିବାର ରେକର୍ଡ ହାସଲ କରିଥିଲା। ସିଇଓ ବିନୟ ଦୁବେ କର୍ମଚାରୀଙ୍କୁ ଭାବବିହ୍ବଳ ଇ-ମେଲ ପଠାଇ କମ୍ପାନୀର ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେଇଥିଲେ।

ସେଥିରେ ସେ ଲେଖିଥିଲେ ଯେ, ଉଡାଣ ଜାରି ରଖିବା ଲାଗି ଜରୁରୀ ପାଣ୍ଠି ଯୋଗାଇବାକୁ କମ୍ପାନୀ ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ବ୍ୟାଙ୍କଗୁଡ଼ିକ ଏହା ଶୁଣି ନଥିଲେ। ଏଣୁ ଆଉ ବିମାନ ଉଡ଼ାଣ ସମ୍ଭବ ନୁହେଁ। ଜେଟ୍‌ର ଶେଷ ବିମାନ ଉଡ଼ାଣ ଦୁଇଟି କାରଣରୁ ପ୍ରତୀକାମତ୍କ ଥିଲା। ବୁଧବାର ମୁମ୍ବାଇରୁ ବୋଇଂ ୭୩୭ ବିମାନ ଦିଲ୍ଲୀରେ ପହଞ୍ଚତ୍ବା ପରେ ସମସ୍ତ ଉଡ଼ାଣ ବନ୍ଦ କରାଯାଇଥିଲା। ୧୯୯୩ ମେ ୫ରେ ଏଭଳି ଏକ ବୋଇଂ ବିମାନ ବି୭୩୭ ବିମାନ ମୁମ୍ବାଇରୁ ଅହମ୍ମଦାବାଦ୍‌ ଉଡ଼ିଥିଲା, ଯାହା କି ଜେଟ୍‌ ଏୟାରଓ୍ବେଜର ପ୍ରଥମ ଫ୍ଲାଇଟ ଥିଲା। ସୂଚନାଥାଉ କି, ମଙ୍ଗଳବାର ଜେଟ୍‌ ବୋର୍ଡର ବୈଠକ ବସି ସିଇଓ ଦୁବେଙ୍କୁ ନିଷ୍ପତ୍ତି ନେବାର ପୂର୍ଣ୍ଣ କ୍ଷମତା ଦେଇଥିଲା।

ଜରୁରୀକାଳୀନ ଭିତ୍ତିରେ ୪୦୦ କୋଟି ଟଙ୍କା ସହାୟତା ମାଗିବାକୁ ନିଷ୍ପତ୍ତି ହୋଇଥିଲା। ଏହା ନ ମିଳିଲେ ଯେ କୌଣସି ସମୟରେ କମ୍ପାନୀରେ ତାଲା ଝୁଲାଇବାକୁ ଦୁବେଙ୍କୁ କ୍ଷମତା ପ୍ରଦାନ କରାଯାଇ ଥିଲା। ତେବେ ଜେଟ୍‌ର ପରମିଟ ରଦ୍ଦ ହୋଇଯିବାର ବିପଦ ରହିଛି। କାରଣ ପରମିଟ ଜାରି ରଖିବାକୁ ହେଲେ ଅତିକମ୍‌ରେ ୫ ବିମାନ ଚଳାଇବାକୁ ହେବ। ଜରୁରୀ ପାଣ୍ଠି ନ ମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି। ସେମାନଙ୍କର ସବୁ ଆଶା ମଉଳି ଯାଇଥିବା କର୍ମଚାରୀମାନେ କହିଛନ୍ତି। ଉଲ୍ଲେଖଥାଉ କି, ଜେଟ୍‌ ଉପରେ ଏବେ ପ୍ରାୟ ୮ ହଜାର କୋଟି ଟଙ୍କାର ଋଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…

ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର...

ପୁଣି ମହଙ୍ଗା ହେଲା ସୁନା, ଭୁବନେଶ୍ୱରରେ ହେଲା ଏତିକି…

ନୂଆଦିଲ୍ଲୀ,୨୦।୭: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ନିରନ୍ତର ବୃଦ୍ଧି ଘଟି ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ସୁନାର ମୂଲ୍ୟ ପ୍ରାୟ ୩୩୦ ଟଙ୍କା...

ସ୍କିଲ ଇଣ୍ଡିଆ ମିଶନରେ ୬ କୋଟିରୁ ଅଧିକ ଯୁବକଙ୍କୁ ମିଳିବ ଟ୍ରେନିଂ, ଏଭଳି ଉଠାନ୍ତୁ ଏହି ଯୋଜନାର ଲାଭ

ନୂଆଦିଲ୍ଲୀ,୧୮ା୭: କେନ୍ଦ୍ରୀୟ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (MSDE)ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପ୍ରଭାର) ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ...

ଏବେ ୯ କ୍ୟାରେଟ୍ ସୁନା ପାଇଁ ବି ହଲମାର୍କିଂ ବାଧ୍ୟତାମୂଳକ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ,୧୮ା୭: କଭାରତୀୟ ମାନକ ବ୍ୟୁରୋ (BIS) ଶୁକ୍ରବାର ଦିନ ୯ କ୍ୟାରେଟ୍ ସୁନାକୁ ବାଧ୍ୟତାମୂଳକ ହଲମାର୍କିଂ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି। ଏହି ନୂଆ ନିୟମ ଚଳିତ ଜୁଲାଇ...

ସୁନା, ରୂପାର ମୂଲ୍ୟରେ ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ ଦାମ୍ କେତେ ?

ଭୁବନେଶ୍ୱର,୧୮ା୭: ଶୁକ୍ରବାର ଅମେରିକୀୟ ଡଲାରର ମଜବୁତି ଏବଂ ଆମେରିକାର ସ୍ଥିର ଅର୍ଥନୈତିକ ରିପୋର୍ଟ ମଧ୍ୟରେ ସୁନା ଓ ରୂପାର ମୂଲ୍ୟରେ ହ୍ରାସ ଦେଖାଦେଇଛି। ମୁମ୍ବାଇରେ ଆଜି...

UIDAIର ବଡ଼ ନିଷ୍ପତ୍ତି: ଏମାନଙ୍କର ବନ୍ଦ କରାଯିବ ଆଧାରକାର୍ଡ

ନୂଆଦିଲ୍ଲୀ,୧୭।୭: ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏପର୍ଯ୍ୟନ୍ତ ୧.୧୭କୋଟିରୁ ଅଧିକ ୧୨-ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ନିଷ୍କ୍ରିୟ କରିସାରିଛି। ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି...

ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ? ସଠିକ୍‌ ସୂଚନା ଦେଲେ…

ନୂଆଦିଲ୍ଲୀ,୧୬।୭: ହ୍ବାଟସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସେପ୍ଟେମ୍ବର ୩୦ ତାରିଖରୁ...

ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ତର ୨.୧୦%କୁ ହ୍ରାସ

ନୂଆଦିଲ୍ଲୀ,୧୪।୭: ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁନ୍‌ ମାସରେ ୨.୧୦%କୁ ହ୍ରାସ ପାଇଛି, ଯାହା ୨୦୧୯ ଜାନୁଆରୀ ପରେ ନିମ୍ନତମ ସ୍ତର ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri