Posted inଜାତୀୟ

ଜମ୍ମୁ-କଶ୍ମୀର ହେବ ସର୍ବବୃହତ୍‌ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ସହ ୩୭୦ ଧାରା ଉଚ୍ଛେଦ କରିଛନ୍ତି। ଜମ୍ମୁ-କଶ୍ମୀର ଓ ଲଦାଖ୍‌କୁ ଅଲଗା କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏଥିସହ ଜମ୍ମୁ-କଶ୍ମୀର ଭାରତର ସବୁଠାରୁ ବଡ଼ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ଭୂଖଣ୍ଡ ଦୃଷ୍ଟିରୁ ଜମ୍ମୁ-କଶ୍ମୀର ଦେଶର ବୃହତ୍‌ କେନ୍ଦ୍ର ଶାସିତ ଅଞ୍ଚଳ ହେବାର ମାନ୍ୟତା ପାଇଛି। ଲଦାଖ୍‌ ଦେଶର ଦ୍ୱିତୀୟ ବୃହତମ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ହାସଲ କରିଛି। ବହୁଦିନ ଧରି ଲଦାଖ୍‌ବାସୀ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଲାଗି ଦାବିକରି ଆସୁଥିଲେ। ଏବେ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ଭାରତର ମୋଟ କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧିପାଇଛି। ଦିଲ୍ଲୀ, ପୁଡୁଚେରି, ଡିଉ ଓ ଡାମନ୍‌, ଦାଦ୍ରା ଓ ନଗର ହାବେଳି, ଚଣ୍ଡିଗଡ଼, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ। ସମ୍ପ୍ରତି ଦିଲ୍ଲୀ ଓ ପୁଡୁଚେରୀରେ ବିଧାନସଭା ରହିଥିବାବେଳେ ଜମ୍ମୁ-କଶ୍ମୀରର ବିଧାନସଭା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମସିଡି ନିର୍ବାଚନ ପାଇଁ ଦିଲ୍ଲୀର ସମସ୍ତ ସରକାରୀ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୩ ।୧୨: ଦିଲ୍ଲୀରେ ଆସନ୍ତା କାଲି ଅର୍ଥାତ୍ ୪ ଡିସେମ୍ବର ରବିବାର ନଗର ନିଗମ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୪ର...

ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନୀ ଆତଙ୍କବାଦୀଙ୍କ ‘ମୁନ୍‌ ମିଶନ୍‌’

ଶ୍ରୀନଗର,୩୦।୯: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଡେଇଁ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ‘ମୁନ୍‌ ମିଶନ୍‌’ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟଦିନ ତୁଳନାରେ ପୂର୍ଣ୍ଣିମା ରାତିରେ ଆତଙ୍କବାଦୀମାନେ ଭାରତରେ...

ଗାଈକୁ ନେଇ ମହିଳା ଆଇଏଏସ୍‌, ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଝଗଡା

ଗାନ୍ଧୀନଗର, ୨୨।୧: ଗୁଜରାଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କ ମଧ୍ୟରେ ଝଗଡା ଲାଗିଛି। ଝଗଡା ପ୍ରଶମିତ କରିବା...

ବହୁ କେନ୍ଦ୍ରମନ୍ତ୍ରୀ ବଙ୍ଗଳା ଭଡ଼ା ବାକି ରଖିଛନ୍ତି

ନୂଆଦିଲ୍ଲୀ,୨୦।୫: ବହୁ କେନ୍ଦ୍ରମନ୍ତ୍ରୀ ସେମାନେ ରହୁଥିବା ସରକାରୀ ବଙ୍ଗଳାର ଭଡ଼ା ବାକି ରଖିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର, ନିର୍ମଳା ସୀଥାରମଣ, ସୁଷମା ସ୍ବରାଜ, ବିଜୟ...

ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୭।୧୦: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ...

ମହାକାଳଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭୋପାଲ,୯।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଉଜୈନ ମହାକଳେଶ୍ୱର ମନ୍ଦିରରେ ପହଞ୍ଚି ବାବା...

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ହାଇଡ୍ରାମା

ନୂଆଦିଲ୍ଲୀ,୧୭ା୧୦ (ପି.ଟି./ଆଇଏଏନ୍‌ଏସ୍‌): ରାଜନୈତିକ ଦୃଷ୍ଟିରୁ ଦେଶର ସର୍ବାଧିକ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ୫ ବିଚାରପତିଙ୍କୁ ନେଇ...

ଟିକସ ଫାଙ୍କିବା ପାଇଁ ଅଧା ଆୟ ଚାଇନାକୁ ପଠାଇଛି ଭିଭୋ

ନୂଆଦିଲ୍ଲୀ, ୮ା୭: ଚାଇନା ମୋବାଇଲ ନିର୍ମାତା ଭିଭୋ ବିରୋଧରେ ସାଂଘାତିକ ଆର୍ଥିକ ଅପରାଧ ଅଭିଯୋଗ ଆସିଛି। ଏହି କମ୍ପାନୀ ଭାରତରେ ସ୍ମାର୍ଟଫୋନ୍‌ ବ୍ୟବସାୟରେ ଆୟ କରିଥିବା...

Advertisement
Archives

Model This Week