ଜରପଡା ପିଆଜ ସଂରକ୍ଷଣ କେନ୍ଦ୍ର; ନିର୍ମାଣ ସତ୍ତ୍ୱେ କାର୍ଯ୍ୟକ୍ଷମ ହେଉନି

ଛେଣ୍ଡିପଦା,୧୦ା୬(ଡି.ଏନ.ଏ.) ପିଆଜ ସଂରକ୍ଷଣ ଓ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ୍‌ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ହାଟପଦାଠାରେ ନିର୍ମାଣ ହୋଇଛି ଏକ ପିଆଜ ସଂରକ୍ଷଣ କେନ୍ଦ୍ର। ହେଲେ କେନ୍ଦ୍ର ନିର୍ମାଣ ଶେଷ ହେବାର ୧୯ ବର୍ଷ ପରେ ବି ଅଦ୍ୟାବଧି ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଫଳରେ ସଂରକ୍ଷଣ କେନ୍ଦ୍ର ନିର୍ମାଣ ଲକ୍ଷ୍ୟପଥରୁ ଦୂରେଇ ଯାଇଥିବାବେଳେ ପିଆଜ ଚାଷ ବହୁଳ ଅଞ୍ଚଳ ଜରପଡା ଚାଷୀଙ୍କ ଦୁଃଖ ବଢିଛି। ନିର୍ବାଚିତ ଜନ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ଅହେତୁକ ଅବହେଳା ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ରାଜ୍ୟ ମାର୍କେଟିଂ ବୋର୍ଡ ଆର୍ଥିକ ଅନୁଦାନ କ୍ରମେ ତଥା ଅନୁଗୋଳ ନିୟନ୍ତ୍ରିତ ବଜାର କମିଟି ତତ୍ତ୍ୱାବଧାନରେ ୧୯୯୮ରେ ଏହି ପିଆଜ ସଂରକ୍ଷଣ କେନ୍ଦ୍ରର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୦୦ ମସିହାରେ କେନ୍ଦ୍ରର ନିର୍ମାଣ କାମ ଶେଷ ହୋଇଥିଲା। ପ୍ରାୟ ଶହେ ଟନ୍‌ ପିଆଜ ସଂରକ୍ଷଣର କ୍ଷମତା ରଖିଥିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ ମୁକୁଳାଇବା ସହ ସେମାନଙ୍କୁ ଉଚିତ୍‌ ମୂଲ୍ୟ ପ୍ରଦାନ କରିବା। ହେଲେ ଆଶ୍ଚର୍ଯ୍ୟର ବିଷୟ ଦୀର୍ଘ ୧୯ ବର୍ଷ ପରେ ବି ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଜରପଡା ଥାନା ଅଞ୍ଚଳରେ ଅଧିକାଂଶ ଚାଷୀ ପିଆଜ ଚାଷ କରୁଥିବାରୁ ଏଠାରେ ଏହି କେନ୍ଦ୍ର ନିର୍ମାଣ ବେଶ୍‌ ଗୁରୁତ୍ୱ ବହନ କରେ। ବହୁ ସଂଖ୍ୟାରେ ଚାଷୀ ଉନ୍ନତମାନର ପିଆଜ ଚାଷ କରୁଥିଲେ ହେଁ ସେମାନଙ୍କ ଉତ୍ପାଦନର ମୂଲ୍ୟ ପାଇପାରୁନାହାନ୍ତି। ସରକାରୀ ଖର୍ଚ୍ଚ ଅଯଥାରେ ପାଣିରେ ପଡିଥିବା ବେଳେ ଏହା ଚାଷୀଙ୍କ କାମରେ ଲାଗୁ ନ ଥିବା ଯୋଗୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିଆଜ ଅମଳ ସମୟରେ କମ୍‌ ଟଙ୍କାରେ ଫସଲ ବିକ୍ରି କରି ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଅନ୍ୟପକ୍ଷରେ ନିଅଣ୍ଟିଆ ସମୟରେ ଖୋଦ୍‌ ଚାଷୀ ଅଧିକ ଦରରେ ପିଆଜ କିଣୁଛନ୍ତି। ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଏପରି ପରିସ୍ଥିତି ଉପୁଜୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରା ନ ଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି।
ଏ ସମ୍ପର୍କରେ ଅନୁଗୋଳ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ କୁହନ୍ତି, ପିଆଜ ସଂରକ୍ଷଣ କେନ୍ଦ୍ରଟିକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଛି। ଏହାସହ ପିପିପି ମୋଡରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସୁଯୋଗ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ପାଇଁ ସାମଗ୍ରୀ ନାହିଁ

ଅନୁଗୋଳ ଅଫିସ, ୧୨।୧୦:  କରୋନା ବିରୋଧୀ ଯୁଦ୍ଧରେ ଆଗ ଧାଡ଼ିରେ ଅଛନ୍ତି ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ। ଏମାନଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ବ୍ୟବସ୍ଥା...

ଧାଡ଼ି ଲାଗିଲେ ବଢ଼ୁଛି ଧଡ଼ା ଦର

ଅନୁଗୋଳ ଅଫିସ, ୧୭ା୫:  ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ-ବିକ୍ରୟ ପାଇଁ ଲକ୍‌ଡାଉନ୍‌ କଟକଣାରେ ସାମାନ୍ୟ କୋହଳ ଦିଆଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ ବାଦ ଦେଇ ସୋମବାରରୁ ଶୁକ୍ରବାର ସକାଳ ୬ରୁ...

ଦାୟିତ୍ୱ ନ ନେବାରୁ ଦୟନୀୟ

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.) ଦୀର୍ଘବର୍ଷ ହେଲା ମରାମତି ହୋଇନି ଦୁଇ ଜିଲାର ସୀମାନ୍ତ ରାସ୍ତା। ଫଳରେ କେଉଁସ୍ଥାନରେ ଏହା ଦବି ଯାଇଛି ତ ଆଉ କେଉଁଠି ଲମ୍ବା ଫାଟ...

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା...

ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତି ବୈଠକ: ୧୨ ମଣ୍ଡପରେ ଦୁର୍ଗା, ୨୯ ମଣ୍ଡପରେ ଲକ୍ଷ୍ମୀ ପୂଜା

ଅନୁଗୋଳ ଅଫିସ, ୧୩।୯-ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତିର ଏକ ବୈଠକ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦୁର୍ଗାପୂଜା ଓ ମା’...

୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ଉତ୍ତେଜନା

ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି।...

ଫରେଷ୍ଟ ରେଞ୍ଜର୍ସ କଲେଜର ସମାବର୍ତ୍ତନ ସମାରୋହ ‘ଜଙ୍ଗଲ କ୍ଷେତ୍ରଫଳରେ ଚତୁର୍ଥ ସ୍ଥାନରେ ଓଡ଼ିଶା’

ଅନୁଗୋଳ ଅଫିସ, ୨୬।୯- ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ ଅନୁଗୋଳର ୧୬ତମ ସମାବର୍ତ୍ତନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଜଙ୍ଗଲ...

ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ହାତୀ

ଅନୁଗୋଳ ଅଫିସ,୪।୧୧: ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଗୁରୁବାର ରାତିରେ ପ୍ରବେଶ କରିଥିବା ୩୦ରୁ ଊର୍ଦ୍ଧ୍ୱ ହାତୀ ସେଠାରେ ଆତଙ୍କ ଖେଳାଇ ଦେଇଛନ୍ତି।...

Advertisement
Archives

Model This Week